Cyclone Update:ପୁଣି ସାମ୍ଭାବ୍ୟ ବାତ୍ୟା ଭୟ! ଆଜି ଲଘୁଚାପ, ୧୫ରେ ଅବପାତ
Cyclone Update: ବଙ୍ଗୋପସାଗରରେ ଆସିପାରେ ଆଉ ଏକ ବାତ୍ୟା। ବିଭିନ୍ନ ପାଣିପାଗ ମଡେଲ୍ ସାମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ଦେଖାଇଛନ୍ତି। ଆସନ୍ତା ୧ କିମ୍ବା ୨୦ ତାରିଖ ବେଳକୁ ସ୍ଥଳଭାଗ ପାଖାପାଖି ହୋଇପାରେ।
Cyclone Update: ବଙ୍ଗୋପସାଗରରେ ଆସିପାରେ ଆଉ ଏକ ବାତ୍ୟା। ବିଭିନ୍ନ ପାଣିପାଗ ମଡେଲ୍ ସାମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ଦେଖାଇଛନ୍ତି। ଆସନ୍ତା ୧ କିମ୍ବା ୨୦ ତାରିଖ ବେଳକୁ ସ୍ଥଳଭାଗ ପାଖାପାଖି ହୋଇପାରେ। ହେଲେ, ଏହାର ଗତିପଥ ଓ ପ୍ରଭାବ ନେଇ ଭିନ୍ନ ଭିନ୍ନ ଆକଳନ ପ୍ରକାଶ ପାଇଛି। ଇଉରୋପୀୟ ମଡେଲ୍ କହୁଛି, ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡେ ମୁହାଁଇପାରେ। ଆଉ ୨ଟି ମଡେଲ୍ ଦର୍ଶାଉଛି ବାଙ୍ଗଲାଦେଶ କିମ୍ବା ମିଆଁମାର ଦିଗକୁ ମୋଡିଯାଇପାରେ ବାତ୍ୟା।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ, କେନ୍ଦ୍ରୀୟ ଆଣ୍ତାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ୧୩ ରେ ଦକ୍ଷିଣ ପୂର୍ଣ୍ଣ ବଙ୍ଗୋପସାଗରରେ ଏକ ଲଘୁଚାପ ରୂପ ନେବ । ୧୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ।ବିସ୍ତାରିତ ପୂର୍ବାନୁମାନରେ ଆଇଏମଡି଼ ଦର୍ଶାଉଛି ଯେ, ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍ ମଧ୍ୟରେ ଏକମତ ରହିଛି। ମାତ୍ର ସାମ୍ଭାବ୍ୟ ବାତ୍ୟାର ଗତିପଥ ଓ ସ୍ଥଳପଥ ନେଇ ବିଭିନ୍ନ ମଡେଲ୍ ଭିନ୍ନ ମତ ଦେଇଛି। ତେଣୁ ସାମ୍ଭାବ୍ୟ ବାତ୍ୟା ର ଗତିପଥ ଓ ପ୍ରଭାବ ନେଇ ଏଯାଏଁ ଆଇଏମଡି଼ କିଛି ବି ସ୍ପଷ୍ଟ କରି ନାହିଁ। ଅବପାତ ହେବା ପରେ ହିଁ ସାମ୍ଭାବ୍ୟ ଗତିପଥ ଓ ପ୍ରଭାବ ନେଇ ସ୍ପଷ୍ଟ ଚିତ୍ର ମିଳିପାରେ।ତେବେ, ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡି଼ଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ମାତ୍ର କେତେକ ବିଶେଷଜ୍ଞଙ୍କ ମତରେ ୧୭-୧୮ ତାରିଖ ବେଳକୁ ପାଗ ବଦଳିପାରେ। ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଅବପାତ କିମ୍ବା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଏପରିକି ଅଧିକ ଘନୀଭୂତ ହେଲେ ଏହା ବାତ୍ୟା ରୂପ ବି ନେଇପାରେ।
୧୯ ତାରିଖ କିମ୍ବା ୨୦ ତାରିଖ ସକାଳେ ଆନ୍ଧ୍ରର କାଭାଲିରୁ ମଚ୍ଛଲିପଟ୍ଟନମ୍ ମଧ୍ୟରେ ଏହା ଉପକୂଳ ଛୁଇଁପାରେ। ଯଦି ଏଭଳି ହୁଏ ତେବେ, ଓ଼ଡ଼ିଶାରେ ୧୭ -୧୮ ବେଳକୁ ପାଗ ବଦଳିପାରେ। ପ୍ରଥମେ ଗଂଜାମ, ଗଜପତି, ପୁରୀରେ ବର୍ଷା ହୋଇପାରେ।୧୯ ରୁ ୨୧ ଭିତରେ ଦକ୍ଷିଣ ଓଡି଼ଶାର କୋରାପୁଟ୍,ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ। ଅବପାତ ହେବା ପରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।ସେପଟେ, ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ୧୭ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ। ବିଭିନ୍ନ ମଡେଲ୍ ଅନୁସାରେ, ପ୍ରଥମେ ଏହାର ଗତିପଥ ଆନ୍ଧ୍ର ଉପକୂଳ ମୁହାଁ ହୋଇପାରେ। ହେଲେ, କେନ୍ଦ୍ରୀୟ ବଙ୍ଗୋପସାଗରରୁ ଏହା ଗତିପଥ ବଦଳାଇ ଉତ୍ତର -ପୂର୍ବକୁ ମୁହାଁଇପାରେ। ଏଭଳି ହେଲେ ସାମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ , ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡ଼କୁ ଗତି କରିବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି। ଯଦି ଏହା ହୁଏ ତେବେ, ୧୮-୧୯ରେ ରାଜ୍ୟରେ ପାଗ କୋହଲା ରହିପାରେ।