SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ବିପଦ ସଂକେତ ଟପିଲା ଜଳକା, ଭଂଜନଗର-ବ୍ରହ୍ମପୁର NH ଅବରୋଧ ଓ ଅନ୍ୟ ଖବର

Top 10 News Today: ଅଳ୍ପରେ ପଢନ୍ତୁ ସକାଳର ପ୍ରମୁଖ ୧୦ଟି ଖବର

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 30, 2026, 10:00 AM IST | Updated: Oct 30, 2026, 10:00 AM IST
Image Credit: Top 10 News Today
Join

Top 10 News Today

Headlines 01- ଆଜି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା । ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପାଇବେ ୭୦୦ କୋଟିରୁ ଅଧିକ ଟଙ୍କା । ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Headlines 02- ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉଭୟ ଜିଲ୍ଲା ଗସ୍ତ କରିବେ । ଆକାଶ ମାର୍ଗରୁ ବନ୍ୟାସ୍ଥିତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

Headlines 03- ଦିଲ୍ଲୀ-ଏନସିଆରରେ ଗୁରୁବାର ରାତିରୁ ବର୍ଷା ଲାଗି ରହିଛି। ବିଳମ୍ବିତ ରାତିରେ ଆକାଶରେ ବିଜୁଳି ଚମକିବା ସହ ବିଜୁଳି ଘଡଘଡି ଦେଖିବାକୁ ମିଳିଥିଲା । ଏହାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଥଣ୍ଡା ପବନ କାରଣରୁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ରେକର୍ଡ କରାଯାଇଛି । ଯାହାଫଳରେ ଦିଲ୍ଲୀ ସହିତ ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦ ଭଳି ସହରର ବାସିନ୍ଦା ବର୍ତ୍ତମାନ ଥଣ୍ଡା ଅନୁଭବ କରୁଛନ୍ତି ।

Headlines 04- ଗୁରୁବାର ରାତିରେ ଜମ୍ମୁ-କାଶ୍ମୀର ଏବଂ ଲଦାଖର କେତେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ସେହିପରି ଉତ୍ତରାଖଣ୍ଡର ମଧ୍ୟ ଅନେକ ସ୍ଥାନରେ ତୁଷାରପାତ ଏବଂ କୁଆପଥର ବୃଷ୍ଟି ହୋଇଛି। ପାଣିପାଗ ବିଭାଗ ଆଜି ଜମ୍ମୁ-କାଶ୍ମୀରର ସମତଳ ଅଞ୍ଚଳରେ ଭାରୀ ବର୍ଷାର ସମ୍ଭାବନା ହେବା ନେଇ ଆଲର୍ଟ ଜାରି କରିଛି । ଏଥିସହ ଉପତ୍ୟକାରେ ଆଜି ମଧ୍ୟ ତୁଷାରପାତ ଦେଖିବାକୁ ମିଳିପାରେ।

Headlines 05-  ବିପଦ ସଂକେତ ଟପିଛି ଜଳକା ନଦୀର ବନ୍ୟା ପାଣି । ବସ୍ତା ବ୍ଲକ ମଥାନିଠାରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ବିପଦ ସଂକେତ ୬.୫୦ ମିଟର ଥିବା ସମୟରେ ଏବେ ଜଳସ୍ତର ୬.୫୮ ମିଟର ରହିଛି ।

Headlines 06- OUSSSC ପକ୍ଷରୁ CPSE-2024 ପାଇଁ ତଥ୍ୟ ଯାଞ୍ଚ ଅବଧି ବଢ଼ିଛି । SI ଲେବୁଲ ପରୀକ୍ଷା ପାଇଁ ତଥ୍ୟ ଅପଡେଟ୍‌ ୧୦ ଦିନ ବୃଦ୍ଧି ଘୋଷଣା କରାଯାଇଛି । ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଢ଼ିଛି ଅବଧି । ଆଉ ଅବଧି ବଢ଼ିବ ନାହିଁ । ତେଣୁ ଯେଉଁମାନେ ନ କରିବେ ସେମାନେ ଦାୟୀ ରହିବେ ବୋଲି ସୂଚାଇ ଦିଆଯାଇଛି ।

Headlines 07- ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା କାରଣରୁ ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ ଜଳ ବନ୍ଦି ପରିସ୍ଥିତି ଉପୁଜିଛି । ରାସ୍ତା ଘାଟ ସମେତ ଅନେକ ଅଞ୍ଚଳ ପାଣିରେ ବୁଡି ରହିଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର ଏବଂ ସହଯୋଗ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ପ୍ରଭାବିତ ଅଞ୍ଚଳରେ ଉଭୟ ଶୁଖିଲା ଏବଂ ରନ୍ଧା ଖାଦ୍ୟ ବଣ୍ଟାଯାଉଛି ।

Headlines 08- ବନ୍ୟା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲ ବନ୍ଦ ରହିବ । ସମସ୍ତ ସ୍କୁଲ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।

Headlines 09- କେନ୍ଦ୍ରାପଡ଼ା ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କୁଦାନଗରୀ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ବୟସ ୪୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ ।

Headlines 10- ବନ୍ୟା ସହାୟତା ଦାବିରେ ଭଂଜନଗର-ବ୍ରହ୍ମପୁର ଜାତୀୟ ରାଜପଥ ଅବରୋଧ ହୋଇଛି । ମଶାଣୀ ସାହିର ୧୨ ଘର ବନ୍ୟାରେ ଭାସି ଯାଇଥିବା ଅଭିଯୋଗ ଆସିଛି । ରାସ୍ତା ଅବରୋଧ ସହ କ୍ଷତିପୂରଣ ଦାବି କରିଛନ୍ତି ବାସହରା ପରିବାର ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES