SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News Today:ଆଜି ହେଉଛି ଧନତେରାସ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୭ ଜୀବନ ସହ ପଢନ୍ତୁ ସକାଳ ର ୧୦ ବଡ଼ ଖବର

Top 10 News Today:ଆଜି ହେଉଛି ଧନତେରାସ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୭ ଜୀବନ ସହ ପଢନ୍ତୁ ସକାଳ ର ୧୦ ବଡ଼ ଖବର

Written By Narmada Behera Edited By Narmada Behera
Published: Nov 06, 2026, 10:14 AM IST | Updated: Nov 06, 2026, 10:17 AM IST
Image Credit: Representative - AI
Join

Dhanteras 2026: ଆଜି ହେଉଛି ଧନତେରାସ। ଦୀପାବଳି ପୂର୍ବରୁ ଏହି ପବିତ୍ର ଦିନକୁ ଲୋକେ ବେଶ୍ ଧୁମଧାମ୍ ରେ ପାଳନ କରନ୍ତି। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀକୁ  ଧନତେରାସ୍ ପର୍ବ ଭାବେ ପାଳନ କରାଯାଏ। ଏଦି ଦିନ ବିଶେଷକରି, ଭଗବାନ ଧନ୍ଵନ୍ତରୀ ଜନ୍ମ ହୋଇଥିଲେ। ଭଗବାନ ଧନ୍ଵନ୍ତରୀ ଙ୍କ ସହ ମାଆ ଲକ୍ଷ୍ମୀ ଓ ଗଶେଷଙ୍କୁ ପୂଜା କରାଯିବାର ବିଧି ରହିଛି।

Dhanteras Gold Shoping 2026: ଆଜି ଧନତେରାସ୍ ଅବସରରେ  ସୁନା ଗହଣା କିଣାକିଣି ଅଧିକ କରିବେ ଲୋକେ। ବିଶ୍ବାସ ରହିଛି ଯେ,ଏହି ଦିନ ସୁନା ଅଳଙ୍କାର କ୍ରୟ କଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ସୁନା ଦର ଅଧିକ ଥିଲେ ଆଜି ୧୨ ପ୍ରତିଶତରୁ ଅଧିକ ବିକ୍ରି ବଢିପାରେ।

Diwali 2026: ଦୀପାବଳିକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଆଲୋକର ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସହରର ବିଭିନ୍ନ ଲାଇଟ୍‌ ଓ ସାଜସଜ୍ଜା ସାମଗ୍ରୀ ଦୋକାନରେ ଲାଗି ରହିଛି ଗ୍ରାହକଙ୍କ ଭିଡ଼। ଘରକୁ ରଙ୍ଗବେରଙ୍ଗ ଆଲୋକରେ ସଜାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଲାଇଟ୍‌ କିଣୁଛନ୍ତି।

Odisha News: ଗଞ୍ଜାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଫସଲ କ୍ଷତି ଓ ଆର୍ଥିକ ଦୁର୍ଦ୍ଦଶାରେ ଭାଙ୍ଗିପଡ଼ି ଚାଷୀ ବୁଲୁ ମଲ୍ଲିକ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଜେଡିର ବରିଷ୍ଠ ନେତା ଓ ନେତ୍ରୀ।

JantarMantar: ଦିଲ୍ଲୀ ଜନ୍ତର ମନ୍ତରରେ ଜୁଲାଇ ୨୦ ରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ହୋଇଥିବା ହିଂସା ଏବଂ ପୋଲିସ୍ ଅତ୍ୟାଚାର ମାମଲାରେ ଯାଞ୍ଚ କରୁଥିବା ଉଚ୍ଚ ସ୍ତରୀୟ ତଦନ୍ତ କମିଟିକୁ ଅଧ୍ୟାବଧି ବହୁତ୍  କମ୍ ଅଭିଯୋଗ ମିଳିଛି।  


Weather Update: ରାଜ୍ୟରେ ଆଉ ୨ ଦିନ ବିଜୁଳି ଘଡ଼ଘଡି଼ ସହ ବର୍ଷା ହେବ। ଭାରତୀୟ ପାଣିପାଗ ସଂସ୍ଥାତ (ଆଇଏମଡି)ର ଭୁବନେଶ୍ବର କେନ୍ଦ୍ର ପକ୍ଷରୁ  ଗୁରୁବାର ଜାରି କରାଯାଇଥିବା ବୁଲେଟିନ୍ ରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ବିଶେଷକରି,ରାୟଗଡା, କୋରାପୁଟ୍, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ  ବିଜୁଳି ଘଡ଼ଘଡି ସହ  ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ଓ ବର୍ଷା  ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି।


Earthquake: ହିମାଚଳପ୍ରଦେଶର ଚମ୍ବାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା  ୩.୨ ରେକର୍ଡ଼ କରାଯାଇଛି।  ଆଜି ସକାଳ( ଶୁକ୍ରବାର) ପ୍ରାୟ ୬.୫୯ ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଯାହାର କେନ୍ଦ୍ରସ୍ଥଳ  ଭୂଗର୍ଭରେ ପ୍ରାୟ ୧୫ କିମି ଗଭୀରତା ରହିଛି। ଚମ୍ପାରେ ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏବଂ ପ୍ରଶାସନ ତରଫର ଲୋକଙ୍କୁ ସଚେତନ କରାଯାଉଛି।


Road Accident: ଛାତିଥରା...ଭୟଙ୍କର...ଅଭାବନୀୟ... ଏମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ଆଗକୁ ସବୁ କିଛି ଶେଷ ହୋଇଯାଏ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ଝାଡ଼ଖଣ୍ତର ଖୁଣ୍ଟି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।  କରା ଥାନା ଅଞ୍ଚଳରେ ଭିଡ଼ ଭିତରେ ଏକ ଟ୍ରକ୍ ପଶିଯିବାରୁ  ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

cjp protest:ଶନିବାର ଦିନ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଆହୁରି ଜୋରଦାର ହେବାର ସମ୍ଭାବନା ରହିଛି।  ଆସନ୍ତାକାଲି   କେରଳର କୋଚିରେ ଆନ୍ଦୋଳନ କରିବ ସିଜେପି। ସୋସିଆଲ୍ ମିଡିଆ  ଏକ୍ସରେ ସିଜେପି ମୁଖ୍ୟ ଅଭିଜିତ୍   ଦୀପକେ ସୂଚନା ଦେଇଛନ୍ତି।

Cristiano Ronaldo:ମହାନ୍ ଫୁଟବଲ୍ ଖେଳାଳି  କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍ ରୁ  ଅବସର ଘୋଷଣା କରିଛନ୍ତି। ଯାହା ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES