SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Heavy Rainfall:ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଜାରି,ନଜର ପକାନ୍ତୁ କେଉଁଠି ହୋଇଛି କେତେ ମିମି ବର୍ଷା?

Heavy Rain: ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଜାରି ରହିଛି। ଫଳରେ ପବନର ବେଗ ଘଣ୍ଟାପ୍ରତି ୧୨୫ ରୁ ୧୩୫ ମଧ୍ୟରେ ରହିଛି।

Written By Narmada Behera Edited By Narmada Behera
Published: Oct 28, 2026, 11:00 AM IST | Updated: Oct 28, 2026, 11:03 AM IST
Image Credit: Representative - AI / Social Media
Join

Heavy Rain: ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଜାରି ରହିଛି। ଫଳରେ ପବନର ବେଗ ଘଣ୍ଟାପ୍ରତି ୧୨୫ ରୁ  ୧୩୫ ମଧ୍ୟରେ ରହିଛି। ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶା ବିଶେଷ ଭାବରେ ପ୍ରଭାବିତ ହେବ ବୋଲି କହିଛି ପାଣିପାଗ ବିଭାଗ। ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ମୋହନାର ଏକ ପୋଲ ନିକଟରୁ ମାଟି ଅତଡା ଧସୁଛି। ମାଟି ଅତଡା ଧସିବା ଯୋଗୁଁ ଗମନା ଗମନ ପ୍ରଭାବିତ ହୋଇଛି। ଏବଂ ଜରଉ ଘାଟି ରାସ୍ତାରେ ଗଛ ପଡି଼ ରାସ୍ତା ଅବରୋଧ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛି।  

ALSO READ: Top 10 News Today: କେନ୍ଦ୍ରସ୍ଥଳ ସ୍ଥଳଭାଗ ଛୁଇଁସାରିଛି ଅର୍ଣ୍ଣବ,ଆଉ ନାହାଁନ୍ତ CIDର ପ୍ରଯୋଜକ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ଟି ସ୍ଥାନରେ ପ୍ରବଳ, ୧୧ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ  ୨୪୯.୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୧୮୮ ମିମି ଓ ଗଞ୍ଜାମରେ ୧୬୦ ମିମି ବର୍ଷା ରେକର୍ଡ଼ ହୋଇଛି।  ଆସନ୍ତାକାଲି ଠାରୁ ଦକ୍ଷିଣ  ଓ ଉପକୂଳରେ ବର୍ଷା କମିବ। 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES