SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Senior Journalist Bibhuti Pati Passes Away:ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ବିୟୋଗ,ହୃଦଘାତରେ...

Senior journalist Bibhuti Pati Passes Away: ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଅକାଳ ବିୟୋଗ। ହୃଦଘାତରେ ଚାଲିଗଲା ଜୀବନ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିବା ଜଣାପଡ଼ିଛି। ସେ ଏକାଧିକ ଗଣମାଧ୍ୟମରେ କାମ କରିଥିଲେ। ତାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁନାହଁନ୍ତି।

Written By Narmada Behera Edited By Narmada Behera
Published: Oct 19, 2026, 03:21 PM IST | Updated: Oct 19, 2026, 10:39 PM IST
Image Credit: ସେ ଏକାଧିକ ଗଣମାଧ୍ୟମରେ କାମ କରିଥିଲେ
Join

Senior journalist Bibhuti Pati Passes Away: ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଅକାଳ ବିୟୋଗ। ହୃଦଘାତରେ ଚାଲିଗଲା ଜୀବନ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିବା ଜଣାପଡ଼ିଛି। ସେ ଏକାଧିକ ଗଣମାଧ୍ୟମରେ କାମ କରିଥିଲେ। ତାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁନାହଁନ୍ତି। ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ମାନ୍ୟଗନ୍ୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ବିଭୂତିଙ୍କ ମୃତ୍ୟୁରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସାଂସଦ  ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି। ଏବଂ ଏକ୍ସରେ  ଲେଖିଛନ୍ତି ଯେ, 'ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି'

 

 

 

 

ସୂଚନା ଅନୁସାରେ,ବିଭୂତିଙ୍କ  ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କୁ କଟକ ବଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା।  ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କଟକର ସିଡିଏ ସେକ୍ଟର -୧୦ ରେ ରୁହନ୍ତି। ଏବଂ ତାଙ୍କର ପତ୍ନୀ ଓ ଏକମାତ୍ର ପୁତ୍ର ଅଛନ୍ତି। ବିଭୂତିଙ୍କ ଅକାଳ ବିୟୋଗକୁ ନେଇ ସାମ୍ବାଦିକତା ମହଲରେ ଶୋକର ଛାୟା ଖେଳିଯାଇଛି।


ବିଭୂତି ପତି, ବିଶେଷକରି ଓଡି଼ଶାର ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ସେ ନିଜ ସାମ୍ବାଦିକତା କ୍ୟାରିୟର ଇଂରାଜୀ ସାପ୍ତାହିକ ଇଷ୍ଟର୍ଣ୍ଣ ଟାଇମ୍ସ ରୁ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ଏବଂ ଏକ ଘରୋଇ ଟିଭି ଚ୍ୟାନେଲ୍ ପାଇଁ ନୂଆ ଦିଲ୍ଲୀରୁ ରିପୋର୍ଟିଂ କରୁଥିଲେ। ତାଙ୍କର ଅନେକ ସାକ୍ଷାତକାର ଓ ଫିଚର ମଧ୍ୟ ପ୍ରକାଶ ପାଇଛି।  ଏହା ବ୍ୟତୀତ ସେ ଅନେକ ଜାତୀୟ ଗଣମାଧ୍ୟମ ସହ ବି ଜଡ଼ିତ ଥିଲେ। ବିଶେଷକରି, ତୃଣମୂଳ ରାଜନୀତି, ଜାତୀୟ ସୁରକ୍ଷା, ଆଞ୍ଚଳିକ ରାଜନୀତି ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ରିପୋର୍ଟିଂ ପାଇଁ ବେଶ୍ ପରିଚିତ ଥିଲେ। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES