Vigilance Raid: ଭିଜିଲାନ୍ସ ଟିମ୍ କୁ ବଡ଼ ସଫଳତା। ଭିଜିଲାନ୍ସ ଜାଲରେ କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଏନ୍ଏସି(NAC)ର କର୍ମଚାରୀ। ୭,୦୦୦ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି (MIS Programmer) ପ୍ରଦ୍ୟୁମ୍ନ କୁମାର ଦାସ।ସୂଚନା ଅନୁସାରେ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ଅଧୀନରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥରାଶିର ବଳକା ଅଂଶ ପାଇବା ପାଇଁ ଜୁନାଗଡ଼ ଏନଏସି(NAC)ର ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍ ସମ୍ପୃକ୍ତ ହିତାଧିକାରୀଙ୍କ ଠାରୁ ୭ ହାଜର ଟଙ୍କା ଲାଞ୍ଚ ଦାବି କରିଥିଲେ। ହେଲେ ଉପାୟ ଶୂନ୍ୟ ହୋଇ ସେ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ତାଙ୍କୁ ଟଙ୍କା ଦେଲା ବେଳେ ମାଡି଼ ବସିଥିଲା ଭିଜିଲାନ୍ସ। ଅଭିଯୁକ୍ତଙ୍କ ନିକଟରୁ ୭,୦୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।
ସେପଟେ, ଭତ୍ତା ହଡ଼ପ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ଜଣକ ହେଉଛନ୍ତି କୋରାପୁଟ ନନ୍ଦପୁର ବ୍ଲକ ଖୁର୍ଜି ପଞ୍ଚାୟତର ପୂର୍ବତନ (PEO) ଆଦିତ୍ୟ ଚୋପାଡ଼ି। ସେ ୮.୯୭ ଲକ୍ଷ ଟଙ୍କାରୁ ଅଧିକ ବୃଦ୍ଧାଶ୍ରମ ପେନସନ ଠକେଇରେ ଗିରଫ କରାଯାଇଛି।