SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା

Odisha News: ଭାରତର ସାମୁଦ୍ରିକ କ୍ଷେତ୍ରରେ ପାରାଦୀପ ବନ୍ଦର ପାଇଁ ଆସିଛି ବଡ଼ ସ୍ୱୀକୃତି। କେନ୍ଦ୍ର ସରକାରଙ୍କ ଅଧିସୂଚନା ଅନୁସାରେ ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ମାନ୍ୟତା ମିଳିଛି।

Reported By Narayan Behera Written By Narmada Behera
Published: Sep 26, 2026, 02:19 PM IST | Updated: Sep 26, 2026, 02:22 PM IST
Image Credit: କେନ୍ଦ୍ର ସରକାରଙ୍କ ଅଧିସୂଚନା ଅନୁସାରେ ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ମାନ୍ୟତା ମିଳିଛି। ଏହି ତାଲିକାରେ ପାରାଦୀପ ସହ ଦୀନଦୟାଲ ବନ୍ଦର, ଜବାହରଲାଲ ନେହରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦର ରହିଛି।
Join

Odisha News: ଭାରତର ସାମୁଦ୍ରିକ କ୍ଷେତ୍ରରେ ପାରାଦୀପ ବନ୍ଦର ପାଇଁ ଆସିଛି ବଡ଼ ସ୍ୱୀକୃତି। କେନ୍ଦ୍ର ସରକାରଙ୍କ ଅଧିସୂଚନା ଅନୁସାରେ ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ମାନ୍ୟତା ମିଳିଛି। ଏହି ତାଲିକାରେ ପାରାଦୀପ ସହ ଦୀନଦୟାଲ ବନ୍ଦର, ଜବାହରଲାଲ ନେହରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦର ରହିଛି।ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩ ଅନୁଯାୟୀ ଏହି ମାନ୍ୟତା ଦିଆଯାଇଛି।

କେନ୍ଦ୍ର ସରକାରଙ୍କ କ୍ଷମତା ପ୍ରୟୋଗ କରି ଏହି ମାନ୍ୟତାକୁ ଆନୁଷ୍ଠାନିକ ରୂପ ଦିଆଯାଇଛି। ୨୫ ସେପ୍ଟେମ୍ବରରେ ଭାରତ ସରକାରଙ୍କ ରାଜପତ୍ରରେ ଅଧିସୂଚନା ପ୍ରକାଶ ପାଇବା ସହ ଏହା ତତ୍କ୍ଷଣାତ୍ ଲାଗୁ ହୋଇଛି ବୋଲି ଅଧିସୂଚନା ଜାରି ହୋଇଛି।ପାରାଦୀପ ବନ୍ଦରର ଏହି ନୂଆ ମାନ୍ୟତାକୁ ବନ୍ଦରର ବିକାଶ ଯାତ୍ରାରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି। ପୂର୍ବ ଉପକୂଳରେ ପାରାଦୀପ ଏକ ପ୍ରମୁଖ ସାମୁଦ୍ରିକ ପ୍ରବେଶଦ୍ୱାର। ରଣନୈତିକ ଭୌଗୋଳିକ ସ୍ଥିତି, ଆଧୁନିକ ବନ୍ଦର ଭିତ୍ତିଭୂମି ଏବଂ ବଢ଼ୁଥିବା କାର୍ଗୋ ପରିଚାଳନା କ୍ଷମତା ଯୋଗୁଁ ଦେଶର ଉପକୂଳୀୟ ଓ ଆନ୍ତର୍ଜାତୀୟ ବାଣିଜ୍ୟରେ ପାରାଦୀପର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।‘ମେଗା ପୋର୍ଟ’ ମାନ୍ୟତା ପରେ ବନ୍ଦରର ଭିତ୍ତିଭୂମି ବିକାଶ, କାର୍ଯ୍ୟକ୍ଷମତା ଓ ସାମୁଦ୍ରିକ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାରେ ଗତି ମିଳିବ ବୋଲି ଆଶା କରାଯାଉଛି।

ସାମୁଦ୍ରିକ ବାଣିଜ୍ୟ ବୃଦ୍ଧି ସହ ଏକ ଆଧୁନିକ, ଦକ୍ଷ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗୀ ବନ୍ଦର ଭାବେ ପାରାଦୀପକୁ ବିକଶିତ କରିବାରେ ଏହି ମାନ୍ୟତା ଅତିରିକ୍ତ ଗତି ଦେବ ବୋଲି ବନ୍ଦର କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି। “ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା ମିଳିବା ବନ୍ଦରର ବିକାଶ ଯାତ୍ରାରେ ଏକ ବଡ଼ ମାଇଲଖୁଣ୍ଟ। ଏହା ଭିତ୍ତିଭୂମି ବିକାଶ, କାର୍ଯ୍ୟକ୍ଷମତା ବୃଦ୍ଧି ଓ ସାମୁଦ୍ରିକ ବାଣିଜ୍ୟକୁ ନିଶ୍ଚିତ ଆହୁରି ସୁଦୃଢ଼ କରିବ।ଏହି ମାନ୍ୟତା ପାଇଁ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ କେନ୍ଦ୍ର ସରକାର ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଯାଇଛି। ଦେଶର ସାମୁଦ୍ରିକ ବିକାଶକୁ ଆଗେଇ ନେବା ସହ ଏକ ସୁଦୃଢ଼, ଦକ୍ଷ ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀ ବନ୍ଦର କ୍ଷେତ୍ର ଗଠନରେ ପାରାଦୀପ ବନ୍ଦର ନିଜର ଅବଦାନ ଜାରି ରଖିବ ବୋଲି ପାରାଦ୍ୱୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସୂଚନା ଜାରି କରାଯାଇଛି ।

Add Zee News as a Preferred Source

About the Author

Narayan Behera
Read More

ZEENEWS TRENDING STORIES