SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Puri Khaja Raid: ପୁରୀରେ ନକଲି ଖଜା ଉପରେ ତୃତୀୟ ପର୍ଯ୍ୟାୟ ଚଢ଼ାଉ, କୁଇଣ୍ଟାଲ କୁଇଣ୍ଟାଲ ଖଜା ଜବତ

ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା କାଳିକା ଦେବୀ ସାହିକୁ ଲାଗି ରହିଥିବା ଏକ ଗୋଦାମରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବହୁ ପରିମାଣର ଖଜା ଜବତ ହେବା ସହ ଖଜା ପ୍ରସ୍ତୁତ ହେଉଥିବା ଭାଟିକୁ ସିଲ୍ କରାଯାଇଛି। ଏଥିସହିତ ପୋଡ଼ା ତେଲ ଓ ଗ୍ୟାସ୍ ଟାଙ୍କି ମଧ୍ୟ ଜବତ କରାଯାଇଛି।

Reported By Sanjaya Kumar Mohapatra Written By Priyambada Rana
Published: Sep 29, 2026, 04:19 PM IST | Updated: Sep 29, 2026, 04:28 PM IST
Image Credit: Puri Khaja Raid: ପୁରୀରେ ନକଲି ଖଜା ଉପରେ ତୃତୀୟ ପର୍ଯ୍ୟାୟ ଚଢ଼ାଉ, କୁଇଣ୍ଟାଲ କୁଇଣ୍ଟାଲ ଖଜା ଜବତ
Join

ପୁରୀ: ପୁରୀ ସହରରେ ନକଲି ଓ ଅପମିଶ୍ରିତ ଖଜା ବିରୋଧରେ ପୁଣି ଜୋରଦାର ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ତୃତୀୟ ପର୍ଯ୍ୟାୟରେ ଖଜା ଗୋଦାମ ଉପରେ ମିଳିତ ଚଢ଼ାଉ କରାଯାଇଛି। ପୁରୀ ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ଚାଲିଥିବା ଏହି ଚଢ଼ାଉରେ କୁଇଣ୍ଟାଲ କୁଇଣ୍ଟାଲ ଖଜା ଜବତ କରାଯାଇଛି।

ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା କାଳିକା ଦେବୀ ସାହିକୁ ଲାଗି ରହିଥିବା ଏକ ଗୋଦାମରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବହୁ ପରିମାଣର ଖଜା ଜବତ ହେବା ସହ ଖଜା ପ୍ରସ୍ତୁତ ହେଉଥିବା ଭାଟିକୁ ସିଲ୍ କରାଯାଇଛି। ଏଥିସହିତ ପୋଡ଼ା ତେଲ ଓ ଗ୍ୟାସ୍ ଟାଙ୍କି ମଧ୍ୟ ଜବତ କରାଯାଇଛି।

ଖଜା ମହାପ୍ରସାଦ ନାଁରେ ବିକ୍ରି ଅଭିଯୋଗ
ଅଭିଯୋଗ ଅନୁସାରେ, ଏହି ଖଜା ଭାଟିରେ ପ୍ରସ୍ତୁତ ହେଉଥିବା ଖଜାକୁ ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ‘ଖଜା ମହାପ୍ରସାଦ’ କହି ବିକ୍ରି କରୁଥିବା ଅଭିଯୋଗ ରହିଛି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇଛି।

 

ପୁଲିସ, ପ୍ରଶାସନ ଏବଂ ପୁରୀ ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇ ଖଜା ଗୋଦାମ ଓ ଭାଟିଗୁଡ଼ିକରେ ଯାଞ୍ଚ କରାଯାଉଛି। ଜବତ ହୋଇଥିବା ବହୁ ପରିମାଣର ଖଜାକୁ ଟ୍ରାକ୍ଟର ଯୋଗେ ନେଇ ନଷ୍ଟ କରାଯାଇଛି।

ଦୁଇ ସପ୍ତାହରେ ତିନି ଥର ଚଢ଼ାଉ
ସୂଚନା ଅନୁସାରେ, ଗତ ଦୁଇ ସପ୍ତାହ ମଧ୍ୟରେ ନକଲି ଖଜା ବିରୋଧରେ ପ୍ରାୟ ତିନି ଥର ଚଢ଼ାଉ ହୋଇସାରିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅପମିଶ୍ରିତ ସାମଗ୍ରୀରେ ଖଜା ପ୍ରସ୍ତୁତି, ବ୍ୟବହୃତ ପୋଡ଼ା ତେଲରେ ଖଜା ଛଣା ଏବଂ ଅପରିଷ୍କାର ପରିବେଶରେ ଖଜା ପ୍ରସ୍ତୁତି ଅଭିଯୋଗ ଥିବାରୁ ସମ୍ପୃକ୍ତ ଗୋଦାମକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି।

ଖଜା ବିକ୍ରି ସ୍ଥଳରେ ମଧ୍ୟ ଯାଞ୍ଚ ହେବ
କେବଳ ଖଜା ଭାଟି କିମ୍ବା ଗୋଦାମ ନୁହେଁ, ସହରର ବିଭିନ୍ନ ସ୍ଥାନରେ ପ୍ରତିଦିନ ବିକ୍ରି ହେଉଥିବା ଖଜା ଉପରେ ମଧ୍ୟ ଯାଞ୍ଚ କରାଯିବ। ଏଥିସହିତ ଯେଉଁ ସ୍ଥାନରେ ଖଜା ପ୍ରସ୍ତୁତ ହେଉଛି, ସେଠାରେ ମଧ୍ୟ ଟିମ୍ ପକ୍ଷରୁ ଯାଞ୍ଚ କରାଯାଇ ଅନିୟମିତତା ମିଳିଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

ଏହି ଚଢ଼ାଉରେ ଯୋଗାଣ ବିଭାଗ ଓ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ପୁରୀର ପ୍ରସିଦ୍ଧ ଖଜାର ମାନ ଓ ଖାଦ୍ୟ ସୁରକ୍ଷାକୁ ନେଇ ଏଭଳି ଯାଞ୍ଚ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES