SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା

ପ୍ରକଳ୍ପ ଯୋଗୁଁ ସ୍ଥାନୀୟ ବାସିନ୍ଦା ସେମାନଙ୍କର ଧାନ, ପାନ ଓ ମୀନ ଭଳି ପାରମ୍ପରିକ ଜୀବିକା ହରାଇଥିବାରୁ ସମିତି ପକ୍ଷରୁ ୧୩ଦଫା ଦାବି ଉପସ୍ଥାପନ କରାଯାଇଛି।

Reported By Narayan Behera Written By Soubhagya Ranjan Mishra
Published: Oct 02, 2026, 05:53 PM IST | Updated: Oct 02, 2026, 06:00 PM IST
Image Credit: Jagatsinghpur News
Join

ଜଗତସିଂହପୁର: ଜୀବନ ଜୀବିକା ଓ ନିଜର ଅଧିକାର ସାବ୍ୟସ୍ତ ପାଇଁ ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତି ପକ୍ଷରୁ ଜେ.ଏସ୍.ଡବ୍ଲୁ ୯ନଂ ଗେଟ୍ ନିକଟ ସିଦ୍ଧ ଗୁମ୍ଫା ଆଶ୍ରମ ନିକଟ ପଡିଆରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦେଇଛନ୍ତି। ଢିଙ୍କିଆରେ ପ୍ରକଳ୍ପ ହେବା ଦ୍ୱାରା ଢ଼ିଙ୍କିଆ ଚାରିଦେଶ ଲୋକେ ପ୍ରଭାବିତ ହୋଇଛନ୍ତି, ପ୍ରଭାବିତ ହୋଇଥିବା ପଞ୍ଚାୟତର ଲୋକଙ୍କ ଅଧିକାର, ଜୀବିକା ଓ ଭବିଷ୍ୟତ ସୁରକ୍ଷା ପାଇଁ ଏକତାର ସ୍ୱର ଉତ୍ତୋଳନ କରିବା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଢ଼ିଙ୍କିଆ ଚାରିଦେଶ ଉନ୍ନୟନ ସମିତି ତରଫରୁ କୁହାଯାଇଛି।

ପ୍ରକଳ୍ପ ଯୋଗୁଁ ସ୍ଥାନୀୟ ବାସିନ୍ଦା ସେମାନଙ୍କର ଧାନ, ପାନ ଓ ମୀନ ଭଳି ପାରମ୍ପରିକ ଜୀବିକା ହରାଇଥିବାରୁ ସମିତି ପକ୍ଷରୁ ୧୩ଦଫା ଦାବି ଉପସ୍ଥାପନ କରାଯାଇଛି। ମୁଖ୍ୟତଃ ସ୍ଥାନୀୟ ନିଯୁକ୍ତି ଯୋଗ୍ୟତା ଅନୁଯାୟୀ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗର ୮୦ ପ୍ରତିଶତ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ। ସ୍ଥାନୀୟ ଅଣକୁଶଳୀ ଶ୍ରମିକ ଓ ଯୁବପିଢ଼ୀଙ୍କୁ ପ୍ରଶିକ୍ଷଣ ଦେଇ କୁଶଳୀ କରାଇବା ଏବଂ ଜୀବିକା ହରାଇଥିବା ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇବା ପାନ ବରଜ, ତାମଳି ଏବଂ ଗଛ କାଟିବା ବାବଦ ବକେୟା ଥିବା ୮୮,୦୦୦ ଟଙ୍କା ତଥା ଅଦ୍ୟାବଧି ସମସ୍ତ ରାସନ କାର୍ଡ ଧାରୀଙ୍କୁ ସୁନିଶ୍ଚିତ ଭାବେ ପ୍ରଦାନ କରିବା। ଭୂତଳ ଜଳ ଉତ୍ତୋଳନ ସମ୍ପର୍କିତ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବା ଏବଂ ଜଳାଶୟ, ନଦୀ ଓ ସମୁଦ୍ରକୁ ଯାତାୟତ ପାଇଁ ରାସ୍ତା ସୁନିଶ୍ଚିତ କରିବା। ଏହିଭଳି ୧୩ଦଫା ଦାବୀ ନେଇ କମ୍ପାନୀ ଫାଟକ ନିକଟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛି ।

ଢ଼ିଙ୍କିଆ ଚାରିଦେଶ ଉନ୍ନୟନ ସମିତି। ଧାରଣାରେ କମ୍ପାନୀ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଢ଼ିଙ୍କିଆ, ନୂଆଗାଁ, ଓ ଗଡ଼ କୁଜଙ୍ଗ ପଞ୍ଚାୟତର ଶତାଧିକ ଲୋକେ ସାମିଲ ହୋଇଥିବା ବେଳେ କମ୍ପାନୀ କତୃପକ୍ଷ ତୁରନ୍ତ ଏହାର ବିଚାର କରିବା ପାଇଁ ଧାରଣକାରି ନିବେଦନ କରିଛନ୍ତି। ପ୍ରକଳ୍ପ ପାଇଁ କମ୍ପାନୀ ତରଫରୁ ଦିଆଯାଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ ପାଳନ କରିନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସମିତି ପକ୍ଷରୁ ନିବେଦନ କରା ଯାଇଛି। ଯେପର୍ଯ୍ୟନ୍ତ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ ନକରିଛି ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ଢ଼ିଙ୍କିଆ ଚରିଦେଶ ଉନ୍ନୟନ ସମିତି।

Add Zee News as a Preferred Source
TAGS:

About the Author

Narayan Behera
Read More

ZEENEWS TRENDING STORIES