SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Low Pressure: ଦଶହରା ପୂର୍ବରୁ ଆସୁଛି ଲଘୁଚାପ! ଭିଜିବ ଏହିସବୁ ଜିଲ୍ଲା

ଯଦି ଲଘୁଚାପ ଅଧିକ ଘନୀଭୂତ ହୁଏ, ତେବେ, ଓଡ଼ିଶା ଉପରେ ବାତ୍ୟା ଆଶଙ୍କା ନାହିଁ। ହେଲେ ପୂଜା ସମୟରେ କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର,ଗଞ୍ଜାମ , ଗଜପତି ଓ ବାଲେଶ୍ବରରେ ଜିଲ୍ଲାରେ ବର୍ଷାର ପ୍ରଭାବ ଅପେକ୍ଷାକୃତ ଅଧିକ ରହିପାରେ।

Written By Narmada Behera Edited By Narmada Behera
Published: Oct 12, 2026, 05:12 PM IST | Updated: Oct 12, 2026, 05:16 PM IST
Image Credit: Low Pressure: ଦଶହରା ପୂର୍ବରୁ ଆସୁଛି ଲଘୁଚାପ! ଭିଜିବ ଏହିସବୁ ଜିଲ୍ଲା
Join

Low Pressure: ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।   ୧୩ ତାରିଖ ବେଳକୁ  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର  ସମ୍ଭାବନା ରହିଛି।  ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ  ବର୍ଷାର ପରିମାଣ ବଢିପାରେ।  ପାଣିପାଗ ସୂଚନା ଅନୁସାରେ,  ବର୍ତ୍ତମାନ ବାଂଲାଦେଶ  ଓ ଏହାର ସଂଲଗ୍ନ  ଅଞ୍ଚଳ ଉପରେ ଏକ ଉପର ବାୟୁମଣ୍ତଳୀୟ ଘୂର୍ଣ୍ଣିବଳୟ ପାଇଁ ପାଗ ଅନୁକୂଳ ରହିଛି। 

 ଏହା ଆଗାମୀ ୨୪ ଘଣ୍ଟା  ମଧ୍ୟରେ ଆଣ୍ତାମାନ୍ ସାଗର  ଅଞ୍ଚଳକୁ ପ୍ରଭାବିତ୍ କରିବା ସହ ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ କରିପାରେ।  ଆସନ୍ତାକାଲି ମାଲକାନଗିରି, କୋରାପୁଟ୍, ରାୟଗଡା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ। ସେପଟେ, ଦଶହରାରେ ସମ୍ଭାବ୍ୟ ବାତ୍ୟା ହେବ କି ନାହିଁ ଲୋକଙ୍କ ମନରେ ଛନକା ପଶିଛି।

 

ପାଣିପାଗ ବିଭାଗ ତରଫରୁ କରାଯାଇଥିବା ଆକଳନ ଅନୁସାରେ, ଯଦି ଲଘୁଚାପ ଅଧିକ ଘନୀଭୂତ ହୁଏ, ତେବେ, ଓଡ଼ିଶା ଉପରେ ବାତ୍ୟା ଆଶଙ୍କା ନାହିଁ। ହେଲେ  ପୂଜା ସମୟରେ କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର,ଗଞ୍ଜାମ , ଗଜପତି ଓ ବାଲେଶ୍ବରରେ ଜିଲ୍ଲାରେ ବର୍ଷାର ପ୍ରଭାବ ଅପେକ୍ଷାକୃତ ଅଧିକ ରହିପାରେ। ଏବଂ ୧୭ ଓ ୧୮ ତାରିଖରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES