SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ମତ୍ସ୍ୟ ବିଭାଗ ପକ୍ଷରୁ ବିଶେଷ ସୂଚନା ଜାରି, ଜାଣନ୍ତୁ...

ମାଛଧରା ଡଙ୍ଗା ଓ ବୋଟ୍‌ରେ ଟ୍ରାନ୍ସପୋଣ୍ଡରର ବ୍ୟବହାରକୁ ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସ୍ୱତନ୍ତ୍ର ସଚେତନତା ବାର୍ତ୍ତା।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 23, 2026, 07:42 PM IST | Updated: Oct 23, 2026, 07:47 PM IST
Image Credit: Paradip News
Join

ପାରାଦୀପ: ମାଛଧରା ଡଙ୍ଗା ଓ ବୋଟ୍ ମାଲିକଙ୍କ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ବିଶେଷ ସୂଚନା। ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ସମୟରେ ନିଜନିଜର ଡଙ୍ଗା ଓ ବୋଟ୍‌ରେ ଲାଗିଥିବା ଟ୍ରାନ୍ସପୋଣ୍ଡରକୁ ଚାର୍ଜ ରଖିବା ସହ ସୁଇଚ୍ ଅନ୍ କରି ରଖିବା ପାଇଁ ଅନୁରୋଧ କରାଯାଇଛି। ଏନେଇ ପାରାଦୀପ ମାଛଧରା ବନ୍ଦରରେ ଡକାବାଜୀ ଯନ୍ତ୍ର ଦ୍ୱାରା ମତ୍ସ୍ୟଜୀବୀ ଓ ବୋଟ୍ ମାଲିକଙ୍କୁ ସଚେତନ କରିଛି ମତ୍ସ୍ୟ ବିଭାଗ। ଟ୍ରାନ୍ସପୋଣ୍ଡରର ସଠିକ୍ ବ୍ୟବହାର ଦ୍ୱାରା ଡଙ୍ଗାର ଅବସ୍ଥିତି ଜାଣିବା ସହ ମତ୍ସ୍ୟଜୀବୀଙ୍କ ଜୀବନ ରକ୍ଷା କରାଯାଇପାରିବ। ସରକାରଙ୍କ ତରଫରୁ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ମାଛଧରା ଡଙ୍ଗା ଓ ବୋଟ୍‌ରେ ଟ୍ରାନ୍ସପୋଣ୍ଡରର ବ୍ୟବହାରକୁ ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସ୍ୱତନ୍ତ୍ର ସଚେତନତା ବାର୍ତ୍ତା। ପାରାଦୀପ ମାଛଧରା ବନ୍ଦରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀ, ଡଙ୍ଗା ଓ ବୋଟ୍ ମାଲିକଙ୍କୁ ଏନେଇ ସଚେତନ କରାଯାଇଛି। ମାଛ ଧରିବା ପାଇଁ ସମୁଦ୍ରକୁ ଯିବା ପୂର୍ବରୁ ଡଙ୍ଗା ଓ ବୋଟ୍‌ରେ ଲାଗିଥିବା ଟ୍ରାନ୍ସପୋଣ୍ଡରକୁ ପର୍ଯ୍ୟାପ୍ତ ଚାର୍ଜ ରଖିବା ସହ ଏହାକୁ ସୁଇଚ୍ ଅନ୍ କରି ରଖିବାକୁ ଦିଆଯାଇଛି ପରାମର୍ଶ।

ଟ୍ରାନ୍ସପୋଣ୍ଡର ହେଉଛି ଏକ ବେତାର ଯୋଗାଯୋଗ ଉପକରଣ। ଏହା ମାଧ୍ୟମରେ ଡଙ୍ଗା କିମ୍ବା ବୋଟ୍‌ର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିପାରିବ। ଫଳରେ ଜରୁରୀ ପରିସ୍ଥିତିରେ ମତ୍ସ୍ୟଜୀବୀଙ୍କୁ ଠାବ କରିବା ସହ ଉଦ୍ଧାର କାର୍ଯ୍ୟରେ ସହାୟତା ମିଳିପାରିବ। ଏଭଳି ପଦକ୍ଷେପ ମତ୍ସ୍ୟଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସମୁଦ୍ରରେ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟକୁ ସହଜ କରିବାରେ ସହାୟକ ହେବ। ତେଣୁ ସମସ୍ତ ମତ୍ସ୍ୟଜୀବୀ ଟ୍ରାନ୍ସପୋଣ୍ଡରକୁ କାର୍ଯ୍ୟକ୍ଷମ ରଖିବା ସହ ମତ୍ସ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନାକୁ ମାନିବା ପାଇଁ ଅନୁରୋଧ କରାଯାଇଛି।

ରିପୋର୍ଟ- ନାରାୟଣ ବେହେରା
 

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES