SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News Today:ଭୋଟ୍ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର ,ଗଞ୍ଜାମରେ ଚାଷୀ ଜୀବନ ହାରିଥିବା ଅଭିଯୋଗ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର

ପଢନ୍ତୁ ସକାଳର ୧୦ ବଡ଼ ଖବର

Written By Narmada Behera Edited By Narmada Behera
Published: Nov 05, 2026, 10:04 AM IST | Updated: Nov 05, 2026, 10:06 AM IST
Image Credit: Representative - AI /Social Media
Join

Kotia Voter: ଆଜି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି।  ତେବେ, ଏହାରି ଭିତରେ ଆସିଛି ଏକ ବଡ଼ ଖବର। କୋଟିଆରେ ବସବାସ କରୁଥିବା ଆନ୍ଧ୍ର ଭୋଟର ଭୋଟ୍ ଦେଇଥିବା ସୂଚନା ମିଳିଛି। କେମିତି ଓ କେଉଁ ପରିସ୍ଥିତିରେ ଭୋଟ୍ ଦେଲେ ସେନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ହେଲେ, କୋରାପୁଟ୍ ଜିଲ୍ଲା ପ୍ରଶାସନର ପକ୍ଷରୁ କୌଣସି ପ୍ରକାର ସ୍ପଷ୍ଟିକରଣ ମିଳି ପାରିନାହିଁ।

Ap Eletion 2026: କୋଟିଆ ସୀମାନ୍ତରେ ସୀମା ବିବାଦକୁ ନେଇ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି ନିର୍ଦ୍ଦେଶକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ  କୋଟିଆ ଅଞ୍ଚଳରେ  ପଞ୍ଚାୟତ ନିର୍ବାଚନ କରିବାକୁ  ଜିଦ୍ ଧରିଥିବା ବେଳେ  ଏହାକୁ ପ୍ରତିହତ କରିବାକୁ  ଓଡି଼ଶା ପ୍ରଶାସନ ତରଫରୁ  କଡ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନେରେଡିବାଲସା ଯାଞ୍ଚ ଫାଟକରେ ୨୪ ଘଣ୍ଟିଆ କଡା ନଜର ରଖାଯାଇଛି।  ଏହାସହ କୋଟିଆ ପଞ୍ଚାୟତରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା  ର ୧୬୩ ଧାରା ଲାଗୁ କରାଯାଇ ବାହାର ଲୋକଙ୍କ ଗହଳି ଉପରେ କଟକଣା  ଜାରି ରହିଛି।

Bhubaneswar Crime News: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି। ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ତପନ ନାୟକ। ଲିଙ୍ଗରାଜ୍ ଥାନା ମାଉସୀ ମାଆ ଛକ ଓଭର ବ୍ରିଜ୍ ଉପରେ ଗୁଳିକାଣ୍ତ  ଘଟିଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। ମୃତ ତପନ ନାୟକ ହେଉଛନ୍ତି ଜଣେ ଜେସିବି ମେସିନ୍ ଠିକା କଣ୍ଟ୍ରାକ୍ଟର। ତାଙ୍କ ଘର ଶିଶୁପାଳଗଡରେ ହୋଇଥିବା ଜଣାପଡିଛି।

Ganjam News: ଗଞ୍ଜାମରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ, କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

Train: ଜାନୁଆରୀ ୨୦୨୭ ରୁ ବିଭିନ୍ନ ଟ୍ରେନର ନମ୍ବର  ଓ ଶ୍ରେଣୀରେ ପରିବର୍ତ୍ତନ କରାଯିବ।  ସୁପର ଫାଷ୍ଟ ଶ୍ରେଣୀରୁ ମେଲ୍ /ଏକ୍ସପ୍ରେସ୍ ଶ୍ରେଣୀକୁ  ପରିବର୍ତ୍ତନ ଅନୁଯାୟୀ ଏହି ନୂତନ  ନମ୍ବର ଗୁଡିକ  ନିର୍ଦ୍ଦିଷ୍ଟ ତାରିଖରୁ କାର୍ଯ୍ୟକାରୀ ହେବ।  ଏହି କ୍ରମରେ ଆସନ୍ତା  ଜାନୁଆରୀ ୧ ରୁ  ହାଓ୍ବଡା-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ପପ୍ରେସ୍ ନୂତନ ନମ୍ବର ୧୮୦୭୩ ଏବଂ କଣ୍ଟାବାଞ୍ଜି -ହାଓ୍ବାଡା ଏକ୍ସପ୍ରେସ୍  ନୂତନ ନମ୍ବର ୧୮୦୭୪ ସହ ଚଳାଚଳ କରିବ।

Dhenkanal News: ଢେଙ୍କାନାଳ ଗଜଲକ୍ଷ୍ମୀ ଭସାଣ ବେଳେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ପୋଲିସ୍ ଓ ଜନତାଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଉଛି। ଏହି ସମୟରୋ ପୋଲିସ ଲାଠିଚାର୍ଜ କରିଥିଲା। ଏଥିରେ  ୨ ଶିଶୁଙ୍କ ସମେତ ଏକାଧିକ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି।

Revenue Minister Suresh Pujari:ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ବଣ୍ଟନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ଆର୍ଥିକ ସହାୟତା ସହ ୫୦ କେଜି ଚାଉଳ ଯୋଗାଇ ଦିଆଯିବ। ପ୍ରତି ପରିବାରକୁ ୨,୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ, ଫସଲହାନି, ଘରଭଙ୍ଗା ଆଦି ସହାୟତା ପାଇଁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ଏହା ପରେ  ସହାୟତା ପାଇବେ। PDS ସାମଗ୍ରୀ ବଣ୍ଟନ ଆରମ୍ଭ ହୋଇସାରିଛି। ହିତାଧିକାରୀଙ୍କ ନିକଟରେ ଯଥାଶୀଘ୍ର ସହାୟତା ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Bhakata Dash: ଦକ୍ଷିଣ ଓଡ଼ିଶାରେ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନକୁ ନେଇ ମୁହଁ ଖୋଲିଛନ୍ତି ପ୍ରଦେଶ କଂଗ୍ରେସ କମିଟି (PCC) ସଭାପତି ଭକ୍ତ ଚରଣ ଦାସ। ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ଘରଦ୍ୱାର, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତିର ଠିକ୍ ଆକଳନ କରିବା ସହ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସହାୟତା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ED Raid:୧୨୨ କୋଟି ଟଙ୍କା ଠକେଇ ମାମଲା। ଇଶ୍ବର ବିନ୍ଧାଣୀଙ୍କୁ ୧୭ ଘଣ୍ଟା ଜେରା ପରେ ଗିରଫ କରିଛି ବନ ବିଭାଗ। ବନ୍ୟ ପ୍ରାଣୀ ଶିଙ୍ଗ ଏବଂ ଦାନ୍ତ ରଖିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି। ବୁଧବାର ତାଙ୍କ ଘରେ ରେଡ୍ କରାଯାଇଥିଲା। ଉଦଳା କପ୍ତିପଦା ଥାନା ବିଶୋଳ ଗାଁରେ ଇଡି ରେଡ୍ କରିଛି।

UP Politics: ରାଜନେତା ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା। ଆସନ୍ତାବର୍ଷ ଅର୍ଥାତ୍ ୨୦୨୭ରେ ନିର୍ବାଚନ ଲଢିବେନି ସମାଜବାଦୀ ପାର୍ଟି ମୁଖ୍ୟ ।  ଯାହାକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ହଲଚଲ୍ ଦେଖାଦେଇଛି।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES