Top 10 News Today: ଆଜି ଆବାସ ଯୋଜନାରେ ୨.୯୧ ଲକ୍ଷ ପକ୍କା ଘର ବାଣ୍ଟିବେ ମନ୍ତ୍ରୀ ଶିବରାଜ ସିଂ ଚୌହାନ,୧୬ରେ ସାମ୍ଭାବ୍ୟ ବାତ୍ୟା ସହ ପଢନ୍ତୁ ସକାଳର ୧୦ ବଡ଼ ଖବର
ପଢନ୍ତୁ ସକାଳର ୧୦ ବଡ଼ ଖବର
PM Awas Yojana: କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଜି ବଲାଙ୍ଗୀରରେ ଆୟୋଜିତ ହେବାକୁ ଥିବା ସମାରୋହରେ ସେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ବଣ୍ଟନ କରିବେ।
Cyclone: ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଅଞ୍ଚଳରେ ଗଠିତ ଲଘୁଚାପ କ୍ଷେତ୍ର ଧିରେ ଧିରେ ଶକ୍ତିଶାଳୀ ହେବାରେ ଲାଗିଛି। ୧୫ ତାରିଖ ସକାଳ ସୁଧା ଅବପାତରେ ଓ ଉତ୍ତର ଉତ୍ତର -ପଶ୍ଚିମ ଦିଗରେ ଆଗକୁ ବଢି ୧୬ ତାରିଖ ସଂନ୍ଧ୍ୟ ସୁଧା ବଙ୍ଗୋପସାଗରରେ ଘୂର୍ଣ୍ଣି ଝଡ଼ ବା ବାତ୍ୟାର ରୂପ ନେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନରୋମା ମହାନ୍ତି କହିଛନ୍ତି ଯେ,ପାଣିପାଗ ପ୍ରଣାଳୀର ଗତିପଥ ଓ ତିବ୍ରତା ଉପରେ ନିରନ୍ତର ନଜର ରଖାଯାଉଛି।
Cyclone Update: ୧୮ ଓ ୧୯ ତାରିଖ ଦିନ ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଂଜ, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨ ଦିନ କେନ୍ଦ୍ରାପଡା ଏ ଜଗତସିଂହପୁରରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବଜ୍ରପାତ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ୧୯ ଓ ୨୦ ତାରିଖରେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ରହିଛି।
Odisha Matric Exam 2027: ୨୦୨୭ ବର୍ଷର ହାଇସ୍କୁ୍ଲ ସାର୍ଟିପିକେଟ୍ ପରୀକ୍ଷା ବା ମାଟ୍ରିକ୍ ରେଗୁଲାର୍ ଓ ଏକ୍ସ ରେଗୁଲାଗ ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ। ଏହା ସେହି ମାସ ଶେଷ ୨୭ ତାରିଖରେ ଶେଷ ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ ଟାରେ ଶେଷ ହେବ। କେବଳ ଗଣିତ ବିଷୟ ପାଇଁ ଅଧିକ ୧୫ ମିନିଟ୍ ସମୟ ଲାଗିବ।
Odisha News: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ଗଂଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଆଜି ଓ ଆସନ୍ତାକାଲି ଛୁଟି ବାତିଲ୍ ହୋଇଛି। ଅର୍ଥାତ୍ ଶନିବାର ଓ ରବିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏବଂ ସମସ୍ତ କର୍ମଚାରୀ ଅଫିସ୍ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨ ଦିନ ଛୁଟି ବାତିଲ୍ କରିଛନ୍ତି ଜିଲ୍ଲାପାଳ।
Fire: ବାଲେଶ୍ୱର ଭୋଗରାଇ ବ୍ଲକ ପାଖରେ ହେଉଥିବା କାଳୀପୂଜା ମେଳାରେ ଅଘଟଣ ଘଟିଛି। ଅଗ୍ନିକାଣ୍ଡ ଘଟି ଦଶରୁ ଅଧିକ ଅସ୍ଥାୟୀ ମନୋହାରୀ ଦୋକାନ ପୋଡ଼ି ପାଉଁଶ ହୋଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
Manipur News: ମଣିପୁରର ଉଖରୁଲ ଜିଲ୍ଲାରେ ଶୁକ୍ରବାର ଦିନ ସନ୍ଦିଗ୍ଧ ଉଗ୍ରବାଦୀମାନେ ୨ ଟି କାର୍ ଉପରେ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ୨ ମହିଳାଙ୍କ ସମେତ ମୋଟ୍ ୪ ଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, ଶାଙ୍ଗଶାକ୍ ଗାଁର କାପାଙ୍ଗଖୁଇ ଆରଏସ୍, ହାଓଲେଲା ଆରଏସ୍,ତାସାର୍ ଗାଁର ଅଗଷ୍ଟ ନଗାଲୁଙ୍ଗ ଓ ଖାନମିଲା।
JEE Advanced 2027 Exam Dates Out:ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଦିଲ୍ଲୀ ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ୨୦୨୭ ଲାଗି ଅଫିସିଆଲ୍ ଓ୍ବେବସାଇଟ୍ ଲଂଚ କରାଯାଇଛି। ଆସନ୍ତା ୨୦୨୭ ମସିହା ମେ ୨୩ ତାରିଖରେ ରବିବାର ଦିନ ଏହି ଏକଜାମ୍ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଛି।
US Flights: ଯାତ୍ରୀଙ୍କୁ ବଡ଼ ଝଟକା! ଆମେରିକା ଯାଆ-ଆସ କରୁଥିବା ବିମାନ ସେବା ପ୍ରଭାବିତ ହୋଇଛି। ଏନେଇ ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ପରାମର୍ଶ ଜାରି କରିଛି ଏୟାର ଇଣ୍ତିଆ।
Sports News: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଉଛି ଏସିଆ ରଗବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍। ଏଥିରେ ଭାରତ ସମେତ ୧୦ଟି ଦେଶର ୧୭ଟି ଦଳ ଏଥିରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ଏନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।