SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ମୁକାବିଲା ପାଇଁ ୪ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି, ଗଜପତି-ଗଞ୍ଜାମ-କନ୍ଧମାଳରେ ଦାୟିତ୍ୱ

ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଏହି ୪ ଜଣ ଅଧିକାରୀଙ୍କୁ ତୁରନ୍ତ ନିଜ ନିଜର ନିର୍ଦ୍ଦିଷ୍ଟ ଜିଲ୍ଲାରେ ଯୋଗଦେବାକୁ କୁହାଯାଇଛି। ସେମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ। ଏହି ନିୟୋଜନ ପରେ ସେମାନଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନାମିତ କରାଯାଇଛି।

Written By Priyambada Rana Edited By Priyambada Rana
Published: Nov 03, 2026, 05:45 PM IST | Updated: Nov 03, 2026, 05:48 PM IST
Image Credit: ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ମୁକାବିଲା ପାଇଁ ୪ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି, ଗଜପତି-ଗଞ୍ଜାମ-କନ୍ଧମାଳରେ ଦାୟିତ୍ୱ
Join

Flood Relief: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ କାର୍ଯ୍ୟର ସମନ୍ୱୟ, ତଦାରଖ ଓ ପରିଚାଳନା ପାଇଁ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏନେଇ ନଭେମ୍ବର ୩ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଅଫିସ୍ ଅର୍ଡର ଜାରି ହୋଇଛି।

ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଏହି ୪ ଜଣ ଅଧିକାରୀଙ୍କୁ ତୁରନ୍ତ ନିଜ ନିଜର ନିର୍ଦ୍ଦିଷ୍ଟ ଜିଲ୍ଲାରେ ଯୋଗଦେବାକୁ କୁହାଯାଇଛି। ସେମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ। ଏହି ନିୟୋଜନ ପରେ ସେମାନଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନାମିତ କରାଯାଇଛି।

କେଉଁ ଅଧିକାରୀଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ?
- ପୱନ କୁମାର (IAS, RR-2024): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଗଜପତି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
- ଅଜିତ କୁମାର (IAS, RR-2022): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ADMଙ୍କୁ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ମିଳିଛି।
- ତେଜସ୍ୱିନୀ ବେହେରା (IAS, RR-2023): ସୁନ୍ଦରଗଡ଼ ଜିଲ୍ଲାର ଉପଜିଲ୍ଲାପାଳଙ୍କୁ ଗଞ୍ଜାମ ଜିଲ୍ଲାରେ ନିୟୋଜିତ କରାଯାଇଛି।
- ଶିବ ମାଲଭିୟା (IAS, RR-2023): ବାଲେଶ୍ୱର ଜିଲ୍ଲାର ଉପଜିଲ୍ଲାପାଳଙ୍କୁ କନ୍ଧମାଳ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ରହିବ ନଜର

ନିଯୁକ୍ତ ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ କ୍ଷେତ୍ରସ୍ତରରେ ରିଲିଫ୍ କାର୍ଯ୍ୟର ସମନ୍ୱୟ କରିବେ। ତୁରନ୍ତ ଆବଶ୍ୟକତାର ଆକଳନ, ଜରୁରୀ ସାମଗ୍ରୀର ବଣ୍ଟନ ଏବଂ କ୍ଷତିଗ୍ରସ୍ତ ଅତ୍ୟାବଶ୍ୟକ ସେବାର ପୁନରୁଦ୍ଧାର ଉପରେ ସେମାନେ ଗୁରୁତ୍ୱ ଦେବେ।

ଏଥିସହ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ କରିବା ସହ ନିଜ ଦାୟିତ୍ୱରେ ଥିବା ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ନିର୍ଦ୍ଦେଶ ରହିଛି।

ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିରେ ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ପହଞ୍ଚାଇବା ଏବଂ ଜରୁରୀ ସେବାକୁ ସ୍ୱାଭାବିକ କରିବା ଏହି ନିଯୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ଅଧିକ ସୁସଂଗଠିତ ହେବା ଆଶା କରାଯାଉଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES