PM Awas Yojana: ଖୁସି ଖବର! ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ୨.୯୧ ଲକ୍ଷ ପକ୍କା ଘର ପାଇବେ ହିତାଧିକାରୀ
PM Awas Yojana: କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଜି ବଲାଙ୍ଗୀରରେ ଆୟୋଜିତ ହେବାକୁ ଥିବା ସମାରୋହରେ ସେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ବଣ୍ଟନ କରିବେ।

ଏହି ସମାରୋହରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ , ରାଜ୍ୟ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟର ,ସଂସଦୀ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗା ଉପସ୍ଥିତ ରହିବ। ଏହି ଅବସରରେ ରାଜ୍ୟରେ ହିତାଧିକାରୀଙ୍କୁ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ ଘର ବଣ୍ଟନ କରାଯିବ।
ALSO READ: Odisha News: ଗଞ୍ଜାମର ସମସ୍ତ ସରକାରୀ କର୍ମଚାରୀଙ୍କ ଆଜିଠୁ ୨ ଦିନ ଛୁଟି ବାତିଲ୍
ପୂର୍ବରୁ ଆବାସ ଯୋଜନାରେ ୪ଲକ୍ଷ ଓ ଅନ୍ତୋଦୟ ଯୋଜନାରେ ୫ ଲକ୍ଷ ଘର ମିଳି ସାରିଛି। ଆଉ ଏବେ ଅଧିକ ଘର ହିତାଧିକାରୀଙ୍କୁ ମିଳିବ । ଯାହା ଦ୍ବାରା ରାଜ୍ୟରେ ଲକ୍ଷ ଲକ୍ଷ ଗରିବ ଲୋକଙ୍କ ପକ୍କା ଘର ପାଇବାର ସ୍ବପ୍ନ ପୂରଣ ହେବ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ପ୍ରତିଟି ସ୍ତରରେ ଏକା ସମୟରେ ଚାଲିବ। କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।