Odisha News: ଅର୍ଣ୍ଣବର ପ୍ରଭାବ ଆରମ୍ଭ, ପାରାଦୀପ ମାଛଧରା ବନ୍ଦରକୁ ସୁରକ୍ଷିତ ଭାବେ ଫେରିଲେ ସମସ୍ତ ମତ୍ସଜୀବୀ
Odisha News: ଘୂର୍ଣ୍ଣିଝଡ଼ ଅର୍ଣ୍ଣବର ପ୍ରଭାବ ଧୀରେ ଧୀରେ ସମୁଦ୍ର ମଧ୍ୟରେ ବଢୁଥିବା ବେଳେ ପାରାଦୀପ ମାଛଧରା ବନ୍ଦର ମଧ୍ୟରୁ ସମୁଦ୍ର କୁ ମାଛ ଧରିବାକୁ ଯାଇଥିବା ସମସ୍ତ ଯନ୍ତ୍ରଚାଳିତ ଡ଼ଙ୍ଗା ଓ ବୋଟ ଗୁଡିକ ସୁରକ୍ଷିତ ଭାବରେ ଫେରିଆସିଥିବା ନେଇ କହିଛନ୍ତି ଉପକୂଳ ଓଡିଶା ମତ୍ସ୍ୟ ବିଭାଗ ର ଯୁଗ୍ମ ନିର୍ଦେଶକ ଦୀପ୍ତି କୁମାର ମହାପାତ୍ର।

ଗତ ୨୩ ତାରିଖ ରେ ବଙ୍ଗୋପସାଗର ରେ ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟି ରେ ରଖି ମତ୍ସ୍ୟ ବିଭାଗ ତରଫରୁ ସମସ୍ତ ମତ୍ସ୍ୟଜିବି ମାନଙ୍କୁ ମାଛଧାରା ବନ୍ଦର ମଧ୍ୟକୁ ଫେରି ଆସିବାକୁ ନିର୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ସମସ୍ତ ମାଲିକ ମାନେ ସେମାନଙ୍କ ବୋଟ ଗୁଡିକୁ ଫେରିଆସିବାକୁ କହିବା ପରେ ଆଜି ସକାଳ ସୁଦ୍ଧା ସମସ୍ତ ବୋଟ ଓ ଟାପା ଗୁଡିକ ପାରାଦୀପ ମାଛଧରା ବନ୍ଦର ମଧ୍ୟକୁ ଫେରିଆସିଥିବା ନେଇ ମତ୍ସ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।
ସମ୍ଭାବ୍ୟ ଘୁର୍ଣ୍ଣିଝଡ଼ ପାଇଁ ସମସ୍ତ ମତ୍ସ୍ୟଜିବି ଓ ମାଛଧରା ବୋଟ ଗୁଡିକ କିଭଳି ସୁରକ୍ଷିତ ରହିବ ଏବଂ ପୁଣିଥରେ ବାତ୍ୟା ପରେ ସେମାନଙ୍କ କାର୍ଯ୍ୟ କରିବେ ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ବଙ୍ଗୋପସାଗର ରେ ବାରମ୍ବାର ଆସୁଥିବା ବାତ୍ୟା ଓ ଲଘୁଚାପ ଆଜି ବୋଟ ମାଲିକ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଯେହେତୁ ସମୁଦ୍ର ଅଶାନ୍ତ ରହିଛି, ଏହାଦ୍ୱାରା ଉଭୟ ମତ୍ସ୍ୟଜିବି ଓ ବୋଟ ପ୍ରତି ବିପଦ ଥିବାରୁ ପ୍ରଶାସନ ର ନିର୍ଦେଶ କୁ ଆମେ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ବୋଟ ମାଲିକ ଓ ମତ୍ସ୍ୟଜୀବୀ।