India-Nepal: ଭାରତ ଓ ନେପାଳ ମଧ୍ୟରେ ବାଣିଜ୍ୟ, ଶକ୍ତି ଏବଂ ଯୋଗାଯୋଗ କ୍ଷେତ୍ରରେ ସହଯୋଗକୁ ଆହୁରି ମଜଭୁତ କରାଯିବ। ନେପାଳର ଟ୍ରାଞ୍ଜିଟ୍ ବାଣିଜ୍ୟକୁ ସୁବିଧାଜନକ କରିବା ପାଇଁ ଭାରତର କାଣ୍ଡଲା ଓ ପାରାଦୀପ ବନ୍ଦର ବ୍ୟବହାରର ସୁଯୋଗ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ମୋଦୀ କହିଛନ୍ତି, ବାଣିଜ୍ୟିକ ଯୋଗାଯୋଗ ଓ ନିବେଶକୁ ଗୁରୁତ୍ୱ ଦେଇ ନିଆଯାଉଥିବା ଏହି ପଦକ୍ଷେପ ନେପାଳର ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବ। ଭାରତର ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ବ୍ୟାପକ କରିବାରେ ସହାୟକ ହେବ।
ଜଳବିଦ୍ୟୁତ୍ କ୍ଷେତ୍ରରେ ବଡ଼ ସହଯୋଗ:
ନେପାଳର ନଦୀଗୁଡ଼ିକରେ ସ୍ୱଚ୍ଛ ଶକ୍ତି ଉତ୍ପାଦନର ବିପୁଳ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ବ୍ୟବହାର କରି ନେପାଳର ଅର୍ଥନୀତିକୁ ସୁଦୃଢ଼ କରାଯାଇପାରିବ। ଭାରତର ବିଶାଳ ଶକ୍ତି ବଜାର ନେପାଳର ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଏକ ବଡ଼ ସୁଯୋଗ ବୋଲି ମୋଦୀ କହିଛନ୍ତି।
#WATCH | Delhi | PM Modi says, "To further facilitate Nepal’s transit trade, we will provide access to the Kandla and Paradip ports. I am confident that these efforts—focused on enhancing trade connectivity and investment—will provide fresh momentum to Nepal’s economic development. Nepal’s rivers hold immense potential for clean energy. India’s vast energy market can transform this potential into a robust foundation for Nepal’s economic prosperity. The laying of the foundation stone for the Lower Arun Hydroelectric Project today, along with our commitment to the timely completion of the Arun-III project, is part of this vision. For many years, India has been a reliable supplier of petroleum products and other essential commodities to Nepal. In the spirit of our ‘Neighbourhood First’ policy, we have ensured the continued supply of fuel, fertilisers, and other essential goods to Nepal, even amidst the significant challenges related to oil supplies faced this year. Today, the inauguration of the second phase of the Motihari-Amlekhganj pipeline and the laying of the foundation stone for the Jaipa Petroleum Terminal will further strengthen this partnership."
— ANI (@ANI) November 23, 2026
ଏହି ଦୃଷ୍ଟିକୋଣରେ ଲୋଅର ଅରୁଣ ଜଳବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏଥିସହ ଅରୁଣ-୩ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ପେଟ୍ରୋଲିୟମ୍ ଯୋଗାଣ ଓ ଭିତ୍ତିଭୂମି ମଜଭୁତ ହେବ:
ଦୀର୍ଘ ବର୍ଷ ଧରି ଭାରତ ନେପାଳକୁ ପେଟ୍ରୋଲିୟମ୍ ଉତ୍ପାଦ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଛି। ଚଳିତ ବର୍ଷ ତୈଳ ଯୋଗାଣ ସମ୍ପର୍କିତ ବଡ଼ ଆହ୍ୱାନ ସତ୍ତ୍ୱେ ନେପାଳକୁ ଇନ୍ଧନ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଜାରି ରଖାଯାଇଥିବା ମୋଦୀ କହିଛନ୍ତି।
ଏହି ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ମୋତିହାରୀ-ଅମଲେଖଗଞ୍ଜ ପାଇପଲାଇନ୍ର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଘାଟନ କରାଯାଇଛି। ଏଥିସହ ଜୈପା ପେଟ୍ରୋଲିୟମ୍ ଟର୍ମିନାଲ୍ର ଶିଳାନ୍ୟାସ ମଧ୍ୟ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ନେପାଳରେ ଇନ୍ଧନ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଦୁଇ ଦେଶର ଭାଗିଦାରିତାକୁ ମଜଭୁତ କରିବ।
ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଅନୁଯାୟୀ ନେପାଳ ସହ ଅର୍ଥନୈତିକ ଓ ଭିତ୍ତିଭୂମିଗତ ସମ୍ପର୍କକୁ ଆହୁରି ଆଗକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି। ବନ୍ଦର ସୁବିଧା, ଜଳବିଦ୍ୟୁତ୍ ପ୍ରକଳ୍ପ ଓ ପେଟ୍ରୋଲିୟମ୍ ଭିତ୍ତିଭୂମି ମାଧ୍ୟମରେ ନେପାଳର ବାଣିଜ୍ୟ ଓ ଅର୍ଥନୀତିକୁ ନୂଆ ଦିଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।