Odisha News: 'କୋଟିଆ ଉପରେ ନଜର ରଖିବେ ଜିଲ୍ଲାପାଳ ଓ ଏସପି'
Odisha News: ଛିଡୁନି କୋଟିଆ ସୀମା ବିବାଦ। ଆନ୍ଧ୍ର କୋଟିଆରେ ନିର୍ବାଚନ ଘୋଷଣା କରିବା ପରେ ସରଗରମ୍ ରହିଛି ରାଜ୍ୟ ରାଜନୀତି। ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧି। ଏପରିକି ସୋମବାର ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୋଟିଆ ସୁରକ୍ଷା ନେଇ ଏକ ଚିଠି ଲେଖିଥିଲେ।
Odisha News: ଛିଡୁନି କୋଟିଆ ସୀମା ବିବାଦ। ଆନ୍ଧ୍ର କୋଟିଆରେ ନିର୍ବାଚନ ଘୋଷଣା କରିବା ପରେ ସରଗରମ୍ ରହିଛି ରାଜ୍ୟ ରାଜନୀତି। ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧି। ଏପରିକି ସୋମବାର ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୋଟିଆ ସୁରକ୍ଷା ନେଇ ଏକ ଚିଠି ଲେଖିଥିଲେ। ତେବେ, ଏହାରି ଭିତରେ କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା କରିଥିବାରୁ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଏନେଇ ଆଜି ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋରାପୁଟ୍ ଜିଲ୍ଲାପାଳ ,ଏସପି ,ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଏବଂ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ। ଏହି ବୈଠକରେ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ।
ALSO READ: Weather Update: ଅକ୍ଟୋବର ଶେଷରେ ଲଘୁଚାପ! ଭୀଷଣ ବର୍ଷାକୁ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
ସେ କହିଛନ୍ତି କୋଟିଆ ଉପରେ ଏବେ, କୋରାପୁଟ ଜିଲ୍ଲାପାଳ ଓ ଏସପି ତିକ୍ଷ୍ମ ନଜର ରଖିବେ। ଏବଂ ସେଠାରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ପ୍ରତ୍ୟେକ ଦିନର ଖବର ଜାଣିବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ । ୨୦୨୨ ଠାରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ,କୋଟିଆ ଓଡି଼ଶାର ଅବିଚ୍ଛେଦ୍ୟ ଅଙ୍ଗ। ସେଠାରେ ଆନ୍ଧ୍ରର କୌଣସି ପ୍ରକାର ଅନୁପ୍ରବେଶ ଓ ନିର୍ବାଚନକୁ ବରଦାସ୍ତ କରାଯିବ ନାହିଁ। ଏ-ନେଇ ଆନ୍ଧ୍ର ରଚୁଥିବା ଷଡଯନ୍ତ୍ର ବିରୋଧରେ ଦୃଢ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।