SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଆଜି ଖୋଲିବ ହୀରାକୁଦ ଗେଟ୍, ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ସ୍ଥିତି ଓ ଅନ୍ୟ ଖବର

Top 10 News Today: ସକାଳୁ ପଢନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 01, 2026, 10:00 AM IST | Updated: Nov 01, 2026, 10:00 AM IST
Image Credit: Top 10 News Today
Join

Top 10 News Today

Headlines 01- ୨୨ କିମି ବେଗରେ ଆଗକୁ ବଢୁଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଅବପାତ । ବିଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଅବପାତ ଆଗକୁ ବଢୁଥିବା ସୂଚନା ମିଳିଛି । ଚେନ୍ନାଇରୁ ୮୩୦ କିମି, ବିଶଖାପଟ୍ଟନମରୁ ୮୮୦ କିମି ଦୂରରେ ଅବପାତ ରହିଛି । ଆଜି ବାତ୍ୟା ଓ କାଲି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା କୁହାଯାଉଛି । ୩ ତାରିଖ ସକାଳେ ସମ୍ଭାବ୍ୟ ‘ମୁରାସୁ’ ବାତ୍ୟା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବା ନେଇ ଆକଳନ କରାଯାଉଛି । ନେଲୁର ଏବଂ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ପବନ ବେଗ ୧୦୦ ରୁ ୧୧୦କିମି, ଝଟକା ପବନ ୧୨୦କିମି ରହିପାରେ ।

Headlines 02- ଦୀପାବଳି ପୂର୍ବରୁ ଗ୍ରାହକଙ୍କ ପାଇଁ ଝଟକା ଦେବା ପରି ଖବର ଆସିଛି । ସରକାର କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟ ବଢ଼ାଇଛନ୍ତି। ନଭେମ୍ବର ୧ ତାରିଖରୁ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ LPG ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ହୋଇଛି। ଏବେ ଦେଶର ରାଜଧାନୀ ଦିଲ୍ଲୀରେ କମର୍ସିଆଲ୍ ସିଲିଣ୍ଡର ୧୦ ଟଙ୍କା ମହଙ୍ଗା ହୋଇଛି, ଯାହାର ନୂଆ ମୂଲ୍ୟ ୨,୮୨୦ ଟଙ୍କା ହୋଇଯାଇଛି।

Headlines 03- ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦ୍ୱିତୀୟ ବିବାହ କରିଛନ୍ତି । ୫୬ ବର୍ଷ ବୟସରେ ବରିଷ୍ଠ ସାମ୍ୱାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି ଓମାର । ବିବାହ ସମୟର ଫଟୋ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ବିବାହ ପରେ ଉଭୟଙ୍କୁ ପ୍ରିୟଜନ ଏବଂ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି ।

Headlines 04- ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସ ଆଜି ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହକାରୀ (SRA) ସଦାଶିବ ପ୍ରଧାନଙ୍କୁ ପ୍ରାୟ ୮,୬୩,୨୦୦ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରିଛି। ସେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ସୋରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

Headlines 05- ରାଜ୍ୟ ସରକାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ରବିବାର ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରବିବାର ପାଇଁ ଛୁଟି ବାତିଲ୍ କରାଯାଇଛି । ସରକାରୀ ଅଧିକାରୀ ମାନେ ରବିବାର ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁପସ୍ଥିତ ରହିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Headlines 06- ଗଞ୍ଜାମରେ ରବିବାର ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ରିଲିଫ କାର୍ଯ୍ୟ ପାଇଁ ଛୁଟି ବାତିଲ୍ କରାଯାଇଛି । ସରକାରୀ ଅଧିକାରୀ ମାନେ ରବିବାର ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ ଆସନ୍ତା ୩ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି । ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

Headlines 07- ହୀରାକୁଦରେ ଜଳସ୍ତର ବଢିବା କାରଣରୁ ଆଜି ଅପରାହ୍ନରେ ଖୋଲାଯିବ ଗେଟ୍‌ । ଉପର ମୁଣ୍ଡରେ ବର୍ଷା କାରଣରୁ ଗେଟ୍‌ ଖୋଲିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନର ଜଳସ୍ତର ୬୨୯.୧ ଫୁଟ ରହିଛି । ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ସମୟରେ ୧୪୧୭୭୯ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ୩୩୭୭୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।

Headlines 08- ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ମିସନ ଅଲିଭ ରିଡଲେ ପାଇଁ ୩ ସମୁଦ୍ର ତଟରେ କଟକଣା ଲାଗୁ ହୋଇଛି । ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଛି କଟକଣା । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ମାରିବା ନିଷେଧ । କୂଳ ଠାରୁ ୨୦ କିମି ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମରା ନିଷେଧ କରିଛି ପ୍ରଶାସନ ।

Headlines 09- ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଛି । ଗତକାଲି ପ୍ରବଳ ବର୍ଷା ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍, NDRF ଓ ଅଗ୍ନିଶମର ୯ଟି ଟିମ୍ ନିୟୋଜିତ ଅଛନ୍ତି । ୧୩ ନିଖୋଜଙ୍କ ମଧ୍ୟରୁ ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

Headlines 10- ଆଗାମି କିଛି ଦିନ ପାଇଁ ରାଜ୍ୟର ଅନେକ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ବଜ୍ରପାତ ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES