SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News Today: କାଜିରଙ୍ଗାରେ ଭୟଙ୍କର ଦୁର୍ଘଟଣା ଚାଲିଗଲା ୨୪ ଜୀବନ, ଗଞ୍ଜାମରେ ୨ ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ପଢନ୍ତୁ ଦିନ ତମାମର ୧୦ ବଡ଼ ଖବର

ପଢନ୍ତୁ ଦିନ ତମାମର ୧୦ ବଡ଼ ଖବର

Written By Narmada Behera Edited By Narmada Behera
Published: Nov 13, 2026, 09:54 PM IST | Updated: Nov 13, 2026, 09:56 PM IST
Image Credit: Representative -Social Media
Join

Road Accident:ଆସାମର କାଜିରଙ୍ଗା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଟ୍ରକ୍ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍ (ମିନି ବସ୍) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।  ଉଦ୍ଧାର କାର୍ଯ୍ୟ ଜାରି ରହିଛି।

National Sports Awards 2025: ଭାରତୀୟ କ୍ରୀଡାବିତ୍ ଙ୍କ ପାଇଁ ଆଜି ଏକ ବିଶେଷ ଦିନ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ବଛା ବଛା ଖେଳାଳୀମାନଙ୍କୁ ଅର୍ଜୁନ ପୁରସ୍କାର ଓ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। ୨୦୨୫ ବର୍ଷ କ୍ରୀଡା ପାଇଁ ମୋଟ୍ ୧୭ ଜଣଙ୍କୁ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହାଛଡ଼ା ୫ ଜଣଙ୍କୁ  ପ୍ରଶିକ୍ଷକ(କୋଚ୍)ଙ୍କୁ 'ଦ୍ରୋଣାଚାର୍ଯ୍ୟ ପୁରସ୍କାର'ପ୍ରଦାନ କରାଯାଇଛି।

Weather News: ଓଡ଼ିଶାକୁ ବାତ୍ୟା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଆସନ୍ତାକାଲି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।  ଅଧିକ ଘନୀଭୂତ ହୋଇ ରବିବାର ଦିନ ଅବପାତରେ ପରିଣତ ହେବ। ଏବଂ ସୋମବାର ସନ୍ଧ୍ୟାରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।

Vice President Odisha Visit: ଆସନ୍ତା ୧୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧା କ୍ରିଷ୍ଣନ୍ (C. P. Radhakrishnan) । ସେ  ଏ ଅବସରରେ  କଟକ ଓ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରଯାଇଛି।

Odisha News: ଜନଜାତି ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ମଧ୍ୟରେ କେନ୍ଦୁଝର ଜିଲ୍ଲାର ରାଙ୍କି ସ୍ଥିତ ଇଏମଆରଏସ ସ୍ଥାନ ପାଇଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜିଲ୍ଲାପାଳ ବିଶାଲ ସିଂହଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Puri Blast: ବଡ଼ଦାଣ୍ଡରେ ଥିବା ଏକ ହୋଟେଲରେ ବିସ୍ଫୋରଣ ଘଟିଛି।  ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଘଟଣ ସମୟର ଭିଜୁଆଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Justice Bibhu Prasad Routray: ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇବେ ଜଷ୍ଟିସ ବିଭୂ ପ୍ରସାଦ ରାଉତରାୟ । ସେ ଆସନ୍ତା ୧୬ ତାରିଖରେ ଦାୟିତ୍ବ ଗ୍ରହଣ କରିବେ । ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତି ଦାୟିତ୍ବ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Shivraj Singh Chouhan: ଦୁଇ ଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ୍।  ଆସନ୍ତାକାଲି ୨.୯୧ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ହିତାଧିକାରୀଙ୍କୁ ବାଣ୍ଟିବେ ବୋଲି ଜଣାପଡିଛି। ବଲାଙ୍ଗୀରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସାମିଲ୍ ହେବେ।

Odisha News: ଗଞ୍ଜାମ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ନଭେମ୍ବର ୧୪ ଓ ୧୫ ତାରିଖରେ ଛୁଟି ବାତିଲ୍ ହୋଇଛି। ଛୁଟି ବାତିଲ୍ କରିଛନ୍ତି ଜିଲ୍ଲାପାଳ।  ବାତ୍ୟା ଅର୍ଣ୍ଣବର ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିସ୍ପତ୍ତି ହୋଇଛି।

India Vs New Zealand:ଭାରତ-ନ୍ୟୁଜିଲାଣ୍ତ ଚତୁର୍ଥ ଦିନିକିଆ ମ୍ୟାଚ  ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନ୍ୟୁଜିଲାଣ୍ତ ଠାରୁ 
୨୪୪ ରନ୍‌ ବ୍ୟବଧାନରେ ପରାଜିତ ହୋଇଛି ଭାରତ । ଭାରତୀୟ କ୍ୟାପଟେନ୍  ପରାଜୟ ପାଇଁ ପିଚ୍ କୁ ଦାୟୀ କରିଛନ୍ତି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES