SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ରାଜ୍ୟସଭାକୁ ନିର୍ବାଚିତ ହେଲେ ହରଦୀପ ସିଂ ପୁରୀ, OPSC ୩୪୦ ପଦ ପାଇଁ ବିଜ୍ଞପ୍ତି ଓ ଅନ୍ୟ ଖବର

Top 10 News Today: ଦିନ ତମାମର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 05, 2026, 10:00 PM IST | Updated: Nov 05, 2026, 10:00 PM IST
Image Credit: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Join

Top 10 News Today

Headlines 01- ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେଇଛନ୍ତି ହରଦୀପ ପୁରୀ । ଅନ୍ୟ ୨ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହେବାରୁ ହରଦୀପ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

Headlines 02- ରାଜ୍ୟର ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ନବୀକରଣ କରିବାକୁ ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

Headlines 03- ଦୀପାବଳି ପୂର୍ବରୁ ବାଣ ବିକ୍ରି ଓ ବ୍ୟବହାର ଉପରେ ନଜର ରଖିବାକୁ ଆକ୍ସନ ମୋଡ୍‌ରେ ପ୍ରଶାସନ। ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଭିନ୍ନ ବାଣ ଦୋକାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିଶନରେଟ୍ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଗ୍ରୀନ୍ କ୍ରାକର୍ସ ବା ପରିବେଶ ଅନୁକୂଳ ବାଣ ବିକ୍ରି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Headlines 04- ଓଡ଼ିଶା ଲୋକସେବା ଆୟୋଗରେ ୩୪୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୯ରୁ ୩୦ ନଭେମ୍ବର ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩୪୦ ପଦ ମଧ୍ୟରୁ ୧୧୪ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୧୪୪ଟି ପଦବୀ ଅସଂରକ୍ଷିତ ରହିଥିବା ବେଳେ ଏହା ମଧ୍ୟରେ ୪୮ ମହିଳା । ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନକାରୀ ଛାତ୍ରଛାତ୍ରୀଙ୍କ ବୟସ ୨୧ରୁ ୪୨ ମଧ୍ୟରେ ରହିବା ଆବଶ୍ୟକ ।

Headlines 05- ଗୋଷ୍ଠୀ ସଂଘର୍ଷରୁ ସୁନ୍ଦରଗଡ଼ରେ ଫୁଟିଛି ଗୁଳି । ଫଳରେ ଜଣେ ଗୁରୁତର ହୋଇଛନ୍ତି । ପାଉଁଶ ପରିବହନକୁ ନେଇ ଭସ୍ମା ଥାନା ଦର୍ଲିପାଲିରେ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Headlines 06- ଆନ୍ଧ୍ର ନିର୍ବାଚନରେ କୋଟିଆରୁ ୮୫୦ ଖଣ୍ଡ ଭୋଟ୍‌ ପଡ଼ିଥିବା ସୂଚନା ମିଳିଛି । ନେରେଡ଼ିବାଲସା, ତାଡ଼ିବାଲସା, ସେମ୍ବି ସମେତ ୪ ଗ୍ରାମବାସୀ ଭୋଟ୍ ଦେଇଛନ୍ତି । ଆନ୍ଧ୍ର ସାରିକାରେ ହୋଇଥିବା ମତଦାନ କେନ୍ଦ୍ରରେ ଭୋଟ୍ ହାର ୩୧.୫୮% ରହିଛି । ୨୦୨୧ ନିର୍ବାଚନରେ ପଡ଼ିଥିଲା ୨୩.୦୪ ପ୍ରତିଶତ ଭୋଟ୍ ।

Headlines 07-  ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆଉ ୨ ମୃତଦେହ ଠାବ କରାଯାଇଛି । ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳ ଦ୍ବାରା ଠାବ ହୋଇଛି । ବାପାମାଆ ଓ ୩ ଛୁଆଙ୍କ ମୃତଦେହ ଉଦ୍ଧାର ପରେ ହେଲା ଅନ୍ତିମ ସଂସ୍କାର । ସପ୍ତାହେ ହେଲାଣି ଗିଡ଼ିପାବାଲିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

Headlines 08- ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପିଲାଙ୍କୁ ମିଳିବ ପାଠ୍ୟପୁସ୍ତକ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କ୍ଷତିଗ୍ରସ୍ତ ସ୍କୁଲ ମରାମତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଛୁ ବୋଲି ମନ୍ତ୍ରୀ କହିଛନ୍ତି । ଗଞ୍ଜାମ, ଗଜପତିରେ ବାତ୍ୟା ଓ ବନ୍ୟାରେ ସ୍କୁଲଗୁଡ଼ିକ ବେଶୀ କ୍ଷତି ହୋଇଛି । ପିଲାମାନଙ୍କର ମଧ୍ୟ ବହିପତ୍ର ନଷ୍ଟ ହୋଇଯାଇଛି ତେଣୁ ସେମାନଙ୍କୁ ବହି ମିଳିବ । ଆମେ BSE ସମ୍ପାଦକଙ୍କ ସହ କଥା ହୋଇଛୁ, ସେ ବହି ଯୋଗାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Headlines 09- ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ଘୋଷଣା କରିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି ରୋନାଲ୍ଡୋ। ୨୩ ବର୍ଷର କ୍ୟାରିଅରରେ ପର୍ତ୍ତୁଗାଲ ପାଇଁ ୨୩୪ ମ୍ୟାଚ ଖେଳିଛନ୍ତି । ରୋନାଲ୍ଡୋଙ୍କ ନାଁରେ ଅଛି ୧୪୬ଟି ଅନ୍ତର୍ଜାତୀୟ ଗୋଲ୍‌ । ୨୦୧୬ରେ ୟୁରୋ ଓ ୨୦୧୮-୧୯ରେ ୟୁଏଫା ନେସନ୍ସ ଲିଗ୍ ଚାମ୍ପିୟନ । ବିଶ୍ବକପ ଜିତିବା ସ୍ବପ୍ନ ଅଧୁରା ରହିଥିବା ବେଳେ ୪୧ ବର୍ଷ ବୟସରେ ଅବସର ।

Headlines 10- ଏଥର ଜମିବ ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ, ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଓ ଉଦଯାପନୀ ଉତ୍ସବରେ ଯୋଗଦେବେ ମହାମହିମ ରାଜ୍ୟପାଳ । ଓଡ଼ିଶା ତଥା ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହେବା ସହିତ ପଲ୍ଲିଶ୍ରୀ ଓ ଓରମାସ ମେଳା ପାଲଟିବ ମୁଖ୍ୟ ଆକର୍ଷଣ ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES