SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Rain Alert: ସୃଷ୍ଟି ହୋଇପାରେ ଲଘୁଚାପ, ଏହିସବୁ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ ଜାରି!

ଦକ୍ଷିଣ ଆଣ୍ତାମାନ୍ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ।

Written By Narmada Behera Edited By Narmada Behera
Published: Oct 13, 2026, 04:34 PM IST | Updated: Oct 13, 2026, 04:38 PM IST
Image Credit: ସୃଷ୍ଟି ହୋଇପାରେ ଲଘୁଚାପ, ଏହିସବୁ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ ଜାରି!
Join

Rain Alert: ଦକ୍ଷିଣ ଆଣ୍ତାମାନ୍ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ।  ଆଜି ଏହା ଲଘୁଚାପର ରୂପ ନେବ।  ଅଧିକ ଘନୀଭୂତ ହେବ କି ନାହିଁ  ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ।  ସାମୁଦ୍ରିକ ଓ ବାୟୁମଣ୍ତଳୀୟ ପରିସ୍ଥିତି ଅଧିକ ଅନୁକୂଳ ଥିବାରୁ  ଏକା ଲଘୁଚାପ କିମ୍ବା ସଦୃଶ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। 

 

 

ଲଘୁଚାପ ଅଧିକ ଘନୀଭୂତ ହେବା ସମ୍ଭାବନା କମ୍ ଥିବା ବେଳେ ଓଡ଼ିଶା ଉପରେ ବାତ୍ୟା ଆଶଙ୍କା ନାହିଁ ବୋଲି କୁହାଯାଇଛି। ବର୍ତ୍ତମାନ୍ ରାଜ୍ୟରେ କୌଣସି ବର୍ଷାର ସତର୍କତା ନ ଥିବା ବେଳେ  ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକ ମଧ୍ୟରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ମଧ୍ୟରେ ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ରହିଛି। 

 

ଆଜି ମାଲକାନଗିରି, କୋରାପୁଟ୍, ରାୟଗ଼ଡ଼ା, ଗଜପତି , ଗଂଜାମ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଜଗତସିଂହପୁର, ଯାଜପୁର୍, କଟକ,ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ୧୫ ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ  ଅକ୍ଟୋବର ୧୭ ଓ ୧୮ ରାଜ୍ୟରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପଶ୍ଟିମ ଓଡ଼ିଶାରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। ତେଣୁ ଦଶହରା ସମୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେପଟେ, ସପ୍ତାହ ଯାକ  ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ସର୍ବାଧିକ ୩୦ ମିମି ବର୍ଷା ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ତାଳଚେରରେ ୩୫.୪ ରେକର୍ଡ଼ ହୋଇଛି। ରାଜ୍ୟରୁ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES