SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone Aqwans: ଗୋପାଳପୁର ନିକଟରେ ବାତ୍ୟା ‘ଆକୱାନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୭ରୁ ୮ ଘଣ୍ଟା ଧରି ଚାଲିବ: ମନୋରମା ମହାନ୍ତି

Cyclone Aqwans: ଓଡ଼ିଶା ଉପକୂଳ ମୁହାଁ ହୋଇଥିବା ବାତ୍ୟା ‘ଆକୱାନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପାଳପୁର ନିକଟରେ ବାତ୍ୟାର ବାହ୍ୟ ମେଘଖଣ୍ଡ ସ୍ଥଳଭାଗ ସହ ମିଶିବା ଆରମ୍ଭ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି।

Reported By Ajaya Kumar Nath Written By Narmada Behera
Published: Nov 20, 2026, 10:38 IST | Updated: Nov 20, 2026, 10:41 IST
Image Credit: Representative - Social Media
Join

Cyclone Aqwans: ଓଡ଼ିଶା ଉପକୂଳ ମୁହାଁ ହୋଇଥିବା ବାତ୍ୟା ‘ଆକୱାନ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପାଳପୁର ନିକଟରେ ବାତ୍ୟାର ବାହ୍ୟ ମେଘଖଣ୍ଡ ସ୍ଥଳଭାଗ ସହ ମିଶିବା ଆରମ୍ଭ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି।

ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବ। ଏହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୭ରୁ ୮ ଘଣ୍ଟା ସମୟ ଲାଗିପାରେ। ମଧ୍ୟାହ୍ନ ସୁଦ୍ଧା ଗୋପାଳପୁର ନିକଟରେ ବାତ୍ୟା ଉପକୂଳ ଅତିକ୍ରମ କରିବାର ଆକଳନ କରାଯାଇଛି।

ALSO READ: Top 10 News Today: ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ, ବାତ୍ୟା ଲାଗି ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ବସ୍ ଚଳାଚଳ ବନ୍ଦ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର

ALSO READ: Trains Cancelled: ବାତ୍ୟା 'ଅକଭାନ୍' ପାଇଁ ଏହିସବୁ ରୁଟ୍ ରେ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା

ସେ ଆହୁରି କହିଛନ୍ତି, ପୂର୍ବରୁ ଭୀଷଣ ବାତ୍ୟାର ରୂପ ନେଇଥିବା ‘ଆକୱାନ୍’ ସ୍ଥଳଭାଗ ନିକଟତର ହେବା ସହ ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହୋଇଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ଅନ୍ୟପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହେଉଛି। ତେଣୁ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।

 

Add Zee News as a Preferred Source
TAGS:

About the Author

Ajaya Kumar Nath
Read More

ZEENEWS TRENDING STORIES