SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Kandhamal News: ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାରେ ଗଡ଼ିବ ହାଲୁକା ଯାନ, ଭାରୀ ଯାନ ଉପରେ କଟକଣା

କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣଙ୍କ ପକ୍ଷରୁ ନଭେମ୍ବର ୬ ତାରିଖରେ ଜାରି ହୋଇଥିବା ଅଫିସ୍ ଅର୍ଡର ଅନୁଯାୟୀ, ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାରେ କେବଳ ହାଲୁକା ମୋଟର ଯାନ ଚଳାଚଳ କରିପାରିବ।

Written By Priyambada Rana Edited By Priyambada Rana
Published: Nov 07, 2026, 08:52 AM IST | Updated: Nov 07, 2026, 08:55 AM IST
Image Credit: Kandhamal News: ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାରେ ଗଡ଼ିବ ହାଲୁକା ଯାନ, ଭାରୀ ଯାନ ଉପରେ କଟକଣା
Join

କନ୍ଧମାଳ: ବାତ୍ୟା ‘ଅର୍ଣ୍ଣବ’ ପରେ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାରେ ଏବେ ହାଲୁକା ମୋଟର ଯାନ ଚଳାଚଳକୁ ଅନୁମତି ମିଳିଛି। ରାସ୍ତାର ଅସ୍ଥାୟୀ ମରାମତି କାର୍ଯ୍ୟ ଶେଷ ହେବା ପରେ କନ୍ଧମାଳ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ରାସ୍ତାରେ ଭାରୀ ଯାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ।

କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣଙ୍କ ପକ୍ଷରୁ ନଭେମ୍ବର ୬ ତାରିଖରେ ଜାରି ହୋଇଥିବା ଅଫିସ୍ ଅର୍ଡର ଅନୁଯାୟୀ, ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାରେ କେବଳ ହାଲୁକା ମୋଟର ଯାନ ଚଳାଚଳ କରିପାରିବ।

ସୂଚନା ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ପରେ ଏହି ଘାଟି ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ଯାତାୟାତରେ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର ୨୭ ତାରିଖରେ ଜାରି ହୋଇଥିବା ପୂର୍ବ ନିର୍ଦ୍ଦେଶ (ଆଦେଶ ନଂ-୧୧୭୬) ଅନୁସାରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ରାସ୍ତାର ଅସ୍ଥାୟୀ ମରାମତି କରାଯିବା ପରେ ହାଲୁକା ଯାନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରୀ ଯାନଗୁଡ଼ିକର ଚଳାଚଳ ଉପରେ କଟକଣା ଜାରି ରହିବ। ଏହି ନିୟମର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବାକୁ କନ୍ଧମାଳ ଏସ୍‌ପି, ଜାତୀୟ ରାଜପଥ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ, ଉପଜିଲ୍ଲାପାଳ, ତହସିଲଦାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ତେଣୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ପ୍ରଶାସନର ନିୟମ ମାନିବା ସହ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES