Cyclone Update: ବାତ୍ୟା 'ଅକ୍ୱାନ୍'କୁ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ୍। ଆଇଏମଡ଼ି ନିର୍ଦ୍ଦେଶକ ତଥା ଡିଜି କହିଛନ୍ତି ଯେ, ସକାଳ ୭ଟା ୩୦ରେ'ଅକ୍ୱାନ୍' ସ୍ଥଳଭାଗ ଅତିକ୍ରମ କରିଛି। ଏହି ବାତ୍ୟା ଗୋପାଳପୁରରୁ ୧୫ କିମି ଦୂରରେ ଲ୍ୟାଣ୍ତଫଲ୍ କରିସାରିଛି। ଘଣ୍ଟାପ୍ରତି ପବନର ବେଗ ୭୦ ରୁ ୮୦ କିମି ରହିଛି। 'ଅକ୍ୱାନ୍' ଆଜି ସଂନ୍ଧ୍ୟା ସୁଧା ଦୁର୍ବଳ ହେବାର ସମ୍ଭାବନା ରହିଛି।
ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଏନେଇ ୩ ଜିଲ୍ଲା ରେ ବର୍ଷା ଓ ପବନ ନେଇ ତିନି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। କେନ୍ଦ୍ରାପଡାକୁ ଅପରାହ୍ନ ୩ଟା ଯାଏଁ ବର୍ଷା ସତର୍କତା ଜାରି କରାଯାଇଥିବା ବେଳେ ଜଗତସିଂହପୁରକୁ ୨ଟା ୧୫ ଯାଏଁ ବର୍ଷା ସତର୍କତା ଜାରି ହୋଇଛି। ସେହିପରି, ପୁରୀ ଜିଲ୍ଲାକୁ ଅପରାହ୍ନ ୧ଟା ୪୫ ମିନିଟ୍ ଯାଏଁ ସତର୍କ କରାଯାଇଛି। ୩ ଜିଲ୍ଲାରେ ଘଣ୍ଟା ପ୍ରତି୩୦ ରୁ ୪୦ କିମି ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ, ବର୍ଷା ପ୍ରଭାବରେ ତାର ତାରିଣୀ ପୀଠର ପାହାଡିଆ ରାସ୍ତାରେ ଭୂସ୍ଖଳନ ହୋଇଛି। ରାସ୍ତା ଉପରେ ଗଛ ଓ ପଥର ଖଣ୍ତ ପଡିବାକୁ ଯାତାୟତ ପ୍ରଭାବିତ ହୋଇଛି। ଏନେଇ ପାହାଡ଼ ରାସ୍ତା ସିଲ୍ କରି କଟକଣା ଲଗାଇଛି ପ୍ରଶାସନ।