IAS Reshuffle:IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର,ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ
IAS Reshuffle: ଦୀପାବଳି ପୂର୍ବରୁ ଆଇଏଏସ୍ (IAS) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।
Published: Nov 05, 2026, 12:17 PM IST
| Updated: Nov 05, 2026, 12:20 PM IST
IAS Reshuffle: ଦୀପାବଳି ପୂର୍ବରୁ ଆଇଏଏସ୍ (IAS) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ବ ମିଳିଥିବା ବେଳେ ଗିରିଶ ଏସ୍ ଏନଙ୍କୁ ଏଚ୍ ଆଣ୍ତ ଏଫଡବ୍ଲୁ (H&FW) ବିଭାଗର କମିଶନର ଦାୟିତ୍ବ ଦିଆଯାଇଛି। ସେହିପରି, ଆଇଏସ୍ ରୂପା ମିଶ୍ରଙ୍କୁ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ଅଶ୍ବତୀ ଏସ.ଙ୍କୁ ସିଟି ଓଡି଼ଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହ ଅର୍ଥ ବିଭାଗର ସ୍ବତନ୍ତ୍ର ଶାସନ ସଚିବର ଗୁରୁ ଦାୟିତ୍ବ ମିଳିଛି।