SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Srimandira: ଶ୍ରୀମନ୍ଦିର ଖାତାକୁ ଫେରିଲା ୨୮.୮୪ ଏକର ଜମି, ମୂଲ୍ୟ ୪୫୦ କୋଟିରୁ ଅଧିକ

ରାଜସ୍ୱ ପର୍ଷଦ ଅଧୀନ ଚକବନ୍ଦୀ କମିଶନର ଏହି ଜମି ସମ୍ପର୍କରେ ଏକ ବଡ଼ ରାୟ ଦେଇଛନ୍ତି। ଏହାପରେ ତ୍ୱରିତ ପଦକ୍ଷେପ ନିଆଯାଇ ଜମିର ରେକର୍ଡ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ସଂଶୋଧନ କରାଯାଇଛି।

Written By Priyambada Rana Edited By Priyambada Rana
Published: Oct 31, 2026, 08:21 PM IST | Updated: Oct 31, 2026, 08:24 PM IST
Image Credit: Srimandira: ଶ୍ରୀମନ୍ଦିର ଖାତାକୁ ଫେରିଲା ୨୮.୮୪ ଏକର ଜମି, ମୂଲ୍ୟ ୪୫୦ କୋଟିରୁ ଅଧିକ
Join

Srimandira: ପୁରୀ ଶ୍ରୀମନ୍ଦିର ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଦୀର୍ଘ ବର୍ଷ ଧରି ରେକର୍ଡକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇ ପ୍ରାୟ ୨୯ ଏକର ଜମି ପୁଣି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ହୋଇଛି। ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାର ୨୮.୮୪ ଏକର ଜମିର ଆନୁମାନିକ ବଜାର ମୂଲ୍ୟ ୪୫୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।

ରାଜସ୍ୱ ପର୍ଷଦ ଅଧୀନ ଚକବନ୍ଦୀ କମିଶନର ଏହି ଜମି ସମ୍ପର୍କରେ ଏକ ବଡ଼ ରାୟ ଦେଇଛନ୍ତି। ଏହାପରେ ତ୍ୱରିତ ପଦକ୍ଷେପ ନିଆଯାଇ ଜମିର ରେକର୍ଡ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ସଂଶୋଧନ କରାଯାଇଛି।

ସୂଚନା ଅନୁସାରେ, ୧୯୬୨-୬୩ ମସିହାରେ ଉତ୍ତର ପାର୍ଶ୍ୱ ମଠର ତତ୍କାଳୀନ ମହନ୍ତ ଏହି ଜମିକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ଏଥିସହ ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ସେଟଲମେଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏହା ଅନୁଯାୟୀ, ୧୯୭୭ ମସିହାର ସାବକ ରେକର୍ଡରେ ଜମିଟି ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। ଚକବନ୍ଦୀ ପ୍ରକ୍ରିୟାର ପ୍ରାରମ୍ଭିକ ଜମି ରେଜିଷ୍ଟରରେ ମଧ୍ୟ ମହାପ୍ରଭୁଙ୍କ ନାମ ଉଲ୍ଲେଖ ଥିଲା।

କିନ୍ତୁ ୨୦୧୦ ମସିହାରେ ଏହି ଜମିର ରେକର୍ଡରେ ପରିବର୍ତ୍ତନ ହୋଇଥିଲା। ପୁରୀ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଏକ ଆଦେଶ ବଳରେ ଜମିଟି ମହନ୍ତଙ୍କ ନାମରେ ରେକର୍ଡ କରାଯାଇଥିଲା। ଆର୍‌.ଆର୍‌.ସି. ମାମଲା ନଂ. ୬୬/୨୦୧୦ରେ ମାତ୍ର ୨୬ ଦିନ ମଧ୍ୟରେ ଏହି ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। ମନ୍ଦିର ପ୍ରଶାସନର ଅଗୋଚରରେ ମହାପ୍ରଭୁଙ୍କ ନାମ ରେକର୍ଡରୁ ବାଦ୍ ପଡ଼ିଥିବା ବେଳେ ୨୦୧୩ ମସିହାରେ ମହନ୍ତଙ୍କ ନାମରେ ପଟ୍ଟା ପ୍ରସ୍ତୁତ ହୋଇଥିଲା।

ଏହି ଘଟଣା ସହ ସମ୍ପୃକ୍ତ ତତ୍କାଳୀନ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଅତୀତରେ ସରକାରୀ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଥିବା ସୂଚନା ରହିଛି।

ତେବେ ଚକବନ୍ଦୀ କମିଶନରଙ୍କ ରାୟ ପରେ ଏବେ ଶଙ୍କରପୁର ମୌଜାର ୨୮.୮୪ ଏକର ଜମି ପୁଣି ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ହୋଇଛି। ଏହି ପଦକ୍ଷେପକୁ ଶ୍ରୀମନ୍ଦିରର ଜମି ସମ୍ପତ୍ତି ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ଦେଖାଯାଉଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES