Video: ପୁରୀ ଯାଉଥିଲା 'ପଦ୍ମା' ବସ୍, ଯାଜପୁରରେ ଦୁର୍ଘଟଣା... ଦେଖନ୍ତୁ ଭିଡିଓ
ଏକ ଟ୍ରକର ଟାୟାର ଫାଟିଯିବା କାରଣରୁ ଟ୍ରକଟି ରାସ୍ତା ଉପରେ ଛିଡାହୋଇ ରହିଥିଲା। ବସଟି ଏହା ଜାଣିନପାରି ଭାରସାମ୍ୟ ହରାଇ ଟ୍ରକ ପଛପଟେ ଧକ୍କା ଦେଇଥିଲା।
Road Accident: (ଅଭୟ ମହାନ୍ତି) ପୁରୀକୁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାଜପୁର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ବଡ଼ଚଣା ଓଭରବ୍ରିଜ ନିକଟରେ ଭୋର ପ୍ରାୟ ସାଢେ ୪ଟା ସମୟରେ ଘଟିଛି ଦୁର୍ଘଟଣା। ବସଟି ଟ୍ରକ ପଛପଟୁ ଧକ୍କା ଦେଇଥିଲା।
ସୂଚନା ଅନୁଯାୟୀ ଏକ ଟ୍ରକର ଟାୟାର ଫାଟିଯିବା କାରଣରୁ ଟ୍ରକଟି ରାସ୍ତା ଉପରେ ଛିଡାହୋଇ ରହିଥିଲା। ବସଟି ଏହା ଜାଣିନପାରି ଭାରସାମ୍ୟ ହରାଇ ଟ୍ରକ ପଛପଟେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୭ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଏଥିସହ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ମାନଙ୍କୁ ତୁରନ୍ତ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରାଥମିକ ଚିକିତ୍ସା ପରେ ୨ଜଣ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ସୁରକ୍ଷିତ ଥିବା ଜଣାପଡିଛି। ସୂଚନା ମୁତାବକ ପଦ୍ମା ନାମକ ବସ୍ ପଶ୍ଚିମ ମେଦିନୀପୁରରୁ ତୀର୍ଥଯାତ୍ରୀ ନେଇ ପୁରୀ ଯାଉଥିଲା। ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Also Read- ଅପରେସନ୍ କଳା ପାଣି: ହ୍ୟାଣ୍ଡପମ୍ପରୁ ବାହାରୁଛି 'ବିଷ' ! ୨୦ଟି ଗାଁରେ ବ୍ୟାପୁଛି ରୋଗ