Cyclone: ବର୍ଷାରେ ଭିଜିବ ଦଶହରା! ୧୦ ପରେ ସାମ୍ଭାବ୍ୟ ବାତ୍ୟା ସ୍ପଷ୍ଟ ହେବ...
ଓଡି଼ଶାରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତିଶଗଡ଼ ଅଞ୍ଚଳରୁ ମୌସୁମୀ ବିଦାୟ ନେବା ଆରମ୍ଭ ହେବାକୁ ଯାଉଛି। ଏବଂ ଓଡି଼ଶାକୁ ମଧ୍ୟ ଆଗକୁ ବଢିବ। ଏହି ସମୟରେ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସମ୍ଭାବନାକୁ ନେଇ ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ ସତର୍କ କରାଇଛନ୍ତି।
Cyclone: ଓଡି଼ଶାରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତିଶଗଡ଼ ଅଞ୍ଚଳରୁ ମୌସୁମୀ ବିଦାୟ ନେବା ଆରମ୍ଭ ହେବାକୁ ଯାଉଛି। ଏବଂ ଓଡି଼ଶାକୁ ମଧ୍ୟ ଆଗକୁ ବଢିବ। ଏହି ସମୟରେ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସମ୍ଭାବନାକୁ ନେଇ ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ ସତର୍କ କରାଇଛନ୍ତି। ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥାମାନେ ଲଘୁଚାପ ସୃଷ୍ଟି ନେଇ ପୂର୍ବ ଆକଳନ କରିଛନ୍ତି। କିନ୍ତୁ ଏହା ବାତ୍ୟା ରୂପ ନେବ କି ନାହିଁ ସେ ବିଷୟରେ ଏବେଠୁ ସ୍ପଷ୍ଟ ଆକଳନ କରିହେବ ନାହିଁ। କିଛି ଲଘୁଚାପ ଓ ଅବପାତ ରୂପ ନେଇ ଦକ୍ଷିଣ ଭାରତ ରାଜ୍ୟ ଗୁଡିକରେ ବା ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ବର୍ଷା ପବନ ଆଣିଛି। ଯେପର୍ଯ୍ୟନ୍ତ ଲଘୁଚାପ ସୃଷ୍ଟି ହୋଇନି। କୌଣସି ଆକଳନ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଅକ୍ଟୋବରରେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବଳୟ ଗୁଡିକ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ। ତେଣୁ ଏବେ ବାତ୍ୟା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ଆସନ୍ତା ୧୦ ତାରିଖ ପରେ, ସାମ୍ଭାବ୍ୟ ବାତ୍ୟା ଚିତ୍ର ସ୍ପଷ୍ଚ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ସେପଟେ, ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଜି ଓ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ। ଅକ୍ଟୋବର ୫ରୁ ବାଲେଶ୍ୱର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଜଗତସିଂହପୁର, କଟକ, ସୁନ୍ଦରଗଡ଼ ଓ ନୟାଗଡ଼ର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ। ଏହି ପାଗ ଅକ୍ଟୋବର ୬ରେ ମଧ୍ୟ ଜାରି ରହିବା ସମ୍ଭାବନା ରହିଛି। ଅକ୍ଟୋବର ୭ ଓ ୮ରେ ରାୟଗଡ଼ା , କୋରାପୁଟ, ବାଲେଶ୍ୱର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା,ଭଦ୍ରକ, ଜଗତସିଂହପୁର, କଟକ, ସୁନ୍ଦରଗଡ଼ ,ନୟାଗଡ଼,ଯାଜପୁର, କେନ୍ଦ୍ରାପଡ଼ା,କେନ୍ଦୁଝର, ମୟୂରଭଞ୍ଜ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଯାହା ୧୩ ବେଳକୁ ଲଘୁଚାପର ରୂପ ନେଇପାରେ। ଏବଂ ୧୫ ବେଳକୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ନେଇ ଆକଳନ କରାଯାଉଛି। ତେବେ ଏହି ସମ୍ଭାବ୍ୟ ସିଷ୍ଟମ ଆଗକୁ କେତେ ଶକ୍ତିଶାଳୀ ହେବ ତାହା ୧୦ ତାରିଖ ପରେ ଆକଳନ କରିହେବ।