SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

President Droupadi Murmu: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକରେ ବାଲିଯାତ୍ରା ଉଦ୍‌ଘାଟନ କରିବେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ କଟକ ଗସ୍ତ କରିବେ।

Written By Priyambada Rana Edited By Priyambada Rana
Published: Nov 24, 2026, 08:43 IST | Updated: Nov 24, 2026, 08:45 IST
Image Credit: President Droupadi Murmu: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Join

President Droupadi Murmu: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଆଜି ଅପରାହ୍ଣରେ କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ। ଏଥିପାଇଁ କଟକ ଓ ଭୁବନେଶ୍ୱରରେ ପ୍ରସ୍ତୁତି ଚାଲିଛି।

ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ କଟକ ଗସ୍ତ କରିବେ।

ଆଜି ବାଲିଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି:
କଟକର ମହାନଦୀ କୂଳରେ ଆୟୋଜିତ ପ୍ରସିଦ୍ଧ ବାଲିଯାତ୍ରା ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସାମୁଦ୍ରିକ ବାଣିଜ୍ୟର ଗୌରବମୟ ଇତିହାସର ପ୍ରତୀକ। ଏହି ଐତିହାସିକ ମେଳାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପରାହ୍ଣରେ ଉଦ୍‌ଘାଟନ କରିବେ।

ରାଷ୍ଟ୍ରପତିଙ୍କ ଉପସ୍ଥିତି ବାଲିଯାତ୍ରାର ଗୁରୁତ୍ୱକୁ ଆହୁରି ବଢ଼ାଇବା ସହ ଓଡ଼ିଶାର ଗୌରବମୟ ସଂସ୍କୃତିକୁ ଜାତୀୟ ସ୍ତରରେ ଆଉ ଏକ ପରିଚୟ ଦେବ।

ALSO READ: Kartik Purnima: କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ
କାଲି ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜର ସମାବର୍ତ୍ତନ ଉତ୍ସବ:
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତାକାଲି ସେ ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଯୋଗଦାନକୁ ନେଇ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି।

ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଓଡ଼ିଶା ଗସ୍ତରେ ଗୋଟିଏ ପଟେ ରାଜ୍ୟର ଐତିହ୍ୟ ଓ ପରମ୍ପରାର ପ୍ରତୀକ ବାଲିଯାତ୍ରାର ଶୁଭାରମ୍ଭ ହେବ, ଅନ୍ୟପଟେ ଶିକ୍ଷା କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES