Weather Report: ଓଡ଼ିଶାକୁ ଘନ କୁହୁଡ଼ି ଭୟ! ୫ ଜିଲ୍ଲାକୁ IMDର ସତର୍କ ସୂଚନା ଜାରି...
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୨୪ ତାରିଖ ସକାଳ ସମୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
Weather Report: ଶୀତର ଆଗମନ ସହ ରାଜ୍ୟରେ କୁହୁଡ଼ିର ପ୍ରଭାବ ଦେଖାଦେବା ଆରମ୍ଭ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୨୪ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ୯ଟି ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି। ସେହିପରି ୫ଟି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ କରାଯାଇଛି।
୯ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା:
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୨୪ ତାରିଖ ସକାଳ ସମୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
୫ ଜିଲ୍ଲାରେ ଘନ କୁହୁଡ଼ି ଚେତାବନୀ:
ପାଣିପାଗ ବିଭାଗର ସୂଚନା ଅନୁସାରେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇପାରେ। ଏହି ସମୟରେ ଦୃଶ୍ୟମାନତା ୫୦ ମିଟରରୁ ଅଧିକ ଏବଂ ୨୦୦ ମିଟରରୁ କମ୍ ରହିବାର ଆଶଙ୍କା ରହିଛି।
ଯାତାୟାତ ସମୟରେ ସତର୍କ ରୁହନ୍ତୁ:
ସକାଳ ସମୟରେ କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା କମିପାରେ। ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ତେଣୁ କୁହୁଡ଼ି ସମୟରେ ଗାଡ଼ି ଚାଳକମାନେ ଧୀର ଗତିରେ ଗାଡ଼ି ଚଳାଇବା, ଆବଶ୍ୟକ ଆଲୋକ ବ୍ୟବହାର କରିବା ଏବଂ ଆଗରେ ଥିବା ଗାଡ଼ିଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବା ଉଚିତ।
ଆସନ୍ତା ୩-୪ ଦିନରେ ରାତି ତାପମାତ୍ରା କମିବ:
ଅନ୍ୟପଟେ, ପାଣିପାଗ ବିଭାଗର ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ ଅନୁସାରେ, ଆଗାମୀ ୩-୪ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏହାପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେଣୁ ସକାଳୁ ଯାତାୟାତ କରୁଥିବା ଲୋକମାନେ ପାଣିପାଗ ସ୍ଥିତି ପ୍ରତି ସଚେତନ ରହିବା ଆବଶ୍ୟକ।