୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ
ବିକ୍ରମ ଦେବ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମ୍ଏସ୍ ଆଇନ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନବୀକରଣ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ।
Published: Nov 05, 2026, 03:24 PM IST
| Updated: Nov 05, 2026, 03:38 PM IST
NAAC Accreditation: ରାଜ୍ୟର ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଖୁବ୍ଶୀଘ୍ର ନବୀକରଣ କରିବାକୁ ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ବିକ୍ରମ ଦେବ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମ୍ଏସ୍ ଆଇନ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନବୀକରଣ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ । ଉଚ୍ଚଶିକ୍ଷା ବିଭାଗ UGC ସହ ବି ଯୋଗାଯୋଗରେ ଅଛି । ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ସରିଛି। ୧୪୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟପକ, ସହ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ସାକ୍ଷାତ ପ୍ରକ୍ରିୟା ଚାଲିଛି । NIRF ଓ ଅନ୍ୟ ରାଙ୍କ ହାସଲ ପାଇଁ ମଧ୍ୟ କାମ ଚାଲିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।
Also Read- Dhanteras Rashifal: ଧନତେରସରେ ଫିଟିବ ମେଷ ସହ ଏହି ୨ ରାଶିଙ୍କ ଭାଗ୍ୟ