SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Low Pressure: ୧୩ ବେଳକୁ ଲଘୁଚାପ!ପ୍ରଭାବରେ ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା ସହ...

ଆସନ୍ତା ୧୧ ତାରିଖ ବେଳକୁ ଆଣ୍ତାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ।

Written By Narmada Behera Edited By Narmada Behera
Published: Oct 09, 2026, 03:24 PM IST | Updated: Oct 09, 2026, 03:26 PM IST
Image Credit: ଆସନ୍ତା ୧୧ ତାରିଖ ବେଳକୁ ଆଣ୍ତାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ।
Join

Low Pressure: ଆସନ୍ତା ୧୧ ତାରିଖ ବେଳକୁ ଆଣ୍ତାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ଉତ୍ତର ପଶ୍ଚିମ ଦିଗରେ  ମୁହାଁଇ  ଉତ୍ତର ତାମିଲନାଡୁ  ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆଡ଼କୁ ଯାଇପାରେ। ଓଡ଼ିଶା ଉପରେ ଏହାର ପ୍ରଭାବ ପଡି଼ ନ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଛି। 

 

 

ସେପଟେ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ର ବିଦାୟ ପ୍ରକ୍ରିୟା  ଆରମ୍ଭ ହୋଇଛି।  ବରଗଡ଼, ଝାରସୁଗୁଡା  ଓ ସୁନ୍ଦରଗଡର କିଛି ଅଞ୍ଚଳରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ  ଆରମ୍ଭ ହୋଇଛି। ଆସନ୍ତା ୩ରୁ ୪ ଦିନ ପୂର୍ବେ ଭାରତରେ ଆହୁରୁ କିଛି ଅଞ୍ଚଳରୁ ମୌସୁମୀ ବାୟୁ  ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।୧୪ ତାରିଖ ଯାଏଁ ଦେଶରେ ସ୍ବାଭାବିକ୍ ଠାରୁ କମ୍ ବର୍ଷା ହେବ ବୋଲି  ଆଇଏମଡି଼ ଆକଳନ କରିଛି। ୧୪ ତାରିଖ ଯାଏଁ ଦେଶରେ କମ୍ ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛି। ସେହିଭଳି ୧୫ ରୁ ୨୧ ତାରିଖ ଭିତରେ ପୂରା ଦେଶରେ ମୌମୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଇଏମଡ଼ି ପକ୍ଷରୁ କୁହାଯାଇଛି। 

 

ଗୁରୁବାର ରାଜ୍ୟରେ ୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ବା ଏହା ଠାରୁ ଅଧିକ ଥିଲା। ତାଳଚେରରେ ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ଼ ହୋଇଛି। ପାରଳାଖେମୁଣ୍ତିରେ ୩୫.୪ ଡିଗ୍ରୀ ରେକର୍ଡ ହୋଇଛି। ଏବଂ ଛତ୍ରପୁରରେ ୫୩.୧ ଡିଗ୍ରୀ  ରେକର୍ଡ଼ ହୋଇଛି। ଆଜି ଉତ୍ତର  ଓଡ଼ିଶା  ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।  

 

ଆସନ୍ତା ୪୮ ଘଣ୍ଟା ମଧ୍ୟରେ  ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ। ବାଲେଶ୍ବର , ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ। 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES