• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ, ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼

ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ, ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼

ଲକ୍ଷ୍ମୀନାରାୟଣ ବେଶ ଭଳି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅବକାଶ ନିତି ପରେ ଲକ୍ଷ୍ମିନୃସିଂହ ବେଶରେ ପୁଷ୍ପାଳକ ସେବକ ମାନେ ସୃଙ୍ଗାର କରିଛନ୍ତି। ମହାପ୍ରଭୁ ଲକ୍ଷ୍ମିନୃସିଂହ ବେଶରେ ଶ୍ରୀପୟର, ଶ୍ରୀଭୁଜ,ପଲକମାଳା, ରୌପ୍ଯର ଶଂଙ୍ଖ, ଚକ୍ର,ହଳ , ସୁବର୍ଣ୍ଣର ମୁଷଳ ଆଦିରେ ବିଭୁଷିତ ହୋଇଛନ୍ତି। ମହାପ୍ରଭୁଙ୍କ ଶ୍ରୀମୂଖାରବିନ୍ଦରେ ସୁବର୍ଣ୍ଣରକୀୟାକୁ ଆଡ ଆକାରରେ ଦିଆଯାଇଛି।

Reported BySanjaya Kumar MohapatraEdited ByPriyambada Rana
Published: Nov 23, 2026, 12:45 IST|Updated: Nov 23, 2026, 12:54 IST
joinshare
ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ, ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼
Image Credit: Zee Odisha Desk

About the Author

    Sanjaya Kumar Mohapatra

    Sanjaya Kumar Mohapatra

    Sanjaya Kumar Mohapatra
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

    ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

    2

    ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

    3

    Rahul Gandhi: ବାପା ରାଜୀବଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

    4

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    5

    'ଆସନ୍ତାକାଲି ସୁଦ୍ଧା ଅଗ୍ରଗତି ନହେଲେ ମୁହଁ ଖୋଲିବି': ଭୁବନେଶ୍ୱର ବାର୍‌ ଘଟଣାରେ ଅଭିନେତ୍ରୀଙ୍କ ଚେତାବନୀ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Lakshmi Narasimha Besha: ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ବୈକୁଣ୍ଠ ଚତୁର୍ଦ୍ଦଶୀ ସହ ପଞ୍ଚକର ଚତୁର୍ଥ ଦିନ। ଆଜି ଶ୍ରୀମନ୍ଦୀରରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଲକ୍ଷ୍ମୀନୃସିଂହ ବେଶରେ ସୃଙ୍ଗାର ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମିନାରାୟଣ ବେଶ, ଦ୍ୱାଦଶୀ କ୍ଷୟ ଯୋଗୁଁ ବାଙ୍କଚୁଡା ବେଶ ହୋଇନାହିଁ , ତ୍ରୟୋଦଶୀରେ ତ୍ରୀବିକ୍ରମ ବେଶ ଓ ଆଜି ମହାପ୍ରଭୁଙ୍କ ଚିତ୍ତାକର୍ଷକ ବେଶ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ।

    ସବୁଠି ଭକ୍ତି ମୟ ପରିବେଶ। ଶଙ୍ଖ ହୁଳହୁଳି ଝାଞ୍ଜ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିରର ପୁରା ପରିବେଶ। ପବିତ୍ର ଧର୍ମମାସ କାର୍ତ୍ତୀକକୁ ଭକ୍ତି ଓ ଆନନ୍ଦର ସହିତ ବିଦାୟ ଦିଆଯିବ ଏହି ଧରାପୃଷ୍ଠରୁ। ଆଜି ପଞ୍ଚକର ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁ ନିଳକନ୍ଦର ମଧ୍ୟରେ ରତ୍ନସିଂହାସନ ଉପରୁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି। ଲକ୍ଷ ଲକ୍ଷ ଭକ୍ତ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶକୁ ଦର୍ଶନ ଲାଭ କରି ନିଜକୁ କୃତାର୍ଥ ମନେ କରୁଛନ୍ତି। ଲକ୍ଷ୍ମୀନାରାୟଣ ବେଶ ଭଳି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅବକାଶ ନିତି ପରେ ଲକ୍ଷ୍ମିନୃସିଂହ ବେଶରେ ପୁଷ୍ପାଳକ ସେବକ ମାନେ ସୃଙ୍ଗାର କରିଛନ୍ତି। ମହାପ୍ରଭୁ ଲକ୍ଷ୍ମିନୃସିଂହ ବେଶରେ ଶ୍ରୀପୟର, ଶ୍ରୀଭୁଜ,ପଲକମାଳା, ରୌପ୍ଯର ଶଂଙ୍ଖ, ଚକ୍ର,ହଳ , ସୁବର୍ଣ୍ଣର ମୁଷଳ ଆଦିରେ ବିଭୁଷିତ ହୋଇଛନ୍ତି। ମହାପ୍ରଭୁଙ୍କ ଶ୍ରୀମୂଖାରବିନ୍ଦରେ ସୁବର୍ଣ୍ଣରକୀୟାକୁ ଆଡ ଆକାରରେ ଦିଆଯାଇଛି।

    ALSO READ: Naveen Patnaik: ନବୀନଙ୍କ ବିଦେଶ ଗସ୍ତକୁ ନେଇ ତଦନ୍ତ, ଲାଞ୍ଛନାର ଜବାବ ଦେବାକୁ କହିଲେ ବିଜେଡି ସଭାପତି

    ଆଜି ଭୋରୁ ଦ୍ୱାର ଫିଟା ନିତି ସମ୍ପନ୍ନ ହେବାପରେ ମଙ୍ଗଳଆଳତୀ ଓ ଅବକାଶ ନିତି ପରେ ମହାପ୍ରଭୁ ଲକ୍ଷ୍ମୀନୃସିଂହ ବେଶରେ ସୃଙ୍ଗାର ହୋଇ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦର୍ଶନ ଆରମ୍ଭ ହୋଇଛି। ଭକ୍ତ ମାନେ ଅତି ସୃଙ୍ଖଳାର ସହ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରୁଛନ୍ତି। ଆଜି ମଧ୍ଯ ବଡଓଷା। ଶ୍ରୀମନ୍ଦୀରରେ ଶିବ ଉପାସନା କରାଯାଉଛି। ସେପଟେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳିକୁ ଲକ୍ଷକରି ପ୍ରଶାସନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ବ୍ଯବସ୍ଥା। ନୀତିକ୍ରାନ୍ତି ସହିତ ଶ୍ରୀମନ୍ଦିର ଭିତର ଓ ବାହାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ଗହଳି ନିୟନ୍ତ୍ରଣ ଲାଗି ସାତପାହାଚ ଠାରୁ ବେହେରଣ ଦ୍ୱାର ପର୍ଯ୍ୟନ୍ତ ବ୍ଯାପକ ପୁଲିସ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି। ୩୦ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ପୁଲିସ ବ୍ଯବସ୍ଥାକୁ ଡାକି କରାଯାଇଛି।

    ସିଂହଦ୍ଵାର ଦେଇ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରୁଛନ୍ତି। ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି ଭକ୍ତ। ପୁଲିସ ବ୍ଯବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ପାନୀୟ ଜଳ, ଦମକଳ, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରହିଛି। ଏଥିସହିତ ମହିଳା ଓ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଭାବେ ଦର୍ଶନ କରାଯାଉଛି। ଯେଉଁଥିଲାଗି ଭକ୍ତ ମାନେ ଅତି ସୁନ୍ଦର ଭାବେ ଦର୍ଶନ କରୁଥିବା ଭକ୍ତ କହିଛନ୍ତି। ଆସନ୍ତାକାଲି ମହାପ୍ରଭୁଙ୍କର ସୂନାବେଶ ପଞ୍ଚକ ପୂର୍ଣ୍ଣମୀ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ଆଜିଠାରୁ ଅଧିକ କୋଡିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସ୍ୱତନ୍ତ୍ର ଭାବେ ସମୁଦ୍ର ଉପରେ ନଜର ରଖାଯାଇଛି। ସମୁଦ୍ରରେ ଡଙ୍ଗା ଭଷାଣ ସମୟରେ ଯେପରି କୌଣସି ଅଘଟଣ ନଘଟେ।

    Add Zee News as a Preferred Source
    TAGS:
    Odia News