President Droupadi Murmu: ଓଡି଼ଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
President Droupadi Murmu: ଓଡି଼ଆ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଆସନ୍ତା ୪ ଓ ୫ ତାରିଖରେ ରାଷ୍ଟ୍ରପତି ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ଆସିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ ଯୋଗ ଦେବେ। ତାଙ୍କର ଗସ୍ତ ଅକ୍ଟୋବର ୨୮ ଓ ୨୯ ତାରିଖରେ ହେବାର ଥିଲା। ହେଲେ ବାତ୍ୟା ଲାଗି ତାଙ୍କର କାର୍ଯ୍ୟକ୍ରମକୁ ସ୍ଥଗତି ରଖାଯାଇଥିଲା। ଏନେଇ ରାଇରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି।
President Droupadi Murmu: ଓଡି଼ଆ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଆସନ୍ତା ୪ ଓ ୫ ତାରିଖରେ ରାଷ୍ଟ୍ରପତି ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ଆସିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ ଯୋଗ ଦେବେ। ତାଙ୍କର ଗସ୍ତ ଅକ୍ଟୋବର ୨୮ ଓ ୨୯ ତାରିଖରେ ହେବାର ଥିଲା। ହେଲେ ବାତ୍ୟା ଲାଗି ତାଙ୍କର କାର୍ଯ୍ୟକ୍ରମକୁ ସ୍ଥଗତି ରଖାଯାଇଥିଲା। ଏନେଇ ରାଇରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି।
ନଜର ପକାନ୍ତୁ ପ୍ରଥମ ଦିନ( ନଭେମ୍ବର ୪)ରେ କ'ଣ ରହିଛି କାର୍ଯ୍ୟକ୍ରମ-:
ରାଷ୍ଟ୍ରପତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଥମ ଦିନରେ, ପଶ୍ଚିମବଙ୍ଗର କଲାଇକୁଣ୍ଡ ଦେଇ ଓଡ଼ିଶାକୁ ଆସିବେ। ଭାରତୀୟ ବାୟୁସେନାର ହେଲିକପ୍ଟର ମାଧ୍ୟମରେ ମୟୂରଭଞ୍ଜର ଦାଣ୍ଡବୋସ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ କିଚକେଶ୍ୱରୀ ମନ୍ଦିର କୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ପିଡି. ହିନ୍ଦୁଜା ହସ୍ପିଟାଲ ମଧ୍ୟରେ ପ୍ରସ୍ତାବିତ(ଏମ୍ଓୟୁ) ବୁଝାବଣା ସମ୍ପର୍କିତ କାର୍ଯ୍ୟକ୍ରମ ସହ ନେପ୍ରୋଲୋଜି ଚିକିତ୍ସା ଅଭିଯାନରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଇରଙ୍ଗପୁର ଉପଖଣ୍ତ ଚିକିତ୍ସାଳୟ ପରିଦର୍ଶନ କରିବେ। ଏବଂ ସ୍ଥିତି ସମୀକ୍ଷା କରିବେ। ଏହାପରେ ସେଠାରୁ ବାହାରି ରାଇରଙ୍ଗପୁର କଚେରୀ ପଡିଆରେ ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ। ଏହାସହ ରାଇରଙ୍ଗପୁରର ସ୍ପୋରର୍ସ କମ୍ଲେକ୍ସର ଏ-କ ଛାତ୍ର ନିବାସ ନିର୍ମାଣ ସମ୍ପର୍କି ଘୋଷଣା ଏବଂ ବାଦାମପାହାଡ଼ ପୁରୀ-ଦୌନିକ ଏକ୍ସପ୍ରେସ୍ ଟ୍ରେନ୍ କୁ ସବୁଜ ପତାକା ଦେଖାଇବାର କାର୍ଯ୍ୟକ୍ରମ ରହିଛି। ୪ ତାରିଖ ସଂନ୍ଧ୍ୟାରେ ରାଷ୍ଟ୍ରପତି ନିଜ ରାଇରଙ୍ଗପୁର ସ୍ଥିତ ପୈତୃକ ଘରକୁ ଯାଇ ସେଠାରେ ରାତ୍ରୀ ଯାପନ କରିବେ।
ଦ୍ବୀତିୟ ଦିନ (ନଭେମ୍ବର ୪) କାର୍ଯ୍ୟକ୍ରମ-:
ଏହିଦିନ ସକାଳ ୯ଟାରେ ୧ - ନମ୍ବର ଓ୍ବାର୍ଡ଼ର ମହୁଲଡିହାରେ ଥିବା ଲକ୍ଷ୍ମୀ ମଣ୍ଡପକୁ ଯିବେ। ସେଠାରେ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରିବେ। ତା’ପରେ ରାଇରଙ୍ଗପୁର କ୍ରୀଡ଼ା ସଂକଳନ ପରିଦର୍ଶନ କରାଯିବ। ରାଷ୍ଟ୍ରପତି ମୁର୍ମୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ନିର୍ମିତ ପୂର୍ବତନ ସୈନିକଙ୍କ ପାଇଁ ଏକ ନବନିର୍ମିତ (CSD) କ୍ୟାଣ୍ଟିନ ପରିଦର୍ଶନ କରିବେ। ଯେଉଁଠାରେ ସେ ତିନି ଜଣ 'ବୀର ନାରୀ'ଙ୍କୁ ସମ୍ମାନିତ କରିବେ। ଏବଂ ଅପରାହ୍ନ ୧୨ଟା ୧୫
ଅପରାହ୍ନ ୧୨:୧୫ ରେ,ରାଷ୍ଟ୍ରପତି ଦକ୍ଷତା ବିକାଶ ପଦକ୍ଷେପ ସମୀକ୍ଷା କରିବା ଏବଂ ସିକଲ୍ ସେଲ୍ ରୋଗୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ସେ ଗୋରୁମହିଷାଣିର ଆଇରନ୍ କଲେଜରେ ଅବସ୍ଥିତ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିବେ। ଏବଂ ତା’ପରେ ରାଇରଙ୍ଗପୁର ଟାଉନ ହଲ୍ରେ ସିକଲ୍ ସେଲ ରୋଗୀଙ୍କ ସହ ଆଲୋଚନା କରି,ରାଷ୍ଟ୍ରପତି ଅପରାହ୍ନ ୩ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏ-ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି। ସୁରକ୍ଷା ପ୍ରୋଟୋକଲ କଡ଼ାକଡ଼ି ହେବା ପ୍ରାୟ ୬୫ ପ୍ଲାଟୁନ୍ ପୋଲିସ ନିୟୋଜିତ ହେବାର ଆଶା କରାଯାଉଛି।