SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Vigilance Raid: ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ୍‌ ସହକାରୀ ଯନ୍ତ୍ରୀ, ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ

ସୂଚନା ଅନୁସାରେ, ବକେୟା ବିଲ୍‌ ଓ ସିକ୍ୟୁରିଟି ବାବଦ ଅର୍ଥ ରିଲିଜ କରିବା ପାଇଁ ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ଭିଜିଲାନ୍ସ ନିକଟରେ ହୋଇଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍‌ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଟଙ୍କା ନେଉଥିବା ବେଳେ ବନ୍ଦିତା ଦାଶଙ୍କୁ ଧରିଥିବା ଜଣାପଡ଼ିଛି।

Written By Priyambada Rana Edited By Priyambada Rana
Published: Sep 28, 2026, 09:07 PM IST | Updated: Sep 28, 2026, 09:14 PM IST
Image Credit: Vigilance Raid: ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ୍‌ ସହକାରୀ ଯନ୍ତ୍ରୀ, ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ
Join

Vigilance Raid: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଭିଜିଲାନ୍ସ ଜାଲରେ ପଡ଼ିଥିବା ସୂଚନା ମିଳିଛି। ୩୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିବା କୁହାଯାଇଛି। ଏହି ଘଟଣାରେ ଯନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ସୋମନାଥ ସେଠୀଙ୍କୁ ମଧ୍ୟ ଭିଜିଲାନ୍ସ ଧରିଛି।

ସୂଚନା ଅନୁସାରେ, ବକେୟା ବିଲ୍‌ ଓ ସିକ୍ୟୁରିଟି ବାବଦ ଅର୍ଥ ରିଲିଜ କରିବା ପାଇଁ ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ଭିଜିଲାନ୍ସ ନିକଟରେ ହୋଇଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍‌ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଟଙ୍କା ନେଉଥିବା ବେଳେ ବନ୍ଦିତା ଦାଶଙ୍କୁ ଧରିଥିବା ଜଣାପଡ଼ିଛି।

ଚଢ଼ାଉ ସମୟରେ ୩୫ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ରହିଛି। ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଆଗକୁ ତଦନ୍ତ ଜାରି ରହିଛି।

ଏହା ସହ ବନ୍ଦିତା ଦାଶଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ ତାଙ୍କ ଘର ସମେତ ସମ୍ପର୍କିତ ସ୍ଥାନଗୁଡ଼ିକରେ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।

ଭିଜିଲାନ୍ସ ଟିମ୍‌ ଲାଞ୍ଚ ଘଟଣା ସହ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ଦିଗକୁ ମଧ୍ୟ ଯାଞ୍ଚ କରୁଛି। ତଦନ୍ତ ଶେଷ ହେବା ପରେ ଏ ସମ୍ପର୍କରେ ଅଧିକ ସୂଚନା ସ୍ପଷ୍ଟ ହେବ।
 

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES