SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Vigilance Raid: ଯନ୍ତ୍ରୀ ତପନ ସେଠୀଙ୍କ ୭ଟି ଠିକଣାରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ଚାଲିଛି ଯାଞ୍ଚ

ଭିଜିଲାନ୍ସ ପକ୍ଷରୁ କଟକ ସିଡିଏ ସେକ୍ଟର-୭ରେ ଥିବା ତିନିମହଲା କୋଠା, କଣ୍ଟାପଡ଼ା ଓ ସିମ୍ପ୍ଲେକ୍ସ ଅଞ୍ଚଳରେ ଥିବା ଫାର୍ମ ହାଉସ୍‌ ଏବଂ କଟକର ୪୨ ମୌଜାରେ ଥିବା ତପନ ସେଠୀଙ୍କ ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।

Written By Priyambada Rana Edited By Priyambada Rana
Published: Oct 22, 2026, 11:20 AM IST | Updated: Oct 22, 2026, 11:22 AM IST
Image Credit: Vigilance Raid: ଯନ୍ତ୍ରୀ ତପନ ସେଠୀଙ୍କ ୭ଟି ଠିକଣାରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ଚାଲିଛି ଯାଞ୍ଚ
Join

Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ଚଣା R&B ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ବଡ଼ଚଣା କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ପୁରୀ ଓ କଟକରେ ଏକକାଳୀନ ୭ଟି ସ୍ଥାନରେ ଯାଞ୍ଚ କରାଯାଉଛି।

ଭିଜିଲାନ୍ସ ପକ୍ଷରୁ କଟକ ସିଡିଏ ସେକ୍ଟର-୭ରେ ଥିବା ତିନିମହଲା କୋଠା, କଣ୍ଟାପଡ଼ା ଓ ସିମ୍ପ୍ଲେକ୍ସ ଅଞ୍ଚଳରେ ଥିବା ଫାର୍ମ ହାଉସ୍‌ ଏବଂ କଟକର ୪୨ ମୌଜାରେ ଥିବା ତପନ ସେଠୀଙ୍କ ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।

ସେହିପରି ପୁରୀର ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନିମହଲା କୋଠା, କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱରର କଣ୍ଟାବାଡ଼ରେ ଥିବା ଦୁଇମହଲା କୋଠାରେ ମଧ୍ୟ ଯାଞ୍ଚ ଚାଲିଛି।

ଏହି ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଏକାଧିକ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଯାଞ୍ଚ କରାଯାଉଛି।

ତେବେ ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଠାବ ହୋଇଛି, ସେନେଇ ଏପର୍ଯ୍ୟନ୍ତ ଆଧିକାରିକ ସୂଚନା ମିଳିନାହିଁ। ଭିଜିଲାନ୍ସ ଯାଞ୍ଚ ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
 

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES