Cyclone Update: ସାମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଆସିଲା ବଡ଼ ଅପଡେଟ୍! ଲ୍ୟାଣ୍ତଫଲ୍ ପରେ ଓଡ଼ିଶାରେ...
Cyclone Update: ବଙ୍ଗୋପସାଗରର ପୂର୍ବ-ମଧ୍ୟ ଓ ଦକ୍ଷିଣ ପୂର୍ବ ଅଞ୍ଚଳରେ ସୃଷ୍ଟ ଅବପାତ ଶକ୍ତିଶାଳୀ ହୋଇ ଗଭୀର ଅବପାତର ରୂପ ନେଇଛି। ୨୫ ତାରିଖ ସଂନ୍ଧ୍ୟା ୫ଟା ୩୦ ସୁଧା ପୂର୍ବ କେନ୍ଦ୍ରୀୟ ତଥା ତତ ସଲଂଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସକ୍ରିୟ ଥିଲା ବେଳେ ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୫ କିମି ବେଗରେ ଗତି କରୁଛି।
Cyclone Update: ବଙ୍ଗୋପସାଗରର ପୂର୍ବ-ମଧ୍ୟ ଓ ଦକ୍ଷିଣ ପୂର୍ବ ଅଞ୍ଚଳରେ ସୃଷ୍ଟ ଅବପାତ ଶକ୍ତିଶାଳୀ ହୋଇ ଗଭୀର ଅବପାତର ରୂପ ନେଇଛି। ୨୫ ତାରିଖ ସଂନ୍ଧ୍ୟା ୫ଟା ୩୦ ସୁଧା ପୂର୍ବ କେନ୍ଦ୍ରୀୟ ତଥା ତତ ସଲଂଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସକ୍ରିୟ ଥିଲା ବେଳେ ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୫ କିମି ବେଗରେ ଗତି କରୁଛି। ଏହା ଆଣ୍ତାମାନ୍ ର ଶ୍ରୀବିଜୟ ପରମଠାରୁ ପ୍ରାୟ ୪୫୦ କିମି ଉତ୍ତର -ଉତ୍ତର ପଶ୍ଚିମ ବିଖାଶାପାଟଣା ଠାରୁ ୮୨୦ କିମି ପୂର୍ବ ଦକ୍ଷିଣ ପୂର୍ବ, କାକିନାଡା ଠାରୁ ୯୧୦ କିମି ମଛଲିପଟ୍ଟନମ୍ ଠାରୁ ୧୦୧୦ କିମି ଓ ବାପତଲା ଠାରୁ ୧୦୮୦ କିମି ଦୂରରେ ରହିଛି।
ଏହା ପଶ୍ଚିମ ଦିଗ ଆଡ଼କୁ ବଢି(ସୋମବାର) ଆଜି ସକାଳ ସୁଦ୍ଧା ଘୂର୍ଣ୍ଣିଝଡ଼ର ରୂପ ନେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ମଙ୍ଗଳବାର ସକାଳେ ଭୀଷଣ ବାତ୍ୟା ରୂପ ନେବ। ମଙ୍ଗଳବାର ଦିନ ଏହା ଅଧିକ ଘନୀଭୂତ ହେବ। ବୁଧବାର ସକାଳ ସୁଧା ବା ୨୮ ତାରିଖ ସୁଧା ଏହା ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇ ଆନ୍ଧ୍ର ଉପକୂଳରେ ପହଞ୍ଚିବ।
ବାପତଲା ଓ ବିଶାଖାପାଟଣା ମଧ୍ୟରେ ୟାନାମ୍ ଉପକୂଳ ଅଞ୍ଚଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିମି ଭିତରେ ରହିବା ସହ ଅତି ପ୍ରବଳ ବର୍ଷା ସହ ବାତ୍ୟା ଅର୍ଣ୍ଣବ ୨୮ ତାରିଖ ଅପରାହ୍ନ ବେଳକୁ ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି଼ ପକ୍ଷରୁ କୁହାଯାଇଛି। ଉପକୂଳ ଅଞ୍ଚଳରେ ଏନେଇ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିଷେଧ କରାଯାଇଛି। କୋଣାର୍କ ନିକଟସ୍ତ ଚନ୍ଦ୍ରଭାଗା ବିଚ୍ ରେ ପର୍ଯ୍ୟଟକଙ୍କୁ ନିଷେଧ କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ବାତ୍ୟାର ଗତିପଥ , ତ୍ରୀବ୍ରତାରେ ପରିବର୍ତ୍ତନ ଆସିବା ସମ୍ଭାବନା ଥିବାରୁ ପରାମର୍ଶ ଦିଆଯାଇଛି। ସରକାରୀ ନିର୍ଦ୍ଦେଶ ଅନୁସରଣ କରିବା ସହ ଆତ୍ୟବଶ୍ୟକ ସତର୍କତା ଗ୍ରହଣ କରିବାକୁ ପାଣିପାଗ ବିଜ୍ଞାନୀ କହିଛନ୍ତି।
ସେପଟେ, ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଓଡ଼ିଶାରେ ୨୭ ଓ ୨୮ ତାରିଖରେ ପ୍ରବଳ ବର୍ଷା ହେବ। ଏବଂ ଆଉ ଏକ ପାଣିପାଗ ମଡେଲ୍ ଦର୍ଶାଇଛି ଯେ, ବାତ୍ୟାଟି ଆନ୍ଧ୍ର ଛୁଇଁଲା ବେଳକୁ ଆଉ ଏକ ଲଘୁଚାପ ଓଡି଼ଶା ଭିତରକୁ ପଶିବ। ଗୋପାଳପୁରରୁ ପାରାଦୀପ ଭିତରେ ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ। ଓଡ଼ିଶାକୁ ସାମ୍ଭାବ୍ୟ ବାତ୍ୟା ସିଧାସଳଖ ମାଡ଼ ହେବନି ବୋଲି କହିଛି ଆଇଏମଡି। କିନ୍ତୁ ବାତ୍ୟାରେ ପ୍ରଭାବରେ ୨୭ ତାରିଖରୁ ଘଣ୍ଟାପ୍ରତି ପବନ ୪୦ ରୁ ୫୦ କିମି ଭିତରେ ରହିବ।
୨୮ରେ ଗଜପତି, କୋରାପୁଟ୍, ରାୟଗଡା, ମାଲକାନଗିରି, ନବରଙ୍ଗପୁର, ଜିଲ୍ଲା ଉପର ଦେଇ ଯିବ। ସେବେ ଘଣ୍ଟା ପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବହିବ। ଆଜିଠାରୁ ୨୮ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶା ସମେତ ନୂଆପଡା, କନ୍ଧମାଳ, କଳାହାଣ୍ତି, ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏବଂ ୨୯ ରେ ପଶ୍ଚିମ ଓଡି଼ଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷ ଆଶାଙ୍କା ରହିଛି।ଏବଂ ୩୧ ଓ ୩୧ ରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷକରି, ରାୟଗଡା, କୋରାପୁଟ୍, ମାଲକାନଗିରି, ଗଜପତି ଓ ଗଞ୍ଜାମକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ।