SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Defence Minister Rajnath Singh: ଆଜି କୋରାପୁଟ୍ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଆଜି ଓଡି଼ଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL)ର କୋରାପୁଟ ଡିଭିଜନ୍ ଠାରେ ଦୁଇ ହଜାର ତମ ଏରୋ ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Written By Narmada Behera Edited By Narmada Behera
Published: Oct 06, 2026, 09:46 AM IST | Updated: Oct 06, 2026, 09:50 AM IST
Image Credit: ଆଜି ଓଡି଼ଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL)ର କୋରାପୁଟ ଡିଭିଜନ୍ ଠାରେ ଦୁଇ ହଜାର ତମ ଏରୋ ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Join

Defence Minister Rajnath Singh: ଆଜି ଓଡି଼ଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL)ର କୋରାପୁଟ ଡିଭିଜନ୍ ଠାରେ ଦୁଇ ହଜାର ତମ ଏରୋ ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବି ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ସାମିଲ୍ ହେବେ।

ବିଜେପି କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ପ୍ରତିରକ୍ଷାମନ୍ତ୍ରୀ ନୂଆଦିଲ୍ଲୀରୁ ବିଶାଖାପାଟଣା ଦେଇ ସିଧାସଳଖ ସୁନାବେଡ଼ାର ଟିଟିଏସ୍‌ ହେଲିପ୍ୟାଡରେ ପହଞ୍ଚିବେ। ପରେ ସେ ସିଧାସଳଖ HAL ପରିସରକୁ ଯିବେ। ହାଲ୍ ୟୁନିଟ୍ ରେ ଚାଲିଥିବା ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଏହି ଅବସରରେ ସେ ୨୧୮ କୋଟି ଟଙ୍କାର ନିବେଶ ସହିତ ଶକ୍ତି ଇଞ୍ଜିନର ଦ୍ବିତୀୟ ନିର୍ମାଣ ଲାଇନର ଶୁଭାରମ୍ଭ କରିଯିବ ବୋଲି ଜଣାପଡିଛି । ସୁଖୋଇ-୩୦ ଏମ୍‌କେଆଇ ଇଞ୍ଜିନ ନମ୍ବର ୨୦୦୦ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ନେଇ ହାଲ୍ ଓ ପୂରା ସୁନାବେଡା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବ୍ୟାପକ ପୋଲିସ ଫୋର୍ସ ସହ ଟ୍ରାଫିକ୍ ନିୟନ୍ତ୍ରଣ ଲାହି ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES