SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ପାରାଦୀପ ବନ୍ଦରର ଆଧୁନିକ ଭିତ୍ତିଭୂମି ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ପାରାଦୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ଟି. ଭେନୁ ଗୋପାଳ ତାଙ୍କୁ ସ୍ୱାଗତ କରିବା ପରେ ୱେଟ୍ ବେସିନ୍‌ରେ ପହଞ୍ଚିବା ପରେ ସିଆଇଏସ୍ଏଫ୍ ୟୁନିଟ୍ ପକ୍ଷରୁ ଡ. ଲାହିରୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।

Reported By Narayan Behera Written By Soubhagya Ranjan Mishra
Published: Oct 05, 2026, 07:11 PM IST | Updated: Oct 06, 2026, 11:49 AM IST
Image Credit: Paradip Port
Join

ପାରାଦୀପ: ଓଡ଼ିଶା ଗସ୍ତ ଅବସରରେ ପାରାଦୀପ ବନ୍ଦର ପରିଦର୍ଶନ କରି ବନ୍ଦରର ନୌବାଣିଜ୍ୟିକ କାର୍ଯ୍ୟକଳାପ, ଆଧୁନିକ ଭିତ୍ତିଭୂମି ଓ ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଅବଗତ ହୋଇଥିବା କହିଛନ୍ତି 'ନୀତି ଆୟୋଗ ଉପାଧ୍ୟକ୍ଷ' ଡ ଅଶୋକ କୁମାର ଲାହିରି । ବନ୍ଦରର ଆଧୁନିକ ଭିତ୍ତିଭୂମିକୁ ‘ଆଧୁନିକ ତାଜମହଲ’ ସହ ତୁଳନା କରିଛନ୍ତି ଡ.ଲାହିରି । ନୀତି ଆୟୋଗର ଉପାଧ୍ୟକ୍ଷ ଡ. ଅଶୋକ କୁମାର ଲାହିରିଙ୍କ ପାରାଦୀପ ବନ୍ଦର ପରିଦର୍ଶନ କରିଛନ୍ତି। ପାରାଦୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ଟି. ଭେନୁ ଗୋପାଳ ତାଙ୍କୁ ସ୍ୱାଗତ କରିବା ପରେ ୱେଟ୍ ବେସିନ୍‌ରେ ପହଞ୍ଚିବା ପରେ ସିଆଇଏସ୍ଏଫ୍ ୟୁନିଟ୍ ପକ୍ଷରୁ ଡ. ଲାହିରୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଏହାପରେ ପାରାଦୀପ ବନ୍ଦରର ହାର୍ବର୍ ଅଞ୍ଚଳରେ ଲଞ୍ଚ ଯାତ୍ରା କରି ବନ୍ଦରର ନୌବାଣିଜ୍ୟିକ କାର୍ଯ୍ୟକଳାପ, ଜାହାଜ ଚଳାଚଳ ଏବଂ ବିଭିନ୍ନ ପଣ୍ୟ ପରିଚାଳନା ବ୍ୟବସ୍ଥାକୁ ଡ଼. ଲାହିରି ଅବଲୋକନ କରିଥିଲେ। ପାରାଦ୍ୱୀପ ବନ୍ଦରର ବରିଷ୍ଠ ଅଧିକାରୀମାନେ ତାଙ୍କୁ ବନ୍ଦରର ପଣ୍ୟ ପରିଚାଳନା କ୍ଷମତା, ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥା, କାର୍ଯ୍ୟକ୍ଷମତା ଏବଂ ସାମଗ୍ରିକ ନୌବାଣିଜ୍ୟିକ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇଥିଲେ।

ପୂର୍ବ ଉପକୂଳର ଏକ ଅଗ୍ରଣୀ ମେଗା ପୋର୍ଟ ଭାବେ ପାରାଦୀପ ବନ୍ଦରର ଉଦୟ ଏବଂ ଏହାର ଭବିଷ୍ୟତ ବିକାଶ ରୋଡମ୍ୟାପ୍ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଡ. ଲାହିରିଙ୍କ କହିବା ଅନୁଯାୟୀ ପ୍ରତିଦିନ ହାରାହାରି ପ୍ରାୟ ୧୩ଟି ଜାହାଜ ପାରାଦୀପ ବନ୍ଦରକୁ ଆସିଥାଏ ଏବଂ ବନ୍ଦରରୁ ପ୍ରସ୍ଥାନ କରିଥାଏ। ୧୬.୫ ମିଟରରୁ ଅଧିକ ନାଭିଗେସନ୍ ଡ୍ରାଫ୍ଟ ସହ ବନ୍ଦରର ଆଧୁନିକୀକରଣକୁ ମଧ୍ୟ ସେ ପ୍ରଶଂସା କରିବା ସହିତ ବନ୍ଦରର ଆଗାମୀ ବିକାଶ ପାଇଁ କ୍ଷମତା ବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ଲଜିଷ୍ଟିକ୍ସ କାର୍ଯ୍ୟକ୍ଷମତା ଏବଂ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ପାରାଦୀପ ବନ୍ଦରର ଏଭଳି ଆଧୁନିକ ଭିତ୍ତିଭୂମି ଭବିଷ୍ୟତରେ ଦେଶ ପାଇଁ ଦୀର୍ଘସ୍ଥାୟୀ ସମ୍ପଦ ହେବ ବୋଲି କହିଥିଲେ। ଏହି ଅବସରରେ ଡ. ଲାହିରି ପାରାଦୀପ ବନ୍ଦରର ଭବିଷ୍ୟତ ପ୍ରୟାସ ପାଇଁ ନିରନ୍ତର ସଫଳତା କାମନା କରିଥିଲେ। ଏହି ପରିଦର୍ଶନରେ ନୀତି ଆୟୋଗ ଓଡ଼ିଶା ଶାଖାର ଅର୍ଥନୈତିକ ପରାମର୍ଶଦାତା ଡ. ପ୍ରଭାକର ସାହୁ ଏବଂ ଓଡ଼ିଶା ମେରିଟାଇମ୍ ବୋର୍ଡର ମୁଖ୍ୟ ପରିଚାଳନା ଅଧିକାରୀ ସୁନ୍ଦର ମାଧବ ପାଢ଼ୀ, ଆଇଏଏସ୍ ମଧ୍ୟ ଉପସ୍ଥିତ ଥିଲେ।

Add Zee News as a Preferred Source
TAGS:

About the Author

Narayan Behera
Read More

ZEENEWS TRENDING STORIES