SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Akvan: ବାତ୍ୟା ‘ଅକ୍‌ଭାନ୍’କୁ ନେଇ ଗଞ୍ଜାମରେ ହାଇଆଲର୍ଟ, ୨ ଦିନ ସ୍କୁଲ୍-କଲେଜ ଛୁଟି

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ବାଘଲଟି ଜଳଭଣ୍ଡାରର ଗେଟ୍ ଖୋଲାଯାଇଛି। ଏହା ସହିତ ନଦୀକୂଳିଆ ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।

Reported By Narayan Behera Written By Priyambada Rana
Published: Nov 18, 2026, 17:05 IST | Updated: Nov 18, 2026, 17:07 IST
Image Credit: AI
Join

Cyclone Akvan: ଗତ ବନ୍ୟାର କ୍ଷତ ଏବେ ବି ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍’କୁ ନେଇ ଚିନ୍ତାରେ ଗଞ୍ଜାମ ଜିଲ୍ଲାବାସୀ। ବିଶେଷକରି ଚିକିଟୀ ଅଞ୍ଚଳରେ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଧନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ଜିରୋ କାଜୁଆଲିଟି ଲକ୍ଷ୍ୟରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ବାଘଲଟି ଜଳଭଣ୍ଡାରର ଗେଟ୍ ଖୋଲାଯାଇଛି। ଏହା ସହିତ ନଦୀକୂଳିଆ ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।

ଚିକିଟୀ ବ୍ଲକର ବନ୍ୟା ପ୍ରଭାବିତ ଖରଖରିଆ ଓ ମୈସାନପୁର ନଦୀକୂଳିଆ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପଜିଲ୍ଲାପାଳ ଅବିନାଶ କୁମାର। ଏହି ଅବସରରେ ବିଭିନ୍ନ ଆଶ୍ରୟସ୍ଥଳୀରେ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ଉପଲବ୍ଧତା ଯାଞ୍ଚ କରିଛନ୍ତି। ତହସିଲଦାର ବିଶ୍ୱରଞ୍ଜନ କହଁରଙ୍କ ସହ ଝାଟୀପଦର ପଞ୍ଚାୟତରେ ରିଲିଫ୍ ବଣ୍ଟନ ବ୍ୟବସ୍ଥା ମଧ୍ୟ ତଦାରଖ କରିଛନ୍ତି।

ଅନ୍ୟପଟେ ଚିକିଟୀ ବିଡିଓ ବିବେକାନନ୍ଦ ମିଶ୍ର, ଅତିରିକ୍ତ ବିଡିଓ ଚକ୍ରଧର ପ୍ରଧାନ ଓ ଜିଆରଏସ୍ ପ୍ରଭଞ୍ଜନ ଚାନ୍ଦପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଖଜୁରୀପଡ଼ା, ହରିପୁରପଲ୍ଲୀ, ନୂଆସାହି, କଣ୍ଟାବଡ଼ ଓ ବଡ଼ଦେଉ ଗ୍ରାମରେ ବିପଦସଙ୍କୁଳ କଚ୍ଚା ଘରେ ରହୁଥିବା ପ୍ରାୟ ୪୦ଟି ପରିବାରକୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ସୁନ୍ଦରଡ଼ା ବିଦ୍ୟାଳୟରେ ଥିବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ଏହାସହ ଉପକୂଳବର୍ତ୍ତୀ ଅଞ୍ଚଳର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ଯେପରି ଠିକ୍ ଭାବେ ପୂରଣ ହୁଏ, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉଥିବା ବିଡିଓ ବିବେକାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।


ବାତ୍ୟା ପାଇଁ ୨ ଦିନ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି ବନ୍ଦ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାରେ ଦୁଇଦିନିଆ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। ନଭେମ୍ବର ୧୯ ଓ ୨୦ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।

ତେବେ ଛୁଟି ସମୟରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଆବଶ୍ୟକ ପ୍ରଶାସନିକ ସହଯୋଗ ଓ ରିଲିଫ୍ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପ୍ରଶାସନ ଏବେ ସମ୍ପୂର୍ଣ୍ଣ ସତର୍କ ରହିଛି। ବିଶେଷକରି ଦୁର୍ଗମ ଓ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଯୋଗାଇବା ଉପରେ ଜୋର୍ ଦିଆଯାଉଛି। ବାତ୍ୟାର ମୁକାବିଲା କରି ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିବା ଏବେ ପ୍ରଶାସନର ପ୍ରମୁଖ ଉଦ୍ଦେଶ୍ୟ।

Add Zee News as a Preferred Source
TAGS:

About the Author

Narayan Behera
Read More

ZEENEWS TRENDING STORIES