SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Update: ବାତ୍ୟା 'ଅକ୍‌ୱାନ୍‌' କୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି!

Cyclone Update: ବାତ୍ୟା 'ଅକ୍‌ୱାନ୍‌' କୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି!

Written By Narmada Behera Edited By Narmada Behera
Published: Nov 20, 2026, 13:10 IST | Updated: Nov 20, 2026, 13:12 IST
Image Credit: Representative - Social Media
Join

Cyclone Update: ବାତ୍ୟା 'ଅକ୍‌ୱାନ୍‌'କୁ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ୍। ଆଇଏମଡ଼ି ନିର୍ଦ୍ଦେଶକ ତଥା ଡିଜି  କହିଛନ୍ତି ଯେ, ସକାଳ ୭ଟା ୩୦ରେ'ଅକ୍‌ୱାନ୍‌' ସ୍ଥଳଭାଗ ଅତିକ୍ରମ କରିଛି। ଏହି ବାତ୍ୟା ଗୋପାଳପୁରରୁ ୧୫ କିମି ଦୂରରେ ଲ୍ୟାଣ୍ତଫଲ୍ କରିସାରିଛି। ଘଣ୍ଟାପ୍ରତି ପବନର ବେଗ ୭୦ ରୁ ୮୦ କିମି ରହିଛି।  'ଅକ୍‌ୱାନ୍‌' ଆଜି ସଂନ୍ଧ୍ୟା ସୁଧା ଦୁର୍ବଳ ହେବାର ସମ୍ଭାବନା ରହିଛି।

ALSO READ: Cyclone Aqwans: ଗୋପାଳପୁର ନିକଟରେ ବାତ୍ୟା ‘ଆକୱାନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୭ରୁ ୮ ଘଣ୍ଟା ଧରି ଚାଲିବ: ମନୋରମା ମହାନ୍ତି

ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଏନେଇ ୩ ଜିଲ୍ଲା ରେ ବର୍ଷା ଓ ପବନ ନେଇ ତିନି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। କେନ୍ଦ୍ରାପଡାକୁ ଅପରାହ୍ନ  ୩ଟା ଯାଏଁ ବର୍ଷା ସତର୍କତା ଜାରି କରାଯାଇଥିବା ବେଳେ ଜଗତସିଂହପୁରକୁ ୨ଟା ୧୫ ଯାଏଁ  ବର୍ଷା ସତର୍କତା ଜାରି ହୋଇଛି। ସେହିପରି, ପୁରୀ ଜିଲ୍ଲାକୁ ଅପରାହ୍ନ ୧ଟା ୪୫ ମିନିଟ୍ ଯାଏଁ  ସତର୍କ କରାଯାଇଛି। ୩ ଜିଲ୍ଲାରେ ଘଣ୍ଟା ପ୍ରତି୩୦ ରୁ ୪୦ କିମି ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ, ବର୍ଷା ପ୍ରଭାବରେ  ତାର ତାରିଣୀ ପୀଠର ପାହାଡିଆ ରାସ୍ତାରେ ଭୂସ୍ଖଳନ ହୋଇଛି। ରାସ୍ତା ଉପରେ ଗଛ ଓ ପଥର ଖଣ୍ତ ପଡିବାକୁ ଯାତାୟତ ପ୍ରଭାବିତ ହୋଇଛି। ଏନେଇ ପାହାଡ଼ ରାସ୍ତା ସିଲ୍ କରି କଟକଣା ଲଗାଇଛି ପ୍ରଶାସନ।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES