Odisha Weather Report: ଏହି ୧୦ ଜିଲ୍ଲାକୁ ବଜ୍ରପାତ ଓ ବର୍ଷା ସହ ଝଟକା ପବନ ଆଲର୍ଟ, ସତର୍କ ରହିବାକୁ ପରାମର୍ଶ..
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଅଞ୍ଚଳର କେତେକ ସ୍ଥାନରେ ବଜ୍ରପାତ ସହ ପବନ ହେବାର ଆଶଙ୍କା ରହିଛି। ମାନଚିତ୍ରରେ ଦର୍ଶାଯାଇଥିବା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିପାରେ।
Odisha Weather Report: ରାଜ୍ୟରେ ପାଣିପାଗକୁ ନେଇ ପୁଣି ସତର୍କତା ଜାରି ହୋଇଛି। ଭାରତ ପାଣିପାଗ ବିଭାଗ (IMD)ର ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଅକ୍ଟୋବର ୧୬ ତାରିଖ ପାଇଁ ଓଡ଼ିଶାର ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଟକା ପବନ ହେବାର ଆଶଙ୍କା ଦର୍ଶାଯାଇଛି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
କେଉଁ ଜିଲ୍ଲାରେ ରହିଛି ସତର୍କତା?
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଅଞ୍ଚଳର କେତେକ ସ୍ଥାନରେ ବଜ୍ରପାତ ସହ ପବନ ହେବାର ଆଶଙ୍କା ରହିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବା ନେଇ ପୂର୍ବାନୂମାନ କରାଯାଇଛି।
ଦକ୍ଷିଣ-ପଶ୍ଚିମ ମୌସୁମୀର ବିଦାୟ, ଉତ୍ତର-ପୂର୍ବ ମୌସୁମୀର ପ୍ରଭାବ:
ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଜାରି ରହିଥିବା ବେଳେ ଉତ୍ତର-ପୂର୍ବ ମୌସୁମୀ ବାୟୁର ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ଓଡ଼ିଶାରେ ମଧ୍ୟ କେତେକ ସ୍ଥାନରେ ବଜ୍ରପାତ ଓ ଝଟକା ପବନର ସମ୍ଭାବନା ରହିଛି।
ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ:
ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳ ଓ ଜଳାଶୟ ନିକଟରେ ରହିବାରୁ ଦୂରେଇ ରୁହନ୍ତୁ। ଘଡ଼ଘଡ଼ି ଶୁଣିବା ମାତ୍ରେ ସୁରକ୍ଷିତ ପକ୍କା ଘର କିମ୍ବା ଆଶ୍ରୟସ୍ଥଳକୁ ଚାଲିଯାଆନ୍ତୁ। ପବନ ବହୁଥିବା ସମୟରେ ବିଦ୍ୟୁତ୍ ଖୁଣ୍ଟ, ତାର ଓ ଦୁର୍ବଳ ଗଛଠାରୁ ଦୂରେଇ ରୁହନ୍ତୁ। ପାଣିପାଗର ସଦ୍ୟତମ ସୂଚନା ପାଇଁ IMDର ଅଧିକାରିକ ବୁଲେଟିନ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି।