SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଜାନୁଆରୀ ୨୫ରୁ ଜାତୀୟ ଜନଗଣନା, NVS-03 ସାଟେଲାଇଟ୍‌କୁ ଲଞ୍ଚ ଓ ଅନ୍ୟ ଖବର

Top 10 News Today: ସକାଳୁ ପଢନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 31, 2026, 09:24 AM IST | Updated: Oct 31, 2026, 10:00 AM IST
Image Credit: Top 10 News Today
Join

Top 10 News Today

Headlines 01- ଭାରତୀୟ ମହାକାଶ ଗବେଷଣା ସଂଗଠନ ଅର୍ଥାତ୍ ISRO ଗତକାଲି ରାତି ୧୧:୫୧ ରେ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ଲଞ୍ଚ କରିଛି। ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ରାତି ୧୧:୫୧ ରେ NVS-03 ସାଟେଲାଇଟ୍‌କୁ ଲଞ୍ଚ କରାଯାଇଛି। ଏହାକୁ GSLV-F18 ରକେଟ୍ ସାହାଯ୍ୟରେ ପୃଥିବୀର କକ୍ଷପଥରେ ସ୍ଥାପିତ କରିବାର ଯୋଜନା ସଫଳ ହୋଇଛି।

Headlines 02- ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ । ଏହି ଅବସରରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Headlines 03- ଜାନୁଆରୀ ୨୫ରୁ ଆରମ୍ଭ ହେବ ଜାତୀୟ ଜନଗଣନା ୨୦୨୭ । ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଜନଗଣନା ହେବ । ମାର୍ଚ୍ଚ ୧ରୁ ୫ ଯାଏ ପୁନର୍ବାର ଗଣନା କରାଯିବ । ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ ବରଫ ପଡୁଥିବା ରାଜ୍ୟରେ ଜନଗଣନା ହେବନି । ଗୋଆ, ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଓ ଲଦାଖରେ ହେବନି ଜନଗଣନା । ବରଫ ପଡିଥିବାରୁ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶରେ ବି ଜନଗଣନା ହେବନାହିଁ ।

Headlines 04- ବାୟୁସେନାର ନୂତନ ଉପମୁଖ୍ୟ ନିଯୁକ୍ତ ହୋଇଛନ୍ତି ଇନ୍ଦରପାଲ ସିଂ ୱାଲିଆ । ରବିବାର ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଚିଫ୍‌ ଅଛନ୍ତି । ୪୦ ବର୍ଷରୁ ଅଧିକ ସମୟ ଧରି ବାୟୁସେନାରେ କାର୍ଯ୍ୟ କରୁଛନ୍ତି ଇନ୍ଦରପାଲ । ମିଗ୍, ଜାଗୁଆର ଓ SU-୩୦ MKI ଉଡ଼ାଇବାର ଅଭିଜ୍ଞତା ରହିଛି ।

Headlines 05- ମନୀଷା ଭନୱାଲାଙ୍କୁ ବିଶ୍ବ କୁସ୍ତି ଚାମ୍ପିୟନସିପ ସ୍ବର୍ଣ୍ଣ ପଦକ ମିଳିଛି । ୫୯ କେଜି ଓଜନ ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ମନୀଷା । ଫାଇନାଲରେ ଆମେରିକାର ଆବିଗେଲ ଏଲିଜାବେଥଙ୍କୁ ୮-୬ରେ ହରାଇବାରେ ସକ୍ଷମ ହୋଇଛନ୍ତି । ୩୯ ବର୍ଷ ପରେ ମହିଳା ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ମନୀଷା । ୧୬ ବର୍ଷ ପରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି । ପୂର୍ବରୁ ଶେଷ ଥର ପାଇଁ ୨୦୧୦ରେ ସ୍ବର୍ଣ୍ଣ ଜିତିଥିଲେ ସୁଶୀଲ କୁମାର ।

Headlines 06- ବ୍ରହ୍ମପୁର ନିକଟ ରାମଗୁଡ଼ା ପାହାଡରେ ଭୂସ୍ଖଳନ ହୋଇଛି । ଲଗାଣ ବର୍ଷାରୁ ରାମଗୁଡ଼ାରୁ ଆଲୁଗୁଡା ଯିବା ରାସ୍ତାରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ଫଳରେ ରାମଗୁଡ଼ା ସମେତ ନିକଟସ୍ଥ ୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Headlines 07- ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଏକ ଲଘୁଚାପ । ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସହ ବାଦଲ ଆଚ୍ଛାଦିତ ହୋଇଛି । ଗତକାଲି ତୁଳନାରେ ଜଡିତ ବାଦଲ ଆଚ୍ଛାଦନ ବୃଦ୍ଧି ପାଇଛି । ଲଘୁଚାପ ଘନୀଭୂତ ପ୍ରକ୍ରିୟା ଅଧିକ ହେଉଥିବା ସୂଚନା ମିଳିଛି ।

Headlines 08- ବିଲରେ ବିଦ୍ୟୁତ ଆଘାତ ଲାଗି ବାପା-ପୁଅଙ୍କର ମୃତ୍ୟୁ ହୋଇଛି । ବାଲୁଗାଁ ନାଚୁଣି ଥାନା ହରିପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଫସଲ ସୁରକ୍ଷା ପାଇଁ ଲାଗିଥିବା ତାରବାଡରେ ଲାଗି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Headlines 09- ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଆଖ ପାଖ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଚଳିତ ବର୍ଷର ପ୍ରଥମ କୁହୁଡ଼ି ଦେଖାଦେଇଛି । ଘନ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବାତ୍ୟା ‘ଅର୍ଣ୍ଣବ’ ଗଲା ପରେ କୁହୁଡ଼ି ଦୃଶ୍ୟମାନ ହୋଇଛି । ରାତି ତାପମାତ୍ରା ହ୍ରାସ ପାଇଥିବା ସମୟରେ ସାମାନ୍ୟ ଶୀତ ଅନୁଭୂତ ହୋଇଛି ।

Headlines 10- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲାକୁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ଆସନ୍ତା କାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES