• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: କାଲି ଆସୁଛନ୍ତି ରାଷ୍ଟ୍ରପତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ଓ ଅନ୍ୟ ଖବର

Top 10 News: କାଲି ଆସୁଛନ୍ତି ରାଷ୍ଟ୍ରପତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ଓ ଅନ୍ୟ ଖବର

Top 10 News Today: ଦିନ ତମାମର ସବୁ ବଡ ଖବର ସଂକ୍ଷେପରେ ପଢନ୍ତୁ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 23, 2026, 22:00 IST|Updated: Nov 23, 2026, 22:00 IST
joinshare
Top 10 News: କାଲି ଆସୁଛନ୍ତି ରାଷ୍ଟ୍ରପତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ଓ ଅନ୍ୟ ଖବର
Image Credit: AI

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

2

ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

3

Rahul Gandhi: ବାପା ରାଜୀବଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

4

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

5

'ଆସନ୍ତାକାଲି ସୁଦ୍ଧା ଅଗ୍ରଗତି ନହେଲେ ମୁହଁ ଖୋଲିବି': ଭୁବନେଶ୍ୱର ବାର୍‌ ଘଟଣାରେ ଅଭିନେତ୍ରୀଙ୍କ ଚେତାବନୀ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୨୯ରେ ଓଡ଼ିଶା ଆସିବେନି ଅମିତ ଶାହ । ୨୯ରେ ହେବାକୁ ଥିବା ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ବାତିଲ ହୋଇଛି । ପୁରୀରେ ଅନୁଷ୍ଠିତ ହୋଇଥାନ୍ତା ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ।

Headlines 02- ଭାରତ ଏବଂ ନେପାଳର ସମ୍ପର୍କକୁ ମଜବୁତ କରିବା ପାଇଁ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରୁ ରାଜା ଜନକଙ୍କ ନଗରୀ ଜନକପୁର ମଧ୍ୟରେ ସିଧାସଳଖ ରେଳ ସେବା ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଦିଲ୍ଲୀରୁ ଭର୍ଚୁଆଲ୍ ମୋଡରେ ସରଯୂ-ଅରେଞ୍ଜ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

Headlines 03- ଇଣ୍ଡୋନେସିଆର ବାଲିରେ ଐତିହାସିକ ବାଲିଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ନଭେମ୍ୱର ୨୪ ଓ ୨୫ରେ ‘ଓଡ଼ିଶା ପରବ’ ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପହଞ୍ଚିଛନ୍ତି । ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ପ୍ରାଚୀନ ସଂସ୍କୃତିର ପୁନଃଜାଗରଣ ଲକ୍ଷ୍ୟ ରହିଛି ।

Headlines 04- ଆଜି ବିଧାନସଭାର ଶୀତକାଳିନ ଅଧିବେଶନର ଚତୁର୍ଥ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ଗୃହ ଆରମ୍ଭରୁ ପ୍ରଥମେ ହୋହଲ୍ଲା କଂଗ୍ରେସ ବିଧାୟକ କରିଥିଲେ । କୋଟିଆ ପ୍ରସଙ୍ଗରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଆଲୋଚନା ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୁତି ପରେ ନିଜ ଆସନରେ ବସିଥିଲେ କଂଗ୍ରେସ ସଦସ୍ୟ ।

Headlines 05- ବର୍ତ୍ତମାନ ଓଡ଼ିଶା ପୋଲିସରେ ୨୬ ହଜାର ୧୦୧ ପଦବୀ ଖାଲି ରହିଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୬ ହଜାର ୮୮୫ ପଦବୀ ପୂରଣ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଏହା ବ୍ୟତୀତ ୨୯୮ ASI ପଦବୀ ପୂରଣ ପାଇଁ OUSSSCକୁ କୁହାଯାଇଛି । ପୋଲିସ ବିଭାଗରେ ମୋଟ ୮୪,୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ।

Headlines 06- ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି । ଗୃହରେ ମୁଖ୍ୟମନ୍ତ୍ରୀ ଏନେଇ ଲିଖିତ ଉତ୍ତର ରଖିଛନ୍ତି । ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଋଣ ପହଞ୍ଚିଲାଣି ୨୭ ହଜାର ୫୦୨ ଟଙ୍କା । ଅକ୍ଟୋବର ପୂର୍ବରୁ ମୁଣ୍ଡ ପିଛା ଋଣ ଥିଲା ୨୬ ହଜାର ୧୩୩ ଟଙ୍କା । ରାଜ୍ୟର ଋଣ ଭାର ୧ ଲକ୍ଷ୍ୟ ୩୦ ହଜାର କୋଟି ଟଙ୍କା ଟପିଛି ।

Headlines 07- ଲାଞ୍ଚ ନେଇ CBI ହାତରେ ଧରାପଡ଼ିଛନ୍ତି ୩ GST ଅଧିକାରୀ । ଭୁବନେଶ୍ବର GST ଅଫିସର ୩ ସୁପରିଣ୍ଟେଣ୍ଡେଣ୍ଟ ଧରାପଡ଼ିଛନ୍ତି । ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା CBI ଟିମ୍‌ ।

Headlines 08- କାଲିଠୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଏହି ଅବସରରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ୧୨ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ନ ୪ଟାରେ କଟକ ବାଲିଯାତ୍ରା ଯିବେ ଏବଂ ସଂଧ୍ୟାରେ ଫେରିବେ । ୨୫ ରେ ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସୁରକ୍ଷା ପାଇଁ ରାଜଧାନୀରେ ୪୮ ପ୍ଲାଟୁନ୍ ଫୋର୍ସ ସହ ୧୨୦ ଅଫିସର୍ ରହିବେ । ଆଜି ବାଲିଯାତ୍ରା ପଡ଼ିଆରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

Headlines 09- ପ୍ରକାଶ ପାଇଛି OSSTET-୨୦୨୬ ରେଜଲ୍ଟ । ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ପେପର-୧ରେ ୪୧,୧୯୨ ଓ ପେପର-୨ରେ ୩,୧୦୬ କୃତକାର୍ଯ୍ୟ ହୋଇଛନ୍ତି । ମୋଟ୍‌ ୪୪,୨୯୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସମୟରେ ପାସ୍‌ ହାର ୭୯.୧୫% ରହିଛି ।

Headlines 10- ପୁରୀରେ ପୁଣି ୫ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି ସିଂହଦ୍ବାର ପୋଲିସ । ୫ ନକଲି ଗୁମାସ୍ତା ଗିରଫ ନେଇ ସୂଚନା ଦେଇଛନ୍ତି ଏସ୍‌ପି ପ୍ରତୀକ ସିଂ । ଗିରଫଙ୍କ ମଧ୍ୟରେ କାଲି କିଛି ମହିଳାଙ୍କୁ ଠକେଇ କରିଥିବା ବ୍ୟକ୍ତି ମଧ୍ୟ ରହିଛନ୍ତି । ଯିଏ ବି ଦର୍ଶନ କରାଇବାକୁ କହି ଟଙ୍କା ମାଗୁଛି ପୋଲିସକୁ ଜଣାନ୍ତୁ ବୋଲି ଏସପି କହିଛନ୍ତି ।

Also Read- Rahu Ketu Gochar 2026: ରାହୁ-କେତୁଙ୍କ ବଡ ପ୍ରଭାବ, ୫ ରାଶିକୁ ମିଳିବ ଲାଭ

Add Zee News as a Preferred Source
TAGS:
Top 10 News Today