SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ବାଲିଯାତ୍ରାର ମୁଖ୍ୟ ଅତିଥି ରାଷ୍ଟ୍ରପତି, ଓଡ଼ିଶା ଜାପାନ 'ମୈତ୍ରୀ ସମ୍ପର୍କ ଚୁକ୍ତି' ଓ ଅନ୍ୟ ଖବର

Top 10 News Today: ଦିନ ତମାମର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 11, 2026, 10:00 PM IST | Updated: Nov 11, 2026, 10:00 PM IST
Image Credit: Representative - Social Media
Join

Top 10 News Today

Headlines 01- ଓଡ଼ିଶା-ଜାପାନ ମଧ୍ୟରେ 'ମୈତ୍ରୀ ସମ୍ପର୍କ ଚୁକ୍ତି' ସ୍ୱାକ୍ଷରିତ ହୋଇଛି । ଶିଳ୍ପ, ସଂସ୍କୃତି, ଦକ୍ଷତା ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ବଢ଼ିବ ସହଯୋଗିତା । ତୋତ୍ତୋରି ଏବଂ ଓଡିଶା ମଧ୍ୟରେ ଷ୍ଟାର୍ଟଅପ୍ ଉଦ୍ୟୋଗ ଓ ଦକ୍ଷତା ବିକାଶ କ୍ଷେତ୍ରରେ ୨ଟି MoU ସ୍ୱାକ୍ଷରିତ ହୋଇଛି । ଓଡ଼ିଆରେ ଅଭିଭାଷଣ ଆରମ୍ଭ କରି ହୃଦୟ ଜିଣିଛନ୍ତି ତୋତ୍ତୋରି ଗଭର୍ଣ୍ଣର ଶିଞ୍ଜୀ ହିରାଇ । ମୈତ୍ରୀ ଚୁକ୍ତି ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନ ଓ ସୁଯୋଗର ନୂଆ ସେତୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 02- ପ୍ରଥମେ ମଦର ଡାଏରୀ ଏବଂ ତା ପରେ ଅମୂଲ କ୍ଷୀର ଦର ବଢ଼ାଇଛି । ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (GCMMF) ପକ୍ଷରୁ ଘୋଷଣା କରାଯାଇଛି ଯେ, ୧୨ ନଭେମ୍ବରରୁ ଅମୂଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସାରା ଦେଶରେ ଅମୂଲର ଯେତେ ବି ସ୍ୱତନ୍ତ୍ର ପାଉଚ୍ କ୍ଷୀର ଆସୁଛି, ସେଗୁଡ଼ିକର ଦର ୪% ରୁ ୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Headlines 03- ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଛି  ଯେଉଁଥିରେ ୨ ଜଣ ସୈନିକ ଆହତ ହୋଇଛନ୍ତି। ଏହି ଆକ୍ରମଣ CRPF ର ପାଟ୍ରୋଲିଂ ସମୟରେ ହୋଇଥିଲା। ସେନାର ନାକା ଟିମ୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ । ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Headlines 04- ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ସବୁ ବ୍ଲକ୍‌ରେ ରିଲିଫ ମିଳିବ । ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ସହ ୨ ହଜାର ୫ ଶହ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ପ୍ୟାକେଜ୍‌ ସହ ଏହି ରିଲିଫ୍‌ ପ୍ରଭାବିତଙ୍କୁ ପ୍ରଦାନ କରାଯିବ । ଏହି ୩ ଜିଲ୍ଲାର ସବୁ ପ୍ରଭାବିତ ପରିବାରକୁ ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିବିଟି ଜରିଆରେ ୨ ହଜାର ୫ ଶହ ଟଙ୍କା ଲେଖାଏଁ ଦେବାକୁ SRC ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ଚାଉଳ ଓ ଟଙ୍କା ବଣ୍ଟନ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Headlines 05- ବନ୍ୟା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିଛନ୍ତି । ଗତକାଲି ବିରୋଧି କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଆସିଥିବା ଅଭିଯୋଗ ନେଇ ଉତ୍ତର ରଖିଛନ୍ତି ଅନୁ ଗର୍ଗ । ସେ କହିଛନ୍ତି ଯେ, ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲଗାତାର ୩ ଦିନ ବର୍ଷା ହେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହେଲା । ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିମି ବର୍ଷା ହୋଇଥିଲା । ପାତ୍ରପୁରରେ ତା ପୂର୍ବ ଦିନ ୮୯ ମିମି ଓ ପରଦିନ ୧୭୩ ମିମି ବର୍ଷା ହୋଇଥିଲା । ଏପରିକି ଆଉ କିଛି ସ୍ଥାନ ଇତିହାସରେ ସର୍ବାଧିକ ବର୍ଷାର ରେକର୍ଡ ବି କରିଥିଲା ।

