Heavy Rain Alert: ବାତ୍ୟା ପୂର୍ବରୁ ସତର୍କ କରାଇଲା ପାଣିପାଗ ବିଭାଗ, ଏହି ସ୍ଥାନରେ ଅଧିକ ପ୍ରଭାବ
ନଭେମ୍ୱର ୧୬ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଅତି ଭୀଷଣ ରୂପ ନେବ ବୋଲି ଆକଳନ କରାଯାଉଛି । ୧୭ରେ ଭୀଷଣ, ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୨୦ରୁ ୧୩୦ କିମି ପର୍ଯ୍ୟନ୍ତ ରହିବ ।
Odisha Weather Update: ଆନ୍ଧ୍ର ଉପକୂଳ ଆଡକୁ ମୁହାଁଉଛି ସମ୍ଭାବ୍ୟ ବାତ୍ୟା 'ଅକ୍ୱନ' । ବିଗତ ତିନିଘଣ୍ଟାରେ ୧୦କିମି ବେଗରେ ଅବପାତ ଆଗକୁ ବଢୁଛି । ଗୋପାଳପୁରରୁ ୧୧୩୦ ଏବଂ ବିଶାଖାପାଟନମରୁ ୧୦୧୦ କିମି ଦୂରରେ ଅବପାତ ରହିଥିବା ସୂଚନା ମିଳିଛି । ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି ।
ନଭେମ୍ୱର ୧୬ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଅତି ଭୀଷଣ ରୂପ ନେବ ବୋଲି ଆକଳନ କରାଯାଉଛି । ୧୭ରେ ଭୀଷଣ, ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୨୦ରୁ ୧୩୦ କିମି ପର୍ଯ୍ୟନ୍ତ ରହିବ । ଝଟ୍କା ପବନର ବେଗ ୧୪୫ କିମି ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅତି ଭୀଷଣ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହେଵା ସମ୍ଭାବନା ରହିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଏବଂ ବଜ୍ରପାତ ନେଇ ଆଜି ସତର୍କ ସୂଚନା ଜାରି କରାଯାଇଛି ।
ନଭେମ୍ୱର ୧୮ରୁ ୧୯ ତାରିଖ ସକାଳ ୮ଟା୩୦ ଯାଏଁ ଗଞ୍ଜାମ, ଜଗପତି ଏବଂ ପୁରୀ ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଉଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ନଭେମ୍ୱର ୧୯ରୁ ୨୦ ସକାଳ ୮ଟା ୩୦ ଯାଏଁ ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଅନ୍ୟ ସମସ୍ତ ଜିଲ୍ଲାଗୁଡିକୁ ମଧ୍ୟ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ସ୍ଥାନରେ ୧୨ରୁ ୨୦ସେମି, ୟେଲୋ ଆଲର୍ଟ ଜାରି କରାଯାଇଥିବା ସ୍ଥାନରେ ୭ରୁ ୧୧ସେମି ବର୍ଷା ହୋଇପାରେ । ପବନର ବେଗ କିଛି ସ୍ଥାନରେ ୪୦ରୁ ୫୦ ଏବଂ ଆଉ କିଛି ସ୍ଥାନରେ ୫୦ରୁ ୬୦କିମି ଘଣ୍ଟା ପ୍ରତି ବେଗ ରହିପାରେ ।
୨୦ରୁ ୨୧ ନଭେମ୍ୱର ମଧ୍ୟରେ ସାରା ଓଡ଼ିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
୨୧ରୁ ୨୨ ନଭେମ୍ୱର ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ବଲାଙ୍ଗିର, ସୋନପୁର, ସମ୍ୱଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ବଜ୍ରପାତ ଆଲର୍ଟରେ ରହିଛି ।
Also Read- Weekly Horoscope: ନୂଆ ସପ୍ତାହଟି କେମିତି ବିତିବ? ପଢନ୍ତୁ ୧୨ରାଶିର ଭାଗ୍ୟଫଳ