Odisha Weather Update: ରାଜ୍ୟରେ ବଢ଼ିବ ଶୀତର ପ୍ରଭାବ! ସର୍ବନିମ୍ନ ତାପମାତ୍ରାକୁ ନେଇ ବଡ଼ ଅପଡେଟ୍..
ସେହିପରି କଟକରେ ୧୮ ଡିଗ୍ରୀ, ଭୁବନେଶ୍ୱରରେ ୧୯ ଡିଗ୍ରୀ, ବାଲେଶ୍ୱରରେ ୧୯ ଡିଗ୍ରୀ, ଭଦ୍ରକରେ ୧୯ ଡିଗ୍ରୀ ଏବଂ ପାରାଦୀପରେ ୨୧ ଡିଗ୍ରୀ ତାପମାତ୍ରା ରହିବାର ଆକଳନ କରାଯାଇଛି।
Odisha Weather Update: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଥି ସସହ ଆସନ୍ତା ଦୁଇ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାର ପୂର୍ବାନୁମାନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ପ୍ରକାଶିତ ନଭେମ୍ବର ୧୧ ଓ ୧୨ ତାରିଖର ପୂର୍ବାନୁମାନ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି।
ଫୁଲବାଣୀରେ ସବୁଠୁ କମ୍ ତାପମାତ୍ରା:
ପାଣିପାଗ ବିଭାଗର ନଭେମ୍ବର ୧୧ ତାରିଖର ପୂର୍ବାନୁମାନ ଅନୁଯାୟୀ, ଫୁଲବାଣୀରେ ୧୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ସେହିପରି ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୫ ଡିଗ୍ରୀ, ରାଉରକେଲା ଓ କେନ୍ଦୁଝରରେ ୧୬ ଡିଗ୍ରୀ ଏବଂ ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର ଓ ସୋନପୁରରେ ୧୭ ଡିଗ୍ରୀ ତାପମାତ୍ରା ରହିବାର ଆକଳନ କରାଯାଇଛି।
ଅନ୍ୟପଟେ ନୂଆପଡ଼ା, କୋରାପୁଟ ଓ ବରଗଡ଼ରେ ୨୦ ଡିଗ୍ରୀ ଏବଂ ନୟାଗଡ଼, ପୁରୀ ଓ ଛତ୍ରପୁରରେ ୨୨ ଡିଗ୍ରୀ ସେଲସିୟସ୍ ରହିବାର ପୂର୍ବାନୁମାନ ରହିଛି।
ନଭେମ୍ବର ୧୨ରେ ମଧ୍ୟ ଫୁଲବାଣୀ ଥଣ୍ଡା
ନଭେମ୍ବର ୧୨ ତାରିଖର ପୂର୍ବାନୁମାନ ଅନୁସାରେ ମଧ୍ୟ ଫୁଲବାଣୀରେ ୧୪ ଡିଗ୍ରୀ ସହ ରାଜ୍ୟର ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା ରହିବାର ଆକଳନ କରାଯାଇଛି। ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୫ ଡିଗ୍ରୀ, ରାଉରକେଲା ଓ କେନ୍ଦୁଝରରେ ୧୬ ଡିଗ୍ରୀ ଏବଂ ସମ୍ବଲପୁର, ଦେବଗଡ଼ ଓ ବଲାଙ୍ଗୀରରେ ୧୭ ଡିଗ୍ରୀ ତାପମାତ୍ରା ରହିବାର ସମ୍ଭାବନା ରହିଛି।
ସେହିପରି କଟକରେ ୧୮ ଡିଗ୍ରୀ, ଭୁବନେଶ୍ୱରରେ ୧୯ ଡିଗ୍ରୀ, ବାଲେଶ୍ୱରରେ ୧୯ ଡିଗ୍ରୀ, ଭଦ୍ରକରେ ୧୯ ଡିଗ୍ରୀ ଏବଂ ପାରାଦୀପରେ ୨୧ ଡିଗ୍ରୀ ତାପମାତ୍ରା ରହିବାର ଆକଳନ କରାଯାଇଛି।
ଉପକୂଳ ଓଡ଼ିଶାରେ ୨୨ ଡିଗ୍ରୀ ରହିବ ପାରଦ
ପୂର୍ବାନୁମାନ ମୁତାବକ, ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୧ରୁ ୨୨ ଡିଗ୍ରୀ ମଧ୍ୟରେ ରହିପାରେ। ନଭେମ୍ବର ୧୧ ଓ ୧୨ ତାରିଖରେ ନୟାଗଡ଼, ପୁରୀ, ଛତ୍ରପୁର ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ପାରଦ ୨୨ ଡିଗ୍ରୀ ରହିବାର ପୂର୍ବାନୁମାନ ରହିଛି।
ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଉଥିବା ବେଳେ ପାଣିପାଗର ପରିବର୍ତ୍ତନ ଉପରେ ନଜର ରହିଛି।