Headlines 06- କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୪ ତାରିଖ ସଂଧ୍ୟାରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଯୋଗଦାନ ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହେବ ।

Headlines 07- କୋଟିଆରେ ଦ୍ୱୈତ ଭୋଟର ପରିଚୟ ପତ୍ର ପ୍ରସଙ୍ଗ ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଦେବି ମିଶ୍ର। କୋଟିଆ ଅଞ୍ଚଳରେ ଦ୍ୱୈତ ଭୋଟର ଆଇଡି ରହିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

Headlines 08- ଶ୍ରୀମନ୍ଦିର ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍ । ଆଇଆଇଟି ଭୁବନେଶ୍ୱରରେ ରାମ୍ପ ଡିଜାଇନର ସମୀକ୍ଷା ପରେ ଡିଜାଇନ୍ କୁ ନାକଚ କଲେ ଶ୍ରୀମନ୍ଦିର ପରିଚାଳନା କମିଟି । ଡିଜାଇନ୍ ରେ ଥିବା ଷ୍ଟେପ୍ ନୀତି କାନ୍ତି ବେଳେ ସୃଷ୍ଟି କରିବ ସମସ୍ୟା । ତ୍ରୁଟି ସୁଧାରିବା ପରେ ପୁଣି ଥରେ ହେବ ସମୀକ୍ଷା । ପରିଚାଳନା କମିଟି ଅନୁମୋଦନ ପରେ ଏହା ଲାଗୁ କରିବା ନେଇ ନିଆଯିବ ନିଷ୍ପତ୍ତି । ସାମ୍ପ୍ରତିକ ସମୟରେ ଗହଳିକୁ ନଜରରେ ରଖି ଧାଡ଼ି ଦର୍ଶନ ବ୍ୟବସ୍ଥା ଜରୁରୀ କହିଲେ ପରିଚାଳନା କମିଟି ସଦସ୍ୟ ।

Headlines 09- ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ୫ମ ଏସିଆନ୍ ପାରା ଗେମ୍ସ-୨୦୨୬ରେ ରୌପ୍ୟ ପଦକ ପାଇଁ ଏହି ପୁରସ୍କାର ମିଳିଛି । ମହିଳା ପାରା କମ୍ପାଉଣ୍ଡ ଡବଲ୍ସ ପାରା ତୀରନ୍ଦାଜୀରେ ଜିତିଥିଲେ ରୌପ୍ୟ । ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଭେଟି ଦେଲେ ସଚିବ ଓ ନିର୍ଦ୍ଦେଶକ ।

Headlines 10- କାନପୁରରୁ ଗୋରଖପୁର ଯାଉଥିବା ଚୌରିଚୌରା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ୭ ନଂ ପ୍ଲାଟଫର୍ମରେ ଏକ୍ସପ୍ରେସ୍‌ର ୪ଟି ବଗି ଟ୍ରାକ୍‌ରୁ ଖସିଯାଇଛି । ମାତ୍ର ଟ୍ରାକ୍‌ରୁ ବଗି ଖସିବାରେ କେହି ଆହତ ହୋଇ ନାହାନ୍ତି ବୋଲି ସୂଚନା ମିଳିଛି ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES