SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: 'ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ'

ନୂତନ ଅବକାରୀ ନୀତି ଅନୁସାରେ, ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଚୋରା ଓ ବିଶାକ୍ତ ମଦ କାରବାର୍ ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି।

Written By Narmada Behera Edited By Narmada Behera
Published: Oct 05, 2026, 08:19 AM IST | Updated: Oct 05, 2026, 08:23 AM IST
Image Credit: ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଚୋରା ଓ ବିଶାକ୍ତ ମଦ କାରବାର୍ ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି। ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଏବଂ ଗୁଟୁକା ଉତ୍ପାଦନ ଓ ବିକ୍ରୟକୁ ସମ୍ପୁର୍ଣ୍ଣ ନିଷିଦ୍ଧ କରାଯିବା ସାଙ୍ଗକୁ ସ୍କୁଲ୍ ଓ କଲେଜ୍ କ୍ୟାମ୍ପସ୍ କୁ ନିଶା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।
Join


Odisha News: ନୂତନ ଅବକାରୀ ନୀତି ଅନୁସାରେ, ଆଗାମୀ  ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ।  ଚୋରା ଓ ବିଶାକ୍ତ ମଦ କାରବାର୍ ପାଇଁ  ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି।  ତମାଖୁ  ଓ ନିକୋଟିନ୍ ଯୁକ୍ତ ପାନ ମସଲା  ଏବଂ ଗୁଟୁକା ଉତ୍ପାଦନ  ଓ ବିକ୍ରୟକୁ ସମ୍ପୁର୍ଣ୍ଣ  ନିଷିଦ୍ଧ କରାଯିବା ସାଙ୍ଗକୁ ସ୍କୁଲ୍ ଓ କଲେଜ୍ କ୍ୟାମ୍ପସ୍ କୁ ନିଶା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  

ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ- ୨.୦’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୋଲିସର ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ୱେବସାଇଟ୍‌ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ନିଶା ଠାରୁ ଯୁବପିଢ଼ି ଦୂରେଇ ରୁହନ୍ତୁ। ନିଶା ପୂରା ପରିବାର ଓ ସମାଜକୁ ଦିନକୁ ଦିନ ବରବାଦ କରିଦେଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ମଦ ନୁହେଁ, ଗଞ୍ଜେଇ, ଅଫିମ, କୋକେନ, ହେରୋଇନ, ବ୍ରାଉନ ସୁଗାର ଓ ସିନ୍ଥେଟିକ୍ ଡ୍ରଗ୍ସ ଭଳି ହାଇ-ରିସ୍କ ଡ୍ରଗ୍ସ ବିରୁଦ୍ଧରେ ରାଜ୍ୟର ପୋଲିସ ଓ ଅବକାରୀ ପ୍ରଶାସନ ଆହୁରି ଅଧିକ କଠୋର ପ୍ରୋ-ଆକ୍ଟିଭ ପଦକ୍ଷେପ ନେବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ସ୍ୱୀକାର କରିଛନ୍ତି। ଜୀବନରେ ଯେତେ ବାଧାବିଘ୍ନ ଓ ବିଫଳତା ଆସିଲେ ମଧ୍ୟ ସେଗୁଡ଼ିକୁ ସାମ୍ନା କରି ଆଗକୁ ବଢ଼ିବା ହେଉଛି ପ୍ରକୃତ ଜୀବନ।

ଏହି ଅବସରରେ ରାଜ୍ୟର ସୁନାମଧ୍ୟ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ  ‘ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ’, ‘ଜୀବନ ଜିନ୍ଦାବାଦ’,ସଚେତନମୂଳକ ନାଟକ ‘ଭୂତ ମଣିଷର ନିଶାକୁ ନା’ ମଞ୍ଚସ୍ଥ ହୋଇଥିଲା। ଏ-ହି ସମସ୍ତ ନାଟକ ଓ ନୃତ୍ୟ ପ୍ରଦର୍ଶନଗୁଡ଼ିକର ଭୂୟସୀ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନାଟକଗୁଡ଼ିକରୁ ପ୍ରତ୍ୟେକେ ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନେବା ଉଚିତ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES