SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Panchuka: ପଞ୍ଚୁକ ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି, ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

ସୂଚନା ଅନୁଯାୟୀ, ଗତବର୍ଷ ପଞ୍ଚୁକ ସମୟରେ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟିବିଚ୍ୟୁତି ଦେଖାଦେଇଥିଲା। ଏଥର ସେହି ତ୍ରୁଟିଗୁଡ଼ିକର ସଂଶୋଧନ କରିବା ସହ ଭକ୍ତଙ୍କ ଭିଡ଼କୁ ସୁବ୍ୟବସ୍ଥିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

Reported By Sanjaya Kumar Mohapatra Written By Priyambada Rana
Published: Nov 15, 2026, 08:12 PM IST | Updated: Nov 15, 2026, 08:19 PM IST
Image Credit: AI
Join

ପୁରୀ: ଆଗକୁ ପଞ୍ଚୁକ ଥିବାରୁ ଶ୍ରୀକ୍ଷେତ୍ର ପୁରୀରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଥର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଉଛି। ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ।

ସୂଚନା ଅନୁଯାୟୀ, ଗତବର୍ଷ ପଞ୍ଚୁକ ସମୟରେ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟିବିଚ୍ୟୁତି ଦେଖାଦେଇଥିଲା। ଏଥର ସେହି ତ୍ରୁଟିଗୁଡ଼ିକର ସଂଶୋଧନ କରିବା ସହ ଭକ୍ତଙ୍କ ଭିଡ଼କୁ ସୁବ୍ୟବସ୍ଥିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

ହବିଷ୍ୟାଳୀ ମାଆ ଏବଂ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଲମ୍ବା ଲୁହା ବ୍ୟାରିକେଡ୍ ନିର୍ମାଣ କରାଯାଉଛି। ଏହି ବ୍ୟାରିକେଡ୍ ମାର୍କେଟ ଛକ ପର୍ଯ୍ୟନ୍ତ ରହିବାକୁ ଯୋଜନା ହୋଇଛି। ଆବଶ୍ୟକ ପଡ଼ିଲେ ଏହାକୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ବଢ଼ାଯାଇପାରେ। ଏହାଦ୍ୱାରା ଭକ୍ତଙ୍କ ଯାତାୟାତ ଓ ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ସହଜ ହେବ।

ଏଥିସହ ଶ୍ରୀମନ୍ଦିର ଭିତର ଓ ବାହାରେ ସ୍ୱତନ୍ତ୍ର ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ରହିବ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ଓ ଦମକଳ ବାହିନୀକୁ ମଧ୍ୟ ନିୟୋଜିତ କରାଯିବ।

ପଞ୍ଚୁକ ସମୟରେ ଭକ୍ତମାନେ ଯେପରି ବିନା କୌଣସି ଅସୁବିଧାରେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି। ଏନେଇ କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇ କହିଛନ୍ତି ଯେ ପଞ୍ଚୁକ ପାଇଁ ବ୍ୟାପକ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